ନୂଆଦିଲ୍ଲୀ : ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି । ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ ଦେଶର ନିର୍ବାଚନୀ ଯାତ୍ରା ବିଷୟରେ ଆପଣ ଜାଣିଛନ୍ତି କି ?
- କିଏ ହେବ ନେତା ? କିଏ ନିର୍ବାଚନ ଲଢ଼ିବ ଓ କିଏ ଭୋଟ ଦେବ…। ସ୍ୱାଧୀନତା ପରେ ଏସବୁ ନିଷ୍ପତ୍ତି ନେବାକୁ ଆଉ ୫ ବର୍ଷ ସମୟ ଲାଗିଥିଲା ।
- ସୁକୁମାର ସେନ ୧୯୫୦ ମସିହାରେ ଭାରତର ପ୍ରଥମ ନିର୍ବାଚନ କମିଶନର ହୋଇଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ଅନୁଷ୍ଠିତ ହୋଇଥିଲା ।
- ସେତେବେଳେ ୧୭ କୋଟି ପଞ୍ଜୀକୃତ ଭୋଟର ଥିଲେ । ଏତେ ସଂଖ୍ୟକ ଭୋଟରଙ୍କୁ ପଞ୍ଜୀକରଣ କରାଇବା କିଛି କମ ଚ୍ୟାଲେଞ୍ଜ ନ ଥିଲା ।
- ଅଧାରୁ ଅଧିକ ଲୋକ ଶିକ୍ଷିତ ନୁହଁନ୍ତି, ମହିଳାମାନେ ସେମାନଙ୍କ ନାମ କୁହନ୍ତି ନାହିଁ, ଭୋଟ ଦେବା ପାଇଁ କମ ଲୋକ ଥିଲେ ।
- ଆଜି ୨୦୨୩ରେ ଦେଶର ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରିଥିବାବେଳେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୯୪ କୋଟିରୁ ଅଧିକ ରହିଛି ।
- ଏବେ ଭୋଟରମାନେ ଘରେ ବସି ନିଜର ନାମ ପଞ୍ଜୀକରଣ କରିପାରିବେ । ନିର୍ବାଚନ ଆୟୋଗ ପ୍ରଥମ ଥର ନିଜକୁ ଭୋଟର ଭାବେ ଚିହ୍ନଟ କରୁଥିବା ଲୋକଙ୍କୁ ସିନେମା ଟିକେଟ ମଧ୍ୟ ଦେଇଥାନ୍ତି ।
- କିନ୍ତୁ ଏହି ପରିବର୍ତ୍ତନ କେବଳ ଭୋଟର ସଂଖ୍ୟା ଏବଂ ପଞ୍ଜୀକରଣ ପଦ୍ଧତିରେ ଆସିନାହିଁ । ଏହା ସହିତ ନିର୍ବାଚନର ଅର୍ଥନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି ।
- ନିର୍ବାଚନରେ ଦଳଗୁଡ଼ିକର ଖର୍ଚ୍ଚ ହେଉ କିମ୍ବା ଭୋଟରଙ୍କ ଉପରେ ନିର୍ବାଚନ କମିଶନଙ୍କ ଖର୍ଚ୍ଚ ହେଉ, ସବୁକିଛି ବହୁଗୁଣିତ ବୃଦ୍ଧି ହୋଇଛି ।
- ଆଜିର ‘ନମ୍ବର ଗେମ୍ ଅଫ୍ ଇଲେକ୍ସନ’ରେ ୧୯୫୧ ପରଠାରୁ ଦେଶରେ ନିର୍ବାଚନର ଚିତ୍ର ଅନେକ କିଛି ବଦଳିଯାଇଛି ।
ପ୍ରଥମ ନିର୍ବାଚନରେ ୧୮ ହଜାର ଟନରୁ ଅଧିକ ଓଜନର ଇସ୍ପାତରେ ବ୍ୟାଲଟ ବାକ୍ସ ନିର୍ମିତ
- ୧୯୫୨ ନିର୍ବାଚନରେ ୨୪ ଲକ୍ଷରୁ ଅଧିକ ବ୍ୟାଲଟ୍ ବାକ୍ସ ଲଗାଯାଇଥିଲା ।
