- ପ୍ରତି ୫ଟି ଲୋକସଭା ଆସନକୁ ନେଇ ୟୁନିଟ ଗଠନ କରିବ ବିଜେପି
- ଲୋକସଭା ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ଅମିତ ଶାହ ଓ ନଡ୍ଡା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏଥର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ମାଇକ୍ରୋ-ଲେଭଲ’ ଯୋଜନାର ନିର୍ବାଚନୀ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିଜ୍ଞ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏଥର ୫ଟି ଲୋକସଭା ଆସନର କ୍ଲଷ୍ଟର ଗଠନ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ
ପୂର୍ବରୁ ଦୁର୍ବଳ ଅଞ୍ଚଳରେ ଦମଦାର ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ଖୁବ୍ ଶୀଘ୍ର ପ୍ରାୟ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ସଙ୍କେତ ଦେଇଛି । ଏହି ତାଲିକା ବିଧାନସଭା ଭଳି ଆଗୁଆ ପ୍ରକାଶ ପାଇବ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକର ଦ୍ୱିତୀୟ ଦିନରେ ବିଭିନ୍ନ ଅଧିବେଶନରେ ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ ହୋଇଥିଲା ।
ଶାହ, ନଡ୍ଡା ଓ ସାଂଗଠନିକ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ନିଜ ନିଜ ବୟାନରେ କର୍ମକର୍ତ୍ତାମାନଙ୍କୁ ରଣନୀତି ବୁଝାଇଛନ୍ତି । ସମସ୍ତ ୫୪୩ ଲୋକସଭା ଆସନକୁ ୪ କିମ୍ବା ୫ଟି ଆସନକୁ ନେଇ ୟୁନିଟ ଗଠନ କରାଯିବ । ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ସେମାନଙ୍କର ପୃଥକ୍ ବୈଠକ ଅନୁଷ୍ଠିତ ହେବ । ସେମାନଙ୍କ ସ୍ଥିତିର ତୀକ୍ଷ୍ଣ ସମୀକ୍ଷା ସହ ରଣନୀତିକୁ ଆଗକୁ ବଢ଼ାଯିବ ।
ଦୁଇ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇନଥିବା ପ୍ରାୟ ୧୬୦ଟି ଆସନରେ ଦଳ ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ଜାନୁଆରି ଶେଷ ସୁଦ୍ଧା ଏହି ସବୁ ଆସନ ପାଇଁ ପ୍ରାର୍ଥୀ ଙ୍କ ନାମ ସ୍ଥିର ହୋଇଯିବ ।
କଂଗ୍ରେସ ଭଳି ଦୁର୍ବଳତା ରହିବା ଉଚିତ ନୁହେଁ, ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ
ଗୃହମନ୍ତ୍ରୀ ଶାହାଙ୍କ ଏହି ରଣନୀତି କେବଳ ନିର୍ବାଚନ ଜିତିବା ପାଇଁ ନୁହେଁ, ବରଂ ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରହିଛି। ସେ ସେହି ଜାତିଗୋଷ୍ଠୀଙ୍କ ବିଷୟରେ ମଧ୍ୟ କହିଥିଲେ ଯେଉଁମାନେ ଗୋଟିଏ ଦଳର ସମାନ ନେତୃତ୍ୱ ସହିତ ଅଧିକ ସଂଯୁକ୍ତ ଏବଂ ବିଜେପି ସେମାନଙ୍କ ତୁଳନାରେ ସେହି ବର୍ଗରୁ କମ୍ ଭୋଟ ପାଇଥାଏ । ଦଶନ୍ଧି ଧରି ବିଜେପିକୁ ଯେପରି କେହି ହଲାଇ ପାରିବେ ନାହିଁ ସେଥିପାଇଁ ଦଳର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଜରୁରୀ ବୋଲି କୁହାଯାଇଥିଲା । ସଂଗଠନରେ କଂଗ୍ରେସ ଭଳି ଦୁର୍ବଳତା ରହିବା ଉଚିତ ନୁହେଁ ଯେ ଜନସାଧାରଣଙ୍କ ସହ କୌଣସି ସମ୍ପର୍କ ନାହିଁ ।
ଜାନୁଆରୀ ସୁଦ୍ଧା ଟିମ୍ ଗଠନ କରାଯିବ
ସଂଗଠନର ବରିଷ୍ଠ ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା ଓ ଲୋକସଭା ନିର୍ବାଚନ ପରିଚାଳନାର ଟିମକୁ ଏପରି ଭାବେ ପ୍ରସ୍ତୁତ କରିବାକୁ କୁହାଯାଇଛି ଯେ ଭୋଟ ଗଣତି ସମୟରେ କେଉଁ କର୍ମୀଙ୍କୁ ଏଜେଣ୍ଟଭାବେ ପଠାଯିବ ତାହା ଉଲ୍ଲେଖ କରାଯିବ । ଜାନୁଆରି ସୁଦ୍ଧା ଦଳ ଗଠନ କାର୍ଯ୍ୟ ଶେଷ ହେବା ଦରକାର । ଦଳ ଦୁର୍ବଳ ଥିବା ସ୍ଥାନରେ ଏବେଠାରୁ ବୈଠକ ଆରମ୍ଭ କରାଯିବା ସହ ଜନଆଲୋଚନା କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ କରିବାକୁ ରଣନୀତିରେ ଉଲ୍ଲେଖ ରହିଛି । ଶକ୍ତିଶାଳୀ, ଦୁର୍ବଳ ଓ ହାରାହାରି ସିଟ୍ ର ଗ୍ରେଡିଂ ଆଧାରରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ ।