ଗ୍ୟାସ ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର !

Must read

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି । ନିକଟ ଅତୀତରେ ଏଲପିଜି ଦର ହ୍ରାସ କରାଯାଇଛି । ଭାରତ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ହ୍ରାସ କରିପାରିବ । କିଛି ପ୍ରମୁଖ ପର୍ବପର୍ବାଣୀ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇପାରେ । ଏବେ ମୁଦ୍ରାସ୍ଫୀତି ଆହୁରି କମାଇବା ସହ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି । ଦୁଇଟି ସ୍ଥାନରୁ ଏହାର ସଙ୍କେତ ମିଳୁଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ସାକ୍ଷାତ୍‍କାରରୁ ଏହାର ପ୍ରଥମ ସଙ୍କେତ ମିଳିଛି । ଏଥିସହିତ ବ୍ଲୁମବର୍ଗର ରିପୋର୍ଟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସଙ୍କେତ ଦିଆଯାଇଛି । ସୂଚନାଯୋଗ୍ୟ, ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ଆଶ୍ୱସ୍ତି ମିଳିନାହିଁ । ୨୦୨୨ ମେ’ ପରଠାରୁ ଦେଶରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସଙ୍କେତ ଦେଲେ ହରଦୀପ ସିଂ ପୁରୀ

ନିକଟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତ୍‍କାରରେ ସଙ୍କେତ ଦେଇଛନ୍ତି ଯେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକଙ୍କୁ ଆଗାମୀ ଦିନରେ ବଡ଼ ଆଶ୍ୱସ୍ତି ମିଳିବ । ହରଦୀପ ସିଂହ ପୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ଦର ହ୍ରାସ ପ୍ରୟାସରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରୁଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ରେ ଟିକସ ହ୍ରାସ କରି ପେଟ୍ରୋଲ ଦର ୫ ଟଙ୍କା ଏବଂ ଡିଜେଲ ଦର ହ୍ରାସ କରିଥିଲେ । ଏହାପରେ ୨୦୨୨ ମେ ୨୨ତାରିଖରେ ସରକାର ପୁଣି ଥରେ ଟିକସ ହ୍ରାସ କରି ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ରିହାତି ଦେଇଥିଲେ ।

ଏଲପିଜି ପରେ ପେଟ୍ରୋଲ ଓ ଡିଜେଲ ପାଳି

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ୫ଟି ରାଜ୍ୟରେ ଚଳିତ ବର୍ଷର ଶେଷ ତିନି ମାସରେ ମତଦାନ ହେବ । ଏହାପରେ ୨୦୨୪ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ହେବ । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ପାଳି ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଗ୍ରାମୀଣ ଆୟକୁ ସମର୍ଥନ କରିବା ପାଇଁ ଅଧିକ ବିତ୍ତୀୟ ପଦକ୍ଷେପ ଉପରେ ଆଲୋଚନା ହୋଇପାରେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଅନୁମାନ କରାଯାଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article