ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ଗୃହ ମତଦାନ ସୁବିଧା ବ୍ୟବହାର କରିଛନ୍ତି

Must read

ନୂଆଦିଲ୍ଲୀ: ଗତ ୧୧ଟି ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ୩.୩୦ ଲକ୍ଷ ଭିନ୍ନକ୍ଷମ ଓ ଭୋଟର ନିଜ ଗୃହରୁ ମତଦାନ ସୁବିଧା ପାଇଥିବା ସୂଚନା ମିଳିଛି । ଭିନ୍ନକ୍ଷମ ବ୍ୟକ୍ତି (ପିଡବ୍ଲ୍ୟୁଡି), ୮୦ ବର୍ଷରୁ ଅଧିକ ବୟସର ଭୋଟର ଏବଂ କୋଭିଡରେ ପୀଡ଼ିତ ବ୍ୟକ୍ତିମାନେ ନିଜ ଗୃହରୁ ମତଦାନ ସୁବିଧା ପାଇପାରିବେ ।

ରାଜନୈତିକ ଦଳର ପ୍ରତିନିଧି ଏବଂ ପୋଲିଂ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟରେ ଗୃହରୁ ମତଦାନ କରିବାକୁ ପସନ୍ଦ କରୁଥିବା ଭୋଟରଙ୍କ ବାସଭବନକୁ ଯାଆନ୍ତି । ନିର୍ଦ୍ଧାରିତ ଗୋପନୀୟତା ନିୟମ ଅନୁଯାୟୀ ବାଲଟ ପେପର ବ୍ୟବହାର କରି ଗୃହ ମତଦାନ ବିକଳ୍ପ ବ୍ୟବହାର କରାଯାଏ ଏବଂ ଏହି ପ୍ରକ୍ରିୟାକୁ ଭିଡିଓ ଗ୍ରାଫ୍ କରାଯାଏ ।

ଗତ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ୨.୬ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୭୦,୦୦୦ରୁ ଅଧିକ ଭିନ୍ନକ୍ଷମ ନିଜ ଗୃହରୁ ମତଦାନ ସୁବିଧା ପାଇଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇଥିବାବେଳେ ପୂର୍ବରୁ ଗୁଜରାଟ, ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଓ କର୍ଣ୍ଣାଟକରେ ନିର୍ବାଚନ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନକୁ ସାମଗ୍ରିକ ଓ ସୁଲଭ କରିବା ଦିଗରେ ନିର୍ବାଚନ କମିଶନଙ୍କ ଅନେକ ହସ୍ତକ୍ଷେପ ମଧ୍ୟରୁ ନିଜ ଗୃହରୁ ମତଦାନ ବ୍ୟବସ୍ଥା ଅନ୍ୟତମ । ବରିଷ୍ଠ ନାଗରିକ ଭୋଟରଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ କମିଶନ କୃତଜ୍ଞତା ଜ୍ଞାପନ କରି ଆସୁଛନ୍ତି ।

ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବ୍ୟକ୍ତିଗତଭାବେ ଅଢ଼େଇ ଲକ୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article