- ଏହାର ମୂଲ୍ୟ ଥିଲା ୧.୨୨ କୋଟି ଟଙ୍କା ।
- ଏହାକୁ ତିଆରି କରିବା ପାଇଁ ମୋଟ ୮ ହଜାର ଟନରୁ ଅଧିକ ଇସ୍ପାତ ବ୍ୟବହୃତ ହୋଇଥିଲା ।
- ଉତ୍ତରପ୍ରଦେଶକୁ ସର୍ବାଧିକ (୫.୪୪ ଲକ୍ଷ) ବ୍ୟାଲଟ୍ ବାକ୍ସ ମିଳିଥିଲା ।
- ବିଳାସପୁର (୬୮୦)ରେ ସର୍ବନିମ୍ନ ସଂଖ୍ୟକ ବ୍ୟାଲଟ୍ ବାକ୍ସ ଲଗାଯାଇଥିଲା ।
- ୧୮୦ ଟନ୍ କାଗଜ ସାହାଯ୍ୟରେ ୬୦ କୋଟି ବାଲଟ୍ ପେପର ତିଆରି ହୋଇଥିଲା ।
- ଏଥିପାଇଁ ୧୦.୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
୧୯୫୨ ନିର୍ବାଚନରେ ୧ ଲକ୍ଷରୁ ଅଧିକ ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା
- ଆଙ୍ଗୁଠିରେ ଲଗାଯାଉଥିବା କାଳି ୩.୮୯ ଲକ୍ଷ ବୋତଲ ଲାଗିଥିଲା ।
- ପ୍ରଥମ ନିର୍ବାଚନ ପାଇଁ ଦେଶରେ ୧.୩୨ ଲକ୍ଷ ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା ।
- ହାରାହାରି ୮୮୪ ଜଣ ଭୋଟରଙ୍କୁ ନେଇ ଗୋଟିଏ ମତଦାନ କେନ୍ଦ୍ର ହୋଇଥିଲା ।
- ମହିଳା ଭୋଟରଙ୍କ ପାଇଁ ମୋଟ ୨୭ ହଜାରରୁ ଅଧିକ ମତଦାନ କେନ୍ଦ୍ର ସଂରକ୍ଷିତ ରହିଥିଲା ।
୧୯୫୨ ନିର୍ବାଚନରେ ୪୮୯ ଜଣ ସାଂସଦ ନିର୍ବାଚିତ ହୋଇଥିଲେ
- ୧୯୪୮ମସିହାରୁ ୧୯୫୨ ମସିହାରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚ ୧୦.୪ କୋଟି ଟଙ୍କା ଥିଲା ।
- ୧୯୫୨ ନିର୍ବାଚନରେ ଲୋକସଭାର ସଦସ୍ୟ ସଂଖ୍ୟା ୪୮୯ ଥିଲା ।
- ଜନପ୍ରତିନିଧି ଆଇନ ୧୯୫୦ ଅନୁଯାୟୀ ଏହି ଆସନଗୁଡ଼ିକୁ ବିଭକ୍ତ କରାଯାଇଥିଲା ।
- ଆନ୍ଧ୍ର ରାଜ୍ୟ ହେବା ପରେ ମାଡ୍ରାସ ଓ ଆନ୍ଧ୍ର ପାଇଁ ୪୬ ଓ ୨୮ ଟି ଆସନ ରଖାଯାଇଥିବାବେଳେ ମହୀଶୂରକୁ ଆଉ ଗୋଟିଏ ଆସନ ଦିଆଯାଇଥିଲା ।
- ଜମ୍ମୁ-କଶ୍ମୀର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଯଥାକ୍ରମେ ୬ ଓ ୧ଟି ଆସନ ଥିଲା ।
୧୯୫୨ମସିହାରେ ୨୬ଟି ରାଜ୍ୟରେ ନିର୍ବାଚନ ହୋଇଥିଲା
- ବିଳାସପୁର
- ହିମାଚନ ପ୍ରଦେଶ
- ପିଇପିଏସୟୁ
- ପଞ୍ଜାବ
- ରାଜସ୍ଥାନ
- ଅଜମେର
- କଚ୍ଛ
- ସୌରାଷ୍ଟ୍ର
- ଭୋପାଳ
- ବମ୍ବେ
- ମହୀଶୂର
- କୁର୍ଗ
- ଟ୍ରାଭାଙ୍କୋର କୋଚିନ
- ଦିଲ୍ଲୀ
- ଉତ୍ତର ପ୍ରଦେଶ
