ଜାତିଗତ ସର୍ଭେକୁ ନେଇ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବ ଆରଏସଏସ, ମାର୍ଚ୍ଚରେ ଆସିପାରେ ପ୍ରସ୍ତାବ

Must read

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ ବ୍ୟବହାର କରାଯିବା ଉଚିତ । ଏହା ସହିତ ସାମାଜିକ ସଦ୍ଭାବ ଓ ଏକତାକୁ ଯେପରି କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଧ୍ୟାନ ଦେବା ଦରକାର । ଆରଏସଏସର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି ଯେ ସଂଘ କୌଣସି ଭେଦଭାବ ଏବଂ ବୈଷମ୍ୟରୁ ମୁକ୍ତ ସାମାଜିକ ନ୍ୟାୟ ଉପରେ ଆଧାରିତ ଏକ ହିନ୍ଦୁ ସମାଜର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି । ଦେଶରେ ଜାତିଗତ ସର୍ବେକ୍ଷଣକୁ ନେଇ ରାଜନୈତିକ ଦଳଗୁଡ଼ିକର ବୟାନ ମଧ୍ୟରେ ସଂଘ ଏହି ବିତର୍କରେ ନିଜକୁ ସାମିଲ କରିବାକୁ ଚାହୁଁନାହିଁ, କିନ୍ତୁ ସଂଘର ଜଣେ କର୍ମକର୍ତ୍ତାଙ୍କ ବୟାନ ପରେ ସଂଘକୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିଥିଲା । ଜାତି ସର୍ବେକ୍ଷଣ ଉପରେ ସଂଘ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବାକୁ ଚେଷ୍ଟା କରିଛି । ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚରେ ହେବାକୁ ଥିବା ଆରଏସଏସର ପ୍ରତିନିଧି ସଭାରେ ଜାତିଗତ ସର୍ଭେକୁ ନେଇ ଏକ ପ୍ରସ୍ତାବ ଆସିପାରେ, କିନ୍ତୁ ଏହା ସପକ୍ଷରେ କିମ୍ବା ବିପକ୍ଷରେ ଏକ ସାଧାରଣ ପ୍ରସ୍ତାବ ହେବ ନାହିଁ । କେନ୍ଦ୍ର ପ୍ରତିନିଧି ସଭା ହେଉଛି ସଂଘର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ।

ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ପଷ୍ଟୀକରଣ ଆସିଛି

ଦୁଇଦିନ ତଳେ ସଂଘର ଜଣେ ନେତା କହିଥିଲେ ଯେ ଜାତିଗତ ସର୍ଭେ ହେବା ଉଚିତ ନୁହେଁ । ସେ କହିଛନ୍ତି ଯେ ଏଭଳି ଅଭ୍ୟାସ ରାଜନୈତିକ ଦୃଷ୍ଟିରୁ କିଛି ଲୋକଙ୍କୁ ଫାଇଦା ଦେଇପାରେ କାରଣ ଏହା ଏକ ଜାତିର ଜନସଂଖ୍ୟା କେତେ ତାହାର ତଥ୍ୟ ଦେବ, କିନ୍ତୁ ଏହା ସାମାଜିକ ଏବଂ ଜାତୀୟ ଏକତା ଦୃଷ୍ଟିରୁ ଭଲ ନୁହେଁ । ତାଙ୍କ ବୟାନ ପରେ ଏହା ଉପରେ ଆଲୋଚନା ଆରମ୍ଭ ହୋଇଥିଲା, ଯାହା ପରେ ସଂଘ ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି ।

ଏହାର ଉଦ୍ଦେଶ୍ୟ କ’ଣ ?

ସଂଘ ଦୀର୍ଘ ଦିନ ଧରି ଏକ ସୌହାର୍ଦ୍ଦ୍ୟ ଅଭିଯାନ ଚଳାଇଆସୁଛି । ଏଥିରେ ମନ୍ଦିର, କୂଅ ଓ ଶବଦାହ ଅଭିଯାନ ମଧ୍ୟ ରହିଛି । ସଂଘ ହିନ୍ଦୁ ସମାଜକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି ଏବଂ ଅନୁସୂଚିତ ଜାତିମାନଙ୍କ ପାଇଁ ମଧ୍ୟ କ୍ରମାଗତ ଭାବରେ ଏଭଳି ଅଭିଯାନ ଚଳାଇଛି । ଜାତିଜନଗଣନା ନାଁ’ରେ ଯେଉଁଭଳି ରାଜନୀତି କରାଯାଉଛି, ତାହା ସମାଜକୁ ଅଧିକ ବିଭାଜିତ କରିବ ବୋଲି ଆମେ ଆଶଙ୍କା କରୁଛୁ । ବିଭିନ୍ନ ଜାତିର ତଥ୍ୟ ସାମ୍ନାକୁ ଆସିବା ପରେ ଏହି ବ୍ୟବଧାନ ବଢ଼ିବା ଉଚିତ ନୁହେଁ, ଯାହାକୁ ଦୂର କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ତେଣୁ ଆମେ ଏହି ବିବାଦରେ ନ ପଡ଼ିବାକୁ ଚେଷ୍ଟା କରୁଛୁ ।

More articles

LEAVE A REPLY

Please enter your comment!
Please enter your name here

Latest article