ସଦର ସୁରକ୍ଷା ଉଲ୍ଲଂଘନ କରିଥିବା ଦୁଇଜଣଙ୍କୁ କିଏ ?
ନୂଆଦିଲ୍ଲୀ: ଲୋକସଭାରେ ହଠାତ୍ ଦୁଇଜଣଙ୍କ ଅନୁପ୍ରବେଶକୁ ନେଇ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଙ୍ଗାମା ହୋଇଥିଲା । ଉଭୟଙ୍କ ହାତରେ ଲୁହବୁହା ଗ୍ୟାସ୍ ଭଳି କିଛି ଥିଲା । କିନ୍ତୁ କିଛି କରିବା ପୂର୍ବରୁ ସେମାନେ ଧରାପଡ଼ିଥିଲେ । ଏବେ ପ୍ରଶ୍ନ ଉଠୁଛି ଏହି ଦୁଇଜଣ କିଏ ଏବଂ ସେମାନେ କିପରି ସଂସଦରେ ପ୍ରବେଶ କଲେ ? ବହିଷ୍କୃତ ବିଏସପି ସାଂସଦ ଦାନିଶ ଅଲ୍ଲୀ କହିଛନ୍ତି ଯେ ସେ ସୁରକ୍ଷା ଅଧିକାରୀଙ୍କଠାରୁ ସାଗର ନାମକ ଜଣେ ବ୍ୟକ୍ତିଙ୍କ ପାସ୍ ଦେଖିଛନ୍ତି । ସେ ମୈସୁରୁର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କୁ ଭେଟିଥିଲେ । ସୁରକ୍ଷା ଏଜେନ୍ସି ଏବେ ଅନ୍ୟଜଣଙ୍କ ବିଷୟରେ ଜାଣିବାରେ ଲାଗିଛନ୍ତି ।
ଉଭୟଙ୍କୁ ଧରିଲେ ସାଂସଦ
କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଲୋକସଭାରେ ଶୂନ୍ୟକାଳ ଥିଲା । ଆମେ ସମସ୍ତେ ଗୃହରେ ବସିଥିଲୁ । ଜଣେ ବାଳକ ହଠାତ୍ ଲବିରୁ ତଳକୁ ଡେଇଁ ପଡ଼ିଥିଲା । ଏହି ସମୟରେ ସେ ଜୋତାରୁ ପାଉଚ ଭଳି କିଛି ବାହାର କରିଥିଲେ । ସେଥିରୁ କିଛି ହଳଦିଆ ଭଳି ଗ୍ୟାସ୍ ବାହାରିଥିଲା । ଏହାପରେ ସାଂସଦମାନେ ତାଙ୍କୁ ଧରିଥିଲେ । କିଛି ଲୋକ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହାପରେ ଏହାକୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । କୌଣସି ସୁରକ୍ଷା କର୍ମୀ ନୁହଁନ୍ତି, ସମସ୍ତ ସାଂସଦ ମିଶି ତାଙ୍କୁ ଧରିଥିଲେ । ଆଜି ସକାଳେ ଆମେ ସମସ୍ତେ ମିଶି ୨୦୦୧ରେ ଗୃହ ଉପରେ ହୋଇଥିବା ଆକ୍ରମଣର ସହିଦମାନଙ୍କୁ ମନେ ପକାଇଥିଲୁ । ଆଜି ଗୃହରେ ଏଭଳି ଏକ ଘଟଣା ଘଟିଛି । ଏହା ଏକ ସୁରକ୍ଷା ତ୍ରୁଟି ।