- ବିହାର
- ତ୍ରିପୁରା
- ମଣିପୁର
- ପଶ୍ଚିମବଙ୍ଗ
- ଓଡ଼ିଶା
- ବିନ୍ଧ୍ୟା ପ୍ରଦେଶ
- ମଧ୍ୟପ୍ରଦେଶ
- କେନ୍ଦ୍ରୀୟ ଭାରତ
- ହାଇଦ୍ରାବାଦ
- ମାଡ୍ରାସ
- ଆସାମ
ଯେଉଁ ରାଜ୍ୟରେ ପ୍ରଥମ ନିର୍ବାଚନରେ ୨୦ ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚ ଥିଲା
ରାଜ୍ୟ | ଆସନ | ସମୁଦାୟ ଖର୍ଚ୍ଚ (ଟଙ୍କାରେ) |
ବିଳାସପୁର | ୧ | ୩୫.୩୮ହଜାର |
କୁର୍ଗ | ୧ | ୪୭.୬୨ହଜାର |
ମଣିପୁର | ୨ | ୧.୦୭ ଲକ୍ଷ |
କଚ୍ଛ | ୨ | ୧.୨୫ ଲକ୍ଷ |
ଭୋପାଳ | ୨ | ୧.୪୬ ଲକ୍ଷ |
ଅଜମେର | ୨ | ୧.୪୮ ଲକ୍ଷ |
ହିମାଚନଳ ପ୍ରଦେଶ | ୩ | ୧.୫୨ ଲକ୍ଷ |
ତ୍ରିପୁରା | ୨ | ୨.୦୯ ଲକ୍ଷ |
ବିନ୍ଧ୍ୟା ପ୍ରଦେଶ | ୬ | ୪.୦୬ ଲକ୍ଷ |
ଦିଲ୍ଲୀ | ୪ | ୫.୩୧ ଲକ୍ଷ |
ସୌରାଷ୍ଟ୍ର | ୬ | ୧୨.୭୧ ଲକ୍ଷ |
ପଟିଆଲା ଏବଂ ପୂର୍ବ | ||
ପଞ୍ଜାବ ରାଜ୍ୟୟୁନିୟନ
(ପିଇ ପିଏସୟୁ) |
୫ | ୧୪.୯୮ ଲକ୍ଷ |
ମଧ୍ୟ ଭାରତ | ୧୧ | ୧୫.୮୯ ଲକ୍ଷ |
ଯେଉଁ ରାଜ୍ୟଗୁଡ଼ିକରେ ପ୍ରଥମ ନିର୍ବାଚନରେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା
ରାଜ୍ୟ | ଆସନ | ସମୁଦାୟ ଖର୍ଚ୍ଚ (ଟଙ୍କାରେ) |
ଟ୍ରାଭାଙ୍କୋର-କୋଚିନ | ୧୨ | ୨୨.୦୫ ଲକ୍ଷ |
ମହୀଶୂର | ୧୧ | ୨୪.୧୧ ଲକ୍ଷ |
ଆସାମ | ୧୩ | ୩୦.୫୫ ଲକ୍ଷ |
ପଞ୍ଜାବ | ୧୮ | ୩୯.୪୬ ଲକ୍ଷ |
ମଧ୍ୟପ୍ରଦେଶ | ୨୯ | ୩୯.୬୨ ଲକ୍ଷ |
ହାଇଦ୍ରାବାଦ | ୨୫ | ୪୦.୮୨ ଲକ୍ଷ |
ରାଜସ୍ଥାନ | ୨୦ | ୪୧.୪୫ ଲକ୍ଷ |
ଓଡ଼ିଶା | ୨୦ | ୪୫.୮୫ ଲକ୍ଷ |
ପଶ୍ଚିମବଙ୍ଗ | ୩୪ | ୯୦.୦୦ ନିୟୁତ |
ବିହାର | ୫୫ | ୧.୧୨ କୋଟି |
ବମ୍ବେ | ୪୫ | ୧.୨୭ କୋଟି |
ଉତ୍ତର ପ୍ରଦେଶ | ୮୬ | ୧.୭୦ କୋଟି |
ମାଡ୍ରାସ | ୭୫ | ୧.୯୮ କୋଟି |
ପ୍ରଥମ ନିର୍ବାଚନରେ କଂଗ୍ରେସ ୪୮୯ରୁ ୩୬୪ ଆସନରେ ବିଜୟୀ ହୋଇଥିଲା
ଦଳ | ନିର୍ବାଚନ ଲଢ଼ିଥବା ପ୍ରାର୍ଥୀସଂଖ୍ୟା | ବିଜୟୀ |
ଭାରତୀୟ ଜାତୀୟ କଂଗ୍ରେସ | ୪୭୨ | ୩୬୪ |
ସିପିଆଇ | ୪୯ | ୧୬ |
ସୋସାଲିଷ୍ଟ ପାର୍ଟି ଅଫ ଇଣ୍ଡିଆ | ୨୫୬ | ୧୨ |
କିଷାନ ମଜଦୁର ପ୍ରଜା ପାର୍ଟି | ୧୪୫ | ୯ |
