ମାକ୍ସି ପିନ୍ଧିବାରୁ ଶାଶୂଙ୍କ ସମାଲୋଚନା ନିର୍ଯାତନା ନୁହେଁ: ସୁପ୍ରିମକୋର୍ଟ

Must read

ନୂଆଦିଲ୍ଲୀ: ଯଦି ଜଣେ ଶାଶୂ ନିଜ ବୋହୂକୁ ମ୍ୟାକ୍ସି ପିନ୍ଧିବା ପାଇଁ ଗାଳି ଗୁଲଜ କରନ୍ତି, ତେବେ ଏହା ନିର୍ଯାତନା ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମଧ୍ୟପ୍ରଦେଶର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ମ୍ୟାକ୍ସି ପିନ୍ଧିବାରୁ ତାଙ୍କ ଶାଶୂ ତାଙ୍କୁ ଗାଳିଗୁଲଜ କରୁଥିଲେ । ମହିଳାଙ୍କ ବିବାହ ୨୦୦୭ରେ ହୋଇଥିଲା । ଅଦାଲତ କହିଛନ୍ତି ଯେ ଏହି ଅଭିଯୋଗ ଅତ୍ୟନ୍ତ ସାଧାରଣ, ଏହାକୁ ନିର୍ଯାତନା ବୋଲି ବିବେଚନା କରାଯାଇପାରିବ ନାହିଁ । ସଠିକ ଆଧାର ନ ଥାଇ ମାମଲା ଚଳାଇବା ଅଭିଯୁକ୍ତଙ୍କ ପ୍ରତି ଅନ୍ୟାୟ ହେବ ବୋଲି କୋର୍ଟ କହିଛନ୍ତି । ଏହି ଅପରାଧିକ ମାମଲା ବିରୋଧରେ ମହିଳାଙ୍କ ଶାଶୂ ଓ ସ୍ୱାମୀଙ୍କ ଭାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମୁଁ ନିଜ ଇଛାରେ ଶ୍ୱଶୁର ଘର ଛାଡ଼ି ଦେଲି

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଯୌତୁକ ନିର୍ଯାତନା ଅଭିଯୋଗ ସାଧାରଣ (ଅତି ସାଧାରଣ) । ଏଭଳି ପରିସ୍ଥିତିରେ ମହିଳାଙ୍କ ଅଭିଯୋଗ ଉପରେ ଚାଲିଥିବା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଖାରଜ କରିଦିଆଯିବ । ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ଅଭିଯୋଗ ଅସ୍ପଷ୍ଟ । ମହିଳାଙ୍କ ସ୍ୱାମୀଙ୍କ ଭାଇ ଏକ ଭିନ୍ନ ସହରରେ ରୁହନ୍ତି ଏବଂ କେବଳ ପର୍ବପର୍ବାଣୀ ଇତ୍ୟାଦି ସମୟରେ ଅଭିଯୋଗକାରୀଙ୍କୁ ଭେଟିଥାନ୍ତି । ବିବାହ ପରେ ମହିଳା ଜଣକ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଶାଶୁଘର ଲୋକଙ୍କ ସହ ରହୁଥିଲେ । ୨୦୦୯ମସିହାରେ ସେ ନିଜେ ଶ୍ୱଶୁର ଘର ଛାଡ଼ି ବାପା ମା’ଙ୍କ ସହ ରହିବାକୁ ଯାଇଥିଲେ ।

ଛାଡ଼ପତ୍ର ମାମଲା ପରେ ଅଭିଯୋଗ

୨୦୧୩ରେ ତାଙ୍କ ସ୍ୱାମୀ ତାଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିବା ପରେ ମହିଳା ଜଣକ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେ ତାଙ୍କ ସ୍ୱାମୀଙ୍କ ଭାଇ (ନ୍ୟାୟିକ ଅଧିକାରୀ)ଙ୍କ ବିରୋଧରେ ଏକ ବେନାମୀ ଚିଠି ମଧ୍ୟ ଲେଖିଥିଲେ ଏବଂ ପରେ ସ୍ୱୀକାର କରିଥିଲେ ଯେ ସେ ସେହି ଚିଠି ଲେଖିଥିଲେ । ଏଭଳି ସ୍ଥିତିରେ ସ୍ୱାମୀଙ୍କ ଭାଇଙ୍କ ସହ ତାଙ୍କର ବ୍ୟକ୍ତିଗତ ଶତ୍ରୁତା ଥିବା ସ୍ପଷ୍ଟ ହୋଇଛି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ମହିଳା ଜଣକ ନିଜେ ଶ୍ୱଶୁର ଘର ଛାଡ଼ି ଚାଲିଯାଇଛନ୍ତି । ସ୍ୱାମୀ ଛାଡ଼ପତ୍ର ମାମଲା ରୁଜୁ କରିବା ପରେ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article