ପଶ୍ଚିମବଙ୍ଗରେ ମେଣ୍ଟରୁ ଓହରିଲେ ମମତା

Must read

  • ଶିବସେନାର ଆଭିମୁଖ୍ୟ ମଧ୍ୟ ବଦଳିଲା
  • ଅଡ଼ୁଆରେ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି । ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ୨୦୨୪ରେ ଟିଏମସି ପଶ୍ଚିମବଙ୍ଗରେ କୌଣସି ଦଳ ସହ ନିର୍ବାଚନୀ ଚୁକ୍ତି କରିବ ନାହିଁ । ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପି ବିରୋଧରେ ଏକାଠି ଲଢ଼ିବ, କିନ୍ତୁ ବଙ୍ଗଳାରେ ଟିଏମସି ଏକାକୀ ବିଜେପି ବିରୋଧରେ ଲଢ଼ିବ । ଏହା କଂଗ୍ରେସ ଓ ବାମପନ୍ଥୀ ଦଳସହ ବୁଝାମଣା କରିବ ନାହିଁ । ମମତା ବାନାର୍ଜୀଙ୍କ ଏଭଳି ଆଭିମୁଖ୍ୟ ଇଣ୍ଡି ମେଣ୍ଟରେ ହଇଚଇ ସୃଷ୍ଟି କରିବା ନିଶ୍ଚିତ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ପ୍ରଥମ ପଦକ୍ଷେପ ନେଇଛି । ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସକୁ କହିଛନ୍ତି ଯେ ସେମାନେ ମହାରାଷ୍ଟ୍ରର ୨୩ଟି ଲୋକସଭା ଆସନରେ ଲଢ଼ିବେ । ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି, ଯେଉଁଠି ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ଆସନ ବାଣ୍ଟିବାକୁ ପ୍ରସ୍ତୁତ ନୁହେଁ । ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନରେ ସପା ସହ ହୋଇଥିବା ବ୍ୟବହାର ପାଇଁ କଂଗ୍ରେସକୁ ପ୍ରତିଶୋଧ ଦେବାକୁ ପ୍ରସ୍ତୁତ ଅଛନ୍ତି ।

କଂଗ୍ରେସ ଓ ବାମପନ୍ଥୀଙ୍କ ମିଳାମିଶା ଅଭିଯୋଗ ଆଣିଲେ ମମତା

ରାହୁଲ ଗାନ୍ଧି ନାଗପୁରରେ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରୁଥିବାବେଳେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଚକଲାଠାରେ ଏକ କର୍ମୀ ସମ୍ମିଳନୀ ପରେ ରାଲିରେ ଉଦବୋଧନ ଦେଉଥିଲେ । ରାଲିରେ ମମତା ବାନାର୍ଜୀ ସ୍ପଷ୍ଟଭାବେ ଘୋଷଣା କରିଛନ୍ତି ଯେ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବ, କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି କଂଗ୍ରେସ କିମ୍ବା ବାମପନ୍ଥୀ ଦଳସହ ବୁଝାମଣା କରିବ ନାହିଁ । ପଶ୍ଚିମବଙ୍ଗରେ ଟିଏମସି ଏକାକୀ ବିଜେପି ସହ ଲଢ଼ିବ ବୋଲି ସେ କହିଛନ୍ତି । ଏହି ରାଲିରେ ମମତା ବାନାର୍ଜୀ କଂଗ୍ରେସ ଓ ସିପିଆଇ(ଏମ୍ ) ବିଜେପି ସହ ମିଶିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟକୁ ଆସିବା ପରେ ମଧ୍ୟ କଂଗ୍ରେସ ଏବଂ ସିପିଆଇ(ଏମ୍) ନେତାମାନେ ବଙ୍ଗଳାରେ ଟିଏମସି ବିରୋଧରେ ପ୍ରଚାର କରୁଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିଜେପି ରାଜନୀତି କରୁଛି ବୋଲି ମମତା ବାନାର୍ଜୀ ତାଙ୍କ ଭାଷଣରେ ଅଭିଯୋଗ କରିଛନ୍ତି । ସିଏଏ ଅଧୀନରେ ଯଦି ଗୋଟିଏ ସମ୍ପ୍ରଦାୟକୁ ନାଗରିକତା ମିଳୁଛି ତେବେ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ଏହି ଅଧିକାର ମିଳିବା ଦରକାର ବୋଲି ସେ କହିଛନ୍ତି । ଅମିତ ଶାହା କୋଲକାତାରେ ଘୋଷଣା କରିଥିଲେ ଯେ ସିଏଏ ହେଉଛି ଦେଶର ଆଇନ ଏବଂ ବିଜେପି ଏହାକୁ କାର୍ଯ୍ୟକାରୀ କରିବ ।

ମହାରାଷ୍ଟ୍ରର ୨୩ଟି ଆସନ ଦାବି କଲେ ସଞ୍ଜୟ ରାଉତ

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡି ମେଣ୍ଟର ଚତୁର୍ଥ ବୈଠକରେ ନୀତୀଶ କୁମାରଙ୍କ ଭାରତ ବୟାନ ଏବଂ ଇଂରାଜୀକୁ ନେଇ ଅସନ୍ତୋଷକୁ ଓ ଅନେକ ଚର୍ଚ୍ଚା ହୋଇଥିଲା । ଚତୁର୍ଥ ବୈଠକରେ ସବୁ ଦଳ ମଧ୍ୟରେ ଆସନ ବଣ୍ଟନକୁ ନେଇ ଆଲୋଚନା ମଧ୍ୟ ଅଧାରେ ରହିଥିଲା । ଫଳରେ ଅଣକଂଗ୍ରେସ ବିରୋଧୀ ଦଳର ମନୋଭାବକୁ ଅନୁଭବ କରି କଂଗ୍ରେସ ଏକଲା ଚଲୋ ମାର୍ଗ ଆପଣାଇଥିଲା । ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଗପୁରରୁ ନିଜର ପ୍ରଚାର ଆରମ୍ଭ କରିଥିଲେ, ଯେଉଁଠାରେ ଏନସିପି ଏବଂ ଶିବସେନା ମେଣ୍ଟ ସହଯୋଗୀ ଅଟନ୍ତି । ନାଗପୁରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହାପରେ ଶିବସେନା ସାଂସଦ ସଞ୍ଜୟ ରାଉତ ଖୋଲାଖୋଲିଭାବେ ମହାରାଷ୍ଟ୍ରର ୨୩ଟି ଲୋକସଭା ଆସନ ଦାବି କରିଥିଲେ । ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ରହିଛି । ଏଠାରେ କଂଗ୍ରେସ, ଶିବସେନା ଓ ଏନସିପି (ଶରଦ ଗୋଷ୍ଠୀ) ମଧ୍ୟରେ ଆସନ ବୁଝାମଣା ହେବ । ମହାରାଷ୍ଟ୍ରରୁ ଏନସିପିର ୪ ଜଣ ସାଂସଦ ଅଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article