ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ଦିଗରୁ ପ୍ରସ୍ତୁତିରେ ବ୍ୟସ୍ତ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି । ବିଶେଷ କରି ରାଜ୍ୟସଭାର ପ୍ରାୟ ୨୦ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି । ପ୍ରାୟ ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ଲୋକସଭା ଆସନ ସ୍ଥିର ହୋଇସାରିଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ପ୍ରମୁଖ ଚେହେରାମାନେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି । ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ ବଡ଼ ବଡ଼ ନେତାଙ୍କୁ ପ୍ରାର୍ଥୀ କଲେ ସେହି ଆସନ ଜିତିବା କେବଳ ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ ।
ଏହି କାରଣରୁ ବିଜେପି ନିଜର ବଡ଼ ବଡ଼ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯାଉଛି । ଏହା ପୂର୍ବରୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ପରୀକ୍ଷଣ କରିସାରିଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଥିଲା । ଏହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟସଭା ସାଂସଦଙ୍କୁ ନେଇ ମଧ୍ୟ ଏହି ଫର୍ମୁଲା ଲାଗୁ କରିବାକୁ ଯାଉଛି ।
କିଏ କେଉଁଠୁ ନିର୍ବାଚନ ଲଢ଼ିବେ !
ନେତାଙ୍କ ନାମ | ଲୋକସଭା ଆସନ | ରାଜ୍ୟ |
ଧର୍ମେନ୍ଦ୍ର ପ୍ରଧାନ | ସମ୍ବଲପୁର | ଓଡ଼ିଶା |
ପୀୟୂଷ ଗୋୟଲ | ମୁମ୍ବାଇ ଦକ୍ଷିଣ କିମ୍ବା ମିରଟ | ମହାରାଷ୍ଟ୍ର/ଉତ୍ତର ପ୍ରଦେଶ |
ଅନୀଲ ଜୈନ | ଫିରୋଜାବାଦ କିମ୍ବା ମିରଟ | ଉତ୍ତର ପ୍ରଦେଶ |
ନିର୍ମଳା ସୀତାରମଣ ଚେନ୍ନାଇ | ତାମିଲନାଡୁ | |
ଭୁପେନ୍ଦ୍ର ଯାଦବ | ଅଲୱାର | ରାଜସ୍ଥାନ |
ଅରୁଣ ସିଂହ | ମଥୁରା କିମ୍ବା ଗାଜିଆବାଦ | ଉତ୍ତର ପ୍ରଦେଶ |
ହରଦୀପ ସିଂ ପୁରୀ | ଅମୃତସର | ପଞ୍ଜାବ |
ଜିଭିଏଲ୍ ନରସିଂହ | ବିଜୟୱାଡା | ଆନ୍ଧ୍ରପ୍ରଦେଶ |
ବିଏଲ୍ ବର୍ମା | ବଦାୟୁନ୍ | ଉତ୍ତର ପ୍ରଦେଶ |
ସୁରେନ୍ଦ୍ର ସିଂହ ନାଗର | ଫରିଦାବାଦ | ହରିୟାନା |
ନୀରଜ ଶେଖର | ବଲିଆ | ଉତ୍ତର ପ୍ରଦେଶ |
ସୁଧାଂଶୁ ତ୍ରିବେଦୀ | କାନପୁର କିମ୍ବା ରାଏବରେଲି | ଉତ୍ତର ପ୍ରଦେଶ |
ମନସୁଖ ଭାଇ ମାଣ୍ଡଭିଆ | ଭାବନଗର | ଗୁଜରାଟ |
ରାଜୀବ ଚନ୍ଦ୍ରଶେଖର | ଉତ୍ତର ବେଙ୍ଗାଲୁରୁ କିମ୍ବା କେରଳର କୌଣସି ଆସନ । | |
ସରୋଜ ପାଣ୍ଡେ | ଦୁର୍ଗ | ଛତିଶଗଡ଼ |
ଭି ମୁରଲୀଧରନ | ତ୍ରିଭେନ୍ଦ୍ରମ | କେରଳ |
ରାକେଶ ସିହ୍ନା | ବେଗୁସରାଇ | ବିହାର |
ଜ୍ୟୋତିରାଦିତ୍ୟ ସିନ୍ଧିଆ | ଗୁନା ନା ଗ୍ୱାଲିୟର | ମଧ୍ୟପ୍ରଦେଶ |
ଏଲ୍ ମୁରୁଗାନ୍ | ତାମିଲନାଡୁର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ । |