ଜାତି ସଂରକ୍ଷଣ ୬୫%କୁ ବୃଦ୍ଧି ପାଇଁ ବିହାର ବିଧାନସଭାରେ ପାରିତ ହେଲା ବିଲ୍

Must read

ନୂଆଦିଲ୍ଲୀ: ବିହାରରେ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବୃଦ୍ଧି ଦାବିରେ ସଂରକ୍ଷଣ ସଂଶୋଧନ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି । ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କୋଟା ବୃଦ୍ଧି ପ୍ରସ୍ତାବକୁ ମଙ୍ଗଳବାର ବିହାର କ୍ୟାବିନେଟ୍ ଅନୁମୋଦନ କରିଛି ।

ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତାବ ଦେବା ପରେ ଏହି ଘଟଣା ଘଟିଛି ।

ଅର୍ଥନୈତିକ ଦୁର୍ବଳ ବର୍ଗ କୋଟା (ଇଡବ୍ଲ୍ୟୁଏସ୍) ପାଇଁ କେନ୍ଦ୍ରର ୧୦ ପ୍ରତିଶତ ସଂରକ୍ଷଣକୁ ମିଶାଇ ପ୍ରସ୍ତାବିତ ସଂରକ୍ଷଣ ୭୫ ପ୍ରତିଶତକୁ ବୃଦ୍ଧି ପାଇବ ।

ଏଠାରେ ବିହାରରେ ପ୍ରସ୍ତାବିତ ସଂରକ୍ଷଣର ବିଭାଜନ ଏପରି

  • ଅନୁସୂଚିତ ଜାତି (ଏସ୍ ସି): ୨୦%
  • ଅନୁସୂଚିତ ଜନଜାତି (ଏସଟି): ୨%
  • ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଅତ୍ୟନ୍ତ ପଛୁଆ ବର୍ଗ (ଇବିସି): ୪୩%

ବର୍ତ୍ତମାନ ରାଜ୍ୟ ଚାକିରି ଓ ଶିକ୍ଷାନୁଷ୍ଠାନରେ ବିହାରରେ ଇବିସିଙ୍କ ପାଇଁ ୧୮ ପ୍ରତିଶତ, ଓବିସି ପାଇଁ ୧୨ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୬ ପ୍ରତିଶତ, ଅନୁସୂଚିତ ଜନଜାତିଙ୍କ ପାଇଁ ୧ ପ୍ରତିଶତ ଏବଂ ପଛୁଆ ବର୍ଗର ମହିଳାଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ରହିଛି ।

ରାଜ୍ୟ ବିଧାନସଭାରେ ବିଜେପି ବିଲ୍ ର ସଂରକ୍ଷଣ ଭଙ୍ଗରେ ଇଡବ୍ଲ୍ୟୁଏସର ଉଲ୍ଲେଖ ନ କରିବା ପ୍ରସଙ୍ଗ ଉଠାଇଥିଲା ।

ବିଜେପି କହିଛି, ଇଡବ୍ଲ୍ୟୁଏସ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ।

ମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣରେ ସଂଶୋଧନ ସମ୍ପର୍କରେ ବିଲ୍‍ର ନାମରୁ ସ୍ପଷ୍ଟ ହୋଇଛି ।

ଜାତି ସର୍ବେକ୍ଷଣରେ ବିହାର ସରକାର ମୁସଲମାନ ଓ ଯାଦବଙ୍କ ଜନସଂଖ୍ୟା ବୃଦ୍ଧି କରୁଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଭିଯୋଗ କରିବାର ଦୁଇଦିନ ପରେ ନୀତୀଶ କୁମାର ଜାତିଭିତ୍ତିକ କୋଟା ବୃଦ୍ଧି ପାଇଁ ଦାବି କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article