ଭାରତୀୟ ଜନସଂଘ | ୯୩ | ୩ |
୧୯୫୨ରୁ ୧୯୮୦ ମଧ୍ୟରେ ଜଣେ ଭୋଟରଙ୍କ ଉପରେ ଖର୍ଚ୍ଚ ୧ ଟଙ୍କାରୁ ଅଧିକ ଥିଲା
ନିର୍ବାଚନ ବର୍ଷ | ଖର୍ଚ୍ଚ(କୋଟିରେ) | ଜଣେ ଭୋଟର
ଉପରେ ଖର୍ଚ୍ଚ |
ଭୋଟର (କୋଟି) |
୧୯୫୨ | ୧୦.୪୫ | ୬୦ ପଇସା | ୧୭.୩୨ |
୧୯୫୭ | ୫.୯ | ୩୦ ପଇସା | ୧୯.୩୬ |
୧୯୬୨ | ୭.୩୨ | ୩୦ ପଇସା | ୨୧.୬୩ |
୧୯୬୭ | ୧୦.୮ | ୪୦ ପଇସା | ୨୫.୦୨ |
୧୯୭୧ | ୧୧.୬୧ | ୪୦ ପଇସା | ୨୭.୪୧ |
୧୯୭୭ | ୨୩.୦୪ | ୭୦ ପଇସା | ୩୨.୧୧ |
୧୯୮୦ | ୫୪.୭୭ | ୧.୫ ଟଙ୍କା | ୩୫.୬୨ |
୧୯୮୪ରୁ ୨୦୧୯ ମଧ୍ୟରେ ଭୋଟରଙ୍କ ଉପରେ ଖର୍ଚ୍ଚ ୩୫୦୦% ବୃଦ୍ଧି ପାଇଛି
ନିର୍ବାଚନ ବର୍ଷ | ଖର୍ଚ୍ଚ(କୋଟିରେ) | ଜଣେ ଭୋଟର
ଉପରେ ଖର୍ଚ୍ଚ |
ଭୋଟର (କୋଟି) |
୧୯୮୪-୮୫ | ୮୧.୫୧ | ୨ ଟଙ୍କା | ୪୦.୦୩ |
୧୯୮୯ | ୧୫୪.୨୨ | ୩.୧ ଟଙ୍କା | ୪୯.୮୯ |
୧୯୯୧-୯୨ | ୩୫୯.୧ | ୭ ଟଙ୍କା | ୫୧.୧୫ |
୧୯୯୬ | ୫୯୭.୩୪ | ୧୦ ଟଙ୍କା | ୫୯.୨୫ |
୧୯୯୮ | ୬୬୬.୨୨ | ୧୧ ଟଙ୍କା | ୬୦.୫୮ |
୧୯୯୯ | ୯୪୭.୬୮ | ୧୫ ଟଙ୍କା | ୬୧.୯୫ |
୨୦୦୪ | ୧୧୧୩.୮୮ | ୧୭ ଟଙ୍କା | ୬୭.୧୪ |
୨୦୦୯ | ୮୪୭.୬୭ | ୧୨ ଟଙ୍କା | ୭୧.୬୯ |
୨୦୧୪ | ୩୮୭୦ | ୪୬ ଟଙ୍କା | ୮୩.୪୦ |
୨୦୧୯ | ୬୫୦୦ | ୭୨ ଟଙ୍କା | ୯୦.୦୦ |
ସ୍ୱାଧୀନ ଭାରତରେ ଭୋଟ ଦେଇଥିବା ପ୍ରଥମ ଭୋଟର
ହିମାଚଳର କିନ୍ନୌର ଜିଲ୍ଲାର କଲ୍ପା ଗାଁର ଶ୍ୟାମ ସରନ ନେଗୀ ସ୍ୱାଧୀନ ଭାରତର ପ୍ରଥମ ଭୋଟର । ବୃତ୍ତିରେ ଶିକ୍ଷକ ଶ୍ୟାମ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖ ସକାଳ ୭ଟାରେ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ବ୍ୟକ୍ତିଭାବେ ମତଦାନ କରିଥିଲେ । ସନ୍ଧ୍ୟା ହେବା ପରେ ଖବର ଆସିଲା ଯେ ଶ୍ୟାମ କେବଳ ସେହି ପୋଲିଂ ବୁଥରେ ନୁହଁନ୍ତି, ବରଂ ସ୍ୱାଧୀନ ଭାରତରେ ଭୋଟ ଦେବାରେ ପ୍ରଥମ ବ୍ୟକ୍ତି ଥିଲେ । ଶ୍ୟାମ ସରନ ନେଗୀଙ୍କର ୧୦୬ ବର୍ଷ ବୟସରେ ୨୦୨୨ ମସିହାରେ ଦେହାନ୍ତ ହୋଇଥିଲା । ଶ୍ୟାମ ତାଙ୍କ ଜୀବନରେ ସମୁଦାୟ ୩୩ ଥର ଭୋଟ ଦେଇଥିଲେ ।
ଉତ୍ସ: ନିର୍ବାଚନ ଆୟୋଗ ରିପୋର୍ଟ, ୧୯୫୫ ନିର୍ବାଚନ