ବଦଳିଲା ନିୟମ: ଫୋନ୍ ବିଲ୍ ପୈଠ ନ କଲେ ଜେଲ୍ ଦଣ୍ଡ

Must read

ଭୁବନେଶ୍ୱର: ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠରେ ବିଳମ୍ବ ହେଲେ ଆପଣଙ୍କୁ ଜେଲ୍ ହୋଇପାରେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ଆପଣଙ୍କୁ ଏପରି କରି ଅଦାଲତ ବୁଲିବାକୁ ପଡ଼ିପାରେ । ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ନ ମାନିଲେ ଜେଲ୍ ହୋଇପାରେ । ତେଣୁ ଆପଣ ଆଜି ସତର୍କ ରହିବା ସହ ପୋଷ୍ଟପେଡ୍ ବିଲ୍‍ର ନୂଆ ନିୟମ ବିଷୟରେ ମଧ୍ୟ ଜାଣିବା ଦରକାର ।

ଯଦି ଆପଣ ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠ କରୁନାହାନ୍ତି, ତେବେ ଟେଲିକମ୍ କମ୍ପାନିଗୁଡ଼ିକ ଆପଣଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ । କିନ୍ତୁ ସେ ପ୍ରଥମେ ତାହା କରନ୍ତି ନାହିଁ । ଆପଣଙ୍କ ଫୋନ୍‍ ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିଲ୍ ପୈଠ କରିବାକୁ ଚେତାବନୀ ଦିଆଯାଉଛି । ଏଥିସହିତ ତାଙ୍କ ଏଜେଣ୍ଟମାନେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ କଲ୍ କରନ୍ତି । ଯଦି ଆପଣ ଏହି ସବୁ କଥାକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ।

ଏହାପରେ ଆପଣଙ୍କ ମାମଲାକୁ ବକେୟା ଆଦାୟକାରୀଙ୍କ ନିକଟକୁ ପଠାଯାଇଥାଏ । ବକେୟା ଆଦାୟକାରୀ ଆପଣଙ୍କୁ ବିଲ୍ ପୈଠ କରିବାକୁ ଅନୁରୋଧ କରିଥାନ୍ତି। ଏଥିସହିତ ସେମାନଙ୍କର ଗ୍ରାହକ ଯଦି ଏହାକୁ ଗ୍ରହଣ ନ କରନ୍ତି ତେବେ ସେମାନେ ଆଇନଗତ ନୋଟିସ୍ ଜାରି କରିପାରିବେ । ଯଦି ଆପଣ ଲଗାତାର ଏପରି କରନ୍ତି, ତେବେ ଆପଣଙ୍କ ବିରୋଧରେ ଆଇନଗତ ନୋଟିସ୍ ଜାରି ହୋଇଥାଏ । ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ନ ହେଲେ ଆପଣଙ୍କୁ ଖିଲାପକାରୀ ଘୋଷଣା କରାଯାଇପାରେ ।

ଅଦାଲତ ଆପଣଙ୍କୁ ଚାକିରି ଏବଂ ରୋଜଗାର ସମ୍ବନ୍ଧୀୟ ପ୍ରଶ୍ନ ପଚାରିପାରିବେ । ଯଦି ଆପଣ ଏବେବି ବିଲ୍ ପୈଠ କରନ୍ତି ନାହିଁ, ତେବେ ମୋବାଇଲ କମ୍ପାନୀ କୋର୍ଟଙ୍କୁ ସିଭିଲ ୱାରେଣ୍ଟ ଜାରି କରିବାକୁ କହିଥାଏ । ସିଭିଲ ୱାରେଣ୍ଟ ଜାରି ହେବା ପରେ ପୋଲିସ ଆପଣଙ୍କୁ ଗିରଫ କରିପାରେ । ଗିରଫ ହେବା ପରେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଟଙ୍କା ଦେବାକୁ ପଡ଼ିବ । କାରଣ ଏହାପରେ ଆପଣଙ୍କ ବିରୋଧରେ ଦ୍ୱିତୀୟ ୱାରେଣ୍ଟ ମଧ୍ୟ ଜାରି ହୋଇପାରେ । ଏହାର ମୁକାବିଲା ପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରାଶି ଦେବାକୁ ପଡ଼ିବ ।

More articles

LEAVE A REPLY

Please enter your comment!
Please enter your name here

Latest article