ମମତା ବାନାର୍ଜୀଙ୍କ ଆକ୍ଷେପ : ବିଜେପି ଓ ଇଣ୍ଡି ମେଣ୍ଟ ନେତାଙ୍କ ମଧ୍ୟରେ କୋଳାକୋଳି

Must read

  • ପଶ୍ଚିମବଙ୍ଗରେ ଟିଏମସି ବନାମ ବିଜେପି ହେବ ଲୋକସଭା ନିର୍ବାଚନ
  • ଆସନ ବଣ୍ଟନ ନେଇ ସହମତି ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଟିଏମସି-ବିଜେପି ବିରୋଧରେ ଲଢ଼େଇ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ଅପର ପକ୍ଷରେ ପଶ୍ଚିମବଙ୍ଗରେ କୌଣସି ଦଳ ସହ ଆସନ ବୁଝାମଣା କରିବାକୁ ସେ ମନା କରିଦେଇଛନ୍ତି ।

ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦେଗଙ୍ଗାଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ବିରୋଧୀ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପିକୁ ଟକ୍କର ଦେବ ଏବଂ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏହି ଲଢ଼େଇର ନେତୃତ୍ୱ ନେବ ।

ସିପିଆଇ(ଏମ୍) ଓ କଂଗ୍ରେସ ପଶ୍ଚିମବଙ୍ଗରେ ବିଜେପି ସହ ମିଶିଥିବା ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗରେ ସିପିଆଇ(ଏମ୍), ବିଜେପି ଓ କଂଗ୍ରେସ ମେଣ୍ଟ କରି ଆମ ବିରୋଧରେ ସକ୍ରିୟଭାବେ ପ୍ରଚାର କରୁଛନ୍ତି ।

ନାଗରିକତା ବିବାଦରୁ ରାଜନୈତିକ ଫାଇଦା ଉଠାଉଛି ବିଜେପି: ମମତା ବାନାର୍ଜୀ

ମମତା ବାନାର୍ଜୀ କହିଛନ୍ତି, ନାଗରିକତା ପ୍ରସଙ୍ଗକୁ ବିଜେପି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି । ଯଦି ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ନାଗରିକତା ନାହିଁ, ତେବେ ସେମାନେ ରାଜ୍ୟ ଓ କେନ୍ଦ୍ରୀୟ ଉନ୍ନୟନ ଯୋଜନାର ସୁଫଳ କେମିତି ପାଉଛନ୍ତି ? ଆପଣମାନେ ସମସ୍ତେ ଏହି ଦେଶର ନାଗରିକ ଅଟନ୍ତି । ଯଦି ଆପଣ ନାଗରିକ ନୁହଁନ୍ତି, ତେବେ ଆପଣ କିପରି ମାଗଣା ରାସନ, ସ୍ୱାସ୍ଥ୍ୟ ଯୋଜନାର ଲାଭ ନେଉଛନ୍ତି । ପୂର୍ବରୁ ନାଗରିକତା ଦେବା ଜିଲ୍ଲାପାଳଙ୍କ କାମ ଥିଲା, କିନ୍ତୁ ଏବେ ରାଜନୈତିକ ଫାଇଦା ପାଇଁ ବିଜେପି ସେହି କ୍ଷମତା ଛଡ଼ାଇ ନେଇଛି ।

ବିଜେପି ଲୋକଙ୍କ ମଧ୍ୟରେ ଭେଦଭାବ କରୁଛି

ଗୃହମନ୍ତ୍ରୀ ଅମିତ ଶାହ କିଛିଦିନ ତଳେ କହିଥିଲେ ଯେ ସିଏଏ ଲାଗୁ ହେବାରୁ କେହି ଅଟକାଇ ପାରିବେ ନାହିଁ । ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗ ରାଜନୈତିକ ଏଜେଣ୍ଡା ପାଇଁ ଉଠାଯାଉଛି । ସେମାନେ ଲୋକଙ୍କୁ ବିଭାଜନ କରିବାକୁ ଚାହୁଁଛନ୍ତି । ସେମାନେ କାହାକୁ ନାଗରିକତା ଦେବାକୁ ଚାହୁଁଛନ୍ତି ଏବଂ ସେମାନେ କାହାକୁ ନାଗରିକତା ଦେବାକୁ ଚାହାଁନ୍ତି ନାହିଁ । ଯଦି ଗୋଟିଏ ସମ୍ପ୍ରଦାୟକୁ ନାଗରିକତା ମିଳୁଛି, ତେବେ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ନାଗରିକତା ମିଳିବା ଦରକାର । ଏହି ଭେଦଭାବ ଭୁଲ, ଆମେ ଏହି ଭେଦଭାବର ବିରୁଦ୍ଧରେ ଅଛୁ ।

ମମତା ବାନାର୍ଜୀ ୧୯୭୧ ଏବଂ ତା’ପରେ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ଜମି ଅଧିକାର ଦେବା ପାଇଁ ଟିଏମସି ସରକାରଙ୍କ ଯୋଜନା ବିଷୟରେ କହିଥିଲେ । ଶରଣାର୍ଥୀମାନେ ଯେପରି ଶରଣାର୍ଥୀ ନ ରହିବେ ସେଥିପାଇଁ ସେମାନଙ୍କୁ ଜମି ଅଧିକାର ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମମତା ବାନାର୍ଜୀଙ୍କ ଦଳ ଟିଏମସି ୨୦୧୯ରେ ସଂସଦରେ ପାରିତ ହୋଇଥିବା ସିଏଏକୁ ବିରୋଧ କରିଆସୁଛି ।

More articles

LEAVE A REPLY

Please enter your comment!
Please enter your name here

Latest article