ଦେଶର ସମସ୍ତ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ: ଆଇନ ମନ୍ତ୍ରୀ

Must read

  • ସୁପ୍ରିମକୋର୍ଟରେ ୮୦ ହଜାର ମାମଲା
  • ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ୨୫ଟି ହାଇକୋର୍ଟ, ଜିଲ୍ଲା ଓ ଅଧୀନ ଅଦାଲତରେ ସମୁଦାୟ ୫ କୋଟି ମାମଲା ବିଚାରାଧୀନ ରହିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୧ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲାର ଶୁଣାଣି ବାକି ରହିଛି । ସେଥିମଧ୍ୟରୁ ୨୫ଟି ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି ।

ଅର୍ଜୁନ ରାମ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦ ହଜାର ମାମଲା ବିଚାରାଧୀନ ରହିଛି । ୬ ମାସ ତଳେ ଜୁଲାଇ ପହିଲାରେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୬୯ ହଜାର ୭୬୬ ଥିଲା । ଯାହା ଡିସେମ୍ବର ୧ରେ ୮୦ ହଜାରରୁ ଅଧିକ ହୋଇଥିଲା । ତିନି ବର୍ଷ ତଳେ ୨୦୨୦ ମାର୍ଚ୍ଚରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦ ହଜାର ବିଚାରାଧୀନ ମାମଲା ବୃଦ୍ଧି ପାଇଁ ସମୟ ଲାଗିଥିଲା ।

ନ୍ୟାୟପାଳିକାରେ ସମୁଦାୟ ୨୬ ହଜାର ୫୬୮ ବିଚାରପତି

ଅର୍ଜୁନ ରାମ ମେଘୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟପାଳିକାରେ ବିଚାରପତିଙ୍କ ସମୁଦାୟ ମଞ୍ଜୁରୀପ୍ରାପ୍ତ ସଦସ୍ୟ ସଂଖ୍ୟା ହେଉଛି ୨୬,୫୬୮ । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ ରହିଛି । ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୧୧୪ ରହିଛି । ଜିଲ୍ଲା ଓ ଅଧୀନ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ଙ୍କ ସଂଖ୍ୟା ୨୫,୪୨୦ ରହିଛି ।

ଜୁନ୍ ୧୫ ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ ୧.୮୦ ଲକ୍ଷ ମାମଲାର ଶୁଣାଣି ହୋଇଛି

ଲୋକସଭାରେ ବକ୍ତବ୍ୟ ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୨୩ରେ ସୁପ୍ରିମକୋର୍ଟ ମଧ୍ୟ ଜୁନ୍ ୧୫ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିଥିଲେ । ଯେଉଁଥିରେ ସମୁଦାୟ ୧ ଲକ୍ଷ ୮୨ ହଜାରରୁ ଅଧିକ ମାମଲାର ଶୁଣାଣୀ ହୋଇଛି କରିଥିଲେ।

ଏହାବ୍ୟତୀତ ଗୁଜରାଟ, ଗୁଆହାଟୀ, ଓଡ଼ିଶା, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପାଟନା ଓ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article