ବିଜେପିରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ସର୍ଭେରେ ଆଶ୍ଚର୍ଯ୍ୟଜନକ ଉତ୍ତର
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସବୁ ଦଳ ନିଜ ନିଜ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିର୍ବାଚନ ତାରିଖ ଘୋଷଣାକୁ ଆଉ ପ୍ରାୟ ଅଢ଼େଇ ମାସ ବାକି ରହିଛି । ଏଭଳି ପରିସ୍ଥିତିରେ ସି ଭୋଟର ଫର ଏବିପି ନ୍ୟୁଜ୍ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ପ୍ରଥମ ଜନମତ ସର୍ବେକ୍ଷଣ କରିଛି ।
ଏହି ଜନମତ ସର୍ବେକ୍ଷଣରେ ଲୋକଙ୍କୁ ପଚରାଯାଇଥିଲା ଯେ ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ଆପଣ କିପରି ଦେଖୁଛନ୍ତି । ଏହା ଉପରେ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ପୁରୁଣା ନେତାମାନଙ୍କୁ ବାଦ୍ ଦିଆଯାଇଛି । ୩୪ ପ୍ରତିଶତ କହିଛନ୍ତି ଯେ ନୂଆ ନେତୃତ୍ୱକୁ ସୁଯୋଗ ମିଳିଛି । ୨୦ ପ୍ରତିଶତ କହିଛନ୍ତି ଯେ ବିଜେପି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି । ୧୦ ପ୍ରତିଶତ କହିଛନ୍ତି ଯେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି ଏବଂ ୯ ପ୍ରତିଶତ କହିଛନ୍ତି ଯେ ଆମେ ଜାଣିନାହୁଁ ।
ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କ’ଣ କହିଲେ ଲୋକେ ?
- ପୁରୁଣା ନେତାମାନେ ବାଦ୍ ପଡ଼ିଛନ୍ତି- ୨୭ ପ୍ରତିଶତ
- ନୂଆ ନେତୃତ୍ୱ ପାଇଁ ସୁଯୋଗ – ୩୪ ପ୍ରତିଶତ
- ଭବିଷ୍ୟତ ପ୍ରସ୍ତୁତି -୨୦%
- କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ -୧୦ ପ୍ରତିଶତ
- ଜାଣନ୍ତି ନାହିଁ- ୯ ପ୍ରତିଶତ
ମୁଖ୍ୟମନ୍ତ୍ରୀଙ୍କ ଚେହେରାରେ ଆଶ୍ଚର୍ଯ୍ୟ କଲା ବିଜେପି
ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟରେ ସରକାର ଗଠନ କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀର ଚେହେରା ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି । ବିଜେପି ବିଷ୍ଣୁଦେବ ସାଏଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିଛି । ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ନାମ ଘୋଷଣା ରାଜନୈତିକ ପଣ୍ଡିତଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ସେପଟେ ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବହୁତ ଅସୁବିଧା ହୋଇଛି ଏବଂ ବିଜେପି ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।
(ଡିସେମ୍ବର ୧୫ରୁ ୨୧ ମଧ୍ୟରେ ସମସ୍ତ ୫୪୩ ଲୋକସଭା ଆସନରେ ୧୩,୧୧୫ ଜଣ ଉତ୍ତରଦାତାଙ୍କୁ ସାମିଲ କରାଯାଇଥିଲା ।)