ଦେହାଦରାଇଙ୍କ ଅଭିଯୋଗ ମହୁଆ ମୋ ବାସଭବନକୁ ଅନୁପ୍ରବେଶ କରୁଛନ୍ତି

Must read

ନୂଆଦିଲ୍ଲୀ: ମହୁଆ ତାଙ୍କ ବାସଭବନରେ ଅନୁପ୍ରବେଶ କରିଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ପୂର୍ବତନ ସହଯୋଗୀ ଆଡଭୋକେଟ ଜୟ ଅନନ୍ତ ଦେହାଦରାଇ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୫ ଓ ୬ ତାରିଖରେ ମହୁଢ଼ ମୋଇତ୍ରା ତାଙ୍କ ଘରକୁ ଅଘୋଷିତ ଭାବେ ଆସିଥିଲେ ।

ଟିଏମସି ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ କୁହାଯାଇଛି, ସାଂସଦ ମହୁଆ ମୋଇତ୍ରା ନଭେମ୍ବର ୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଏବଂ ନଭେମ୍ବର ୬ ତାରିଖ ସକାଳ ପ୍ରାୟ ୯ଟାରେ ମୋ ବାସଭବନକୁ ଅଘୋଷିତ ଭାବେ ଆସିଥିଲେ । ମୋ ବିରୋଧରେ ଅଧିକ ଜାଲିଆତି ଅଭିଯୋଗ କରିବାର ଏକମାତ୍ର ଉଦ୍ଦେଶ୍ୟରେ ମହୁଆ ମୋଇତ୍ରା ଜାଣିଶୁଣି ମୋ ଆବାସିକ ପରିସରକୁ ଆସିପାରନ୍ତି ବୋଲି ଯଥେଷ୍ଟ ସମ୍ଭାବନା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ମୋଇତ୍ରାଙ୍କ ଏଭଳି ଠକେଇ ଓ ନକଲି ଅଭିଯୋଗ ସମ୍ପର୍କରେ ମୁଁ ପୂର୍ବରୁ ଦିଲ୍ଲୀ ପୁଲିସ କମିସନରଙ୍କୁ ଅବଗତ କରିସାରିଛି । ଦେହାଦରାଇ କହିଛନ୍ତି ଯେ ମହୁଆ ଅନୁପ୍ରବେଶ କରିବା ଏବଂ ତାଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ତାଙ୍କ ବାସଭବନକୁ ଆସିଥିଲେ । ଘଟଣାର ତଦନ୍ତ କରି ମାମଲା ରୁଜୁ କରିବାକୁ ସେ ପୁଲିସକୁ କହିଛନ୍ତି ।

କ୍ୟାସ୍-ଫର୍-କ୍ୱେରି ମାମଲା

ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୃହରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଆଣିବା ପରେ ଜୟ ଅନନ୍ତ ଦେହାଦରାଇ ଚର୍ଚ୍ଚାକୁ ଆସିଥିଲେ ।

ଦୁବେ କହିଛନ୍ତି ଯେ ସେ ତାଙ୍କ ଅଭିଯୋଗକୁ ଦେହାଦରାଇଙ୍କ ଚିଠି ଆଧାରରେ କରିଛନ୍ତି । ଓକିଲ ଦାବି କରିଛନ୍ତି ଯେ ଟିଏମସି ସାଂସଦ ଆଦାନୀ ଗ୍ରୁପ୍ ବିଷୟରେ ପ୍ରଶ୍ନ ପଚାରିବା ବଦଳରେ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିବାର ‘ଅଖଣ୍ଡ ପ୍ରମାଣ’ ରହିଛି ।

ମୋଇତ୍ରା ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ମିଥ୍ୟା ଓ ଅପମାନଜନକ ବୋଲି କହିଛନ୍ତି । ସେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦରାଇଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଆଇନଗତ ନୋଟିସ୍ ମଧ୍ୟ ପଠାଇଛନ୍ତି ।

ସେ କହିଛନ୍ତି ଯେ ଲୋକସଭା ସଦସ୍ୟ ଭାବରେ ନିଜର କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ସେ କୌଣସି ପ୍ରକାରର ଲାଭ ଗ୍ରହଣ କରିଛନ୍ତି ବୋଲି ଯେଉଁ ଅଭିଯୋଗ ଆସିଛି ତାହା ଅପମାନଜନକ, ମିଥ୍ୟା, ଭିତ୍ତିହୀନ ଏବଂ ଏପରିକି ଏକାଧିକ ପ୍ରମାଣ ଦ୍ୱାରା ସମର୍ଥ ନୁହେଁ ।

ନଭେମ୍ବର ୨ ତାରିଖରେ ମୋଇତ୍ରା ଏହି ଅଭିଯୋଗ ସଂକ୍ରାନ୍ତରେ ସଂସଦର ନୈତିକତା କମିଟିରେ ଶୁଣାଣି ପାଇଁ ହାଜର ହୋଇଥିଲେ । କିନ୍ତୁ କମିଟି ସଦସ୍ୟ ଖରାପ, ଅନୈତିକ ଓ ପକ୍ଷପାତିତା ଦର୍ଶାଇ ସେ ଅନ୍ୟ ବିରୋଧୀ ସାଂସଦଙ୍କ ସହ ବୈଠକରୁ ଓହରି ଯାଇଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article