ଲୋକସଭା ନିର୍ବାଚନ : ଗୃହିଣୀଙ୍କୁ ୧ କୋଟି ଫ୍ୟାନ୍ ଓ ୨୦ ଲକ୍ଷ ଇଲେକ୍ଟ୍ରିକ୍ ଚୁଲା ବଣ୍ଟନ କରିବେ ସରକାର

Must read

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶର ୧.୨୦ କୋଟି ଗୃହିଣୀଙ୍କ ସେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଦେଶର ଏକ କୋଟି ପରିବାରକୁ ଖୁବ୍ କମ୍ ବିଦ୍ୟୁତ୍‍ ଶକ୍ତି ବ୍ୟବହାର ହେଉଥିବା ଫ୍ୟାନ୍ ଏବଂ ୨୦ ଲକ୍ଷ ଇଲେକ୍ଟ୍ରିକ୍ ଚୁଲା ବଣ୍ଟନ କରାଯିବ । ତେବେ ଏହି ଯୋଜନା ସରକାରୀ କମ୍ପାନୀ ଇଇଏସ୍ଏଲ୍ ଅଧୀନରେ ରହିଛି, ଯାହାଶକ୍ତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟକାରୀ ହେବ ।

ଦେଶରେ ବିଜୁଳି ବ୍ୟବହାର ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏଲପିଜି ଯୋଜନା ଭଳି ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାରେ ସମାନ ଭୂମିକା ଗ୍ରହଣ କରିପାରିବ ବୋଲି ଗୁରୁବାର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏ ସମ୍ପର୍କିତ ଦୁଇଟି କାର୍ଯ୍ୟକ୍ରମ ବିଷୟରେ କହିଥିଲେ । ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଦେଶରେ ବିଜୁଳି ବ୍ୟବହାର ବୃଦ୍ଧି କରିବା । ବିଶେଷ କରି ଯେଉଁ ଘରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ସେଠାରେ ଇଲେକ୍ଟ୍ରିକ୍ ଫ୍ୟାନ୍ ଓ ଚୁଲାର ବ୍ୟବହାର ବୃଦ୍ଧି ପାଇଛି ।

ଇ-ରୋଷେଇର ଅନେକ ଫାଇଦା ମିଳିବ

ଶକ୍ତି ମନ୍ତ୍ରୀ ସିଂ କହିଛନ୍ତି ଯେ ଇ-ରୋଷେଇ ଦେଶର ଗରିବଙ୍କ ପାଇଁ ରୋଷେଇ ଖର୍ଚ୍ଚକୁ ଆହୁରି ହ୍ରାସ କରିବ । ବର୍ତ୍ତମାନ ଅଧିକାଂଶ ପରିବାର ଆମଦାନୀ ଗ୍ୟାସରେ ଖାଦ୍ୟ ରୋଷେଇ କରୁଛନ୍ତି । ଏହା ଅଧିକ ବ୍ୟୟବହୁଳ ନୁହେଁ, କିନ୍ତୁ ରଣନୈତିକ ଦୃଷ୍ଟିକୋଣରୁ ଅନ୍ୟ ଦେଶର ଶକ୍ତି ଉପରେ ନିର୍ଭର କରିବା ଠିକ୍ ନୁହେଁ । ଭାରତ ଘରୋଇ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବାର ଏହା ଏକ ପ୍ରମୁଖ କାରଣ । ରୋଷେଇ ଇଲେକ୍ଟ୍ରିକ୍ ଆଧାରିତ କରି ଏହା କରାଯାଇପାରିବ ।

ନୂତନ ଜ୍ଞାନକୌଶଳ ଦ୍ୱାରା ଇଲେକ୍ଟ୍ରିକ ରୋଷେଇ ଅନ୍ୟ ଚୁଲା ପରି ଦକ୍ଷ ହୋଇପାରିଛି ଏବଂ ବିକଶିତ ଦେଶମାନଙ୍କରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଦେଶର ଅଧିକାଂଶ ଘରେ ଏବେ ବିଜୁଳି ସଂଯୋଗ ଥିବାରୁ ଏହାର ବ୍ୟବହାର ଏବେ ବହୁତ ସହଜ ହୋଇଛି । ଏଲପିଜି ସିଲିଣ୍ଡର ଭଳି କିଛି ବ୍ୟବଧାନରେ ଏହାକୁ ବଦଳାଇବାରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଜାତୀୟ ଦକ୍ଷ ରୋଷେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ଦିଆଯାଉଥିବା ରୋଷେଇ ଚୁଲା ବଜାର ମୂଲ୍ୟଠାରୁ ୩୦ ପ୍ରତିଶତ ଶସ୍ତା ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଇଇଏସ୍ଏଲ୍ ଏଭଳି ୨୦ ଲକ୍ଷ ରୋଷେଇ ଚୁଲା କିଣିବାକୁ ଯାଉଛି । ରାଜ୍ୟ ସରକାର ଚାହିଁଲେ ସବ୍‍ସିଡି ଦେଇ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ସହଜ କରିପାରିବେ ।

୧ କୋଟି ଘରେ ଫ୍ୟାନ୍ ଦିଆଯିବ

ସେହିଭଳି ସାରା ଦେଶରେ ଏକ କୋଟି ପରିବାରକୁ ଫ୍ୟାନ୍ ଦିଆଯିବ, ଯେଉଁମାନେ କମ୍ ବିଜୁଳି ବ୍ୟବହାର କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଇଇଏସ୍ଏଲ୍ ୨୦ ଲକ୍ଷ ଫ୍ୟାନ୍ କିଣିବାକୁ ଯାଉଛି । ଭାରତର ପଙ୍ଖା ବଜାରରେ ପ୍ରାୟ ୧୦,୫୦୦ କୋଟି ଟଙ୍କା ଏବଂ ଏଥିରେ ୨୦୦ କମ୍ପାନୀର ଉତ୍ପାଦ ରହିଛି । ଇଇଏସଏଲ ପକ୍ଷରୁ ଏତେ ସଂଖ୍ୟକ ଫ୍ୟାନ୍ କିଣିବାଦ୍ୱାରା ଏହାର ଖର୍ଚ୍ଚ ହ୍ରାସ ପାଇବ ଏବଂ ଅନ୍ୟ କମ୍ପାନିମାନେ ମଧ୍ୟ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଫ୍ୟାନ୍ ଉତ୍ପାଦନ କରିବାକୁ ଆଗେଇ ଆସିବେ ବୋଲି ବିଶ୍ୱାସ କରାଯାଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article