ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧି ୧୪ ଜାନୁଆରୀ ୨୦୨୪ରେ ମଣିପୁରରୁ ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରୁଛନ୍ତି । ଏହି ଯାତ୍ରାରେ ରାହୁଲ ଗାନ୍ଧି ୬୭ ଦିନରେ ୬୨୦୦ କିଲୋମିଟର ଯାତ୍ରା କରିବେ ।
ଯେଉଁ ୧୪ଟି ରାଜ୍ୟ ଦେଇ ଭାରତ ନ୍ୟାୟ ଯାତ୍ରା ଯିବ, ସେଠାରେ ମୋଟ ୩୫୫ ଲୋକସଭା ଆସନ ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରତି ତୃତୀୟ ଆସନ ଅର୍ଥାତ୍ ଏହି ରାଜ୍ୟଗୁଡ଼ିକର ୧୨୯ ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା । ସେଥିମଧ୍ୟରୁ କଂଗ୍ରେସ ମାତ୍ର ୭ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଏହି ଆସନଗୁଡ଼ିକୁ ଟାର୍ଗେଟ କରୁଛି କି ?
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପାଇଁ ଭାରତ ନ୍ୟାୟ ଯାତ୍ରା ଉଦ୍ଦିଷ୍ଟ ।
ବେଣୁଗୋପାଳ କହିଛନ୍ତି ଯେ ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ଯୁବକ, ମହିଳା ଏବଂ ସାଧାରଣ ଲୋକଙ୍କୁ ଭେଟିବେ । ଯାତ୍ରା ସମୟରେ ଅଧିକାଂଶ ଯାତ୍ରା ବସ୍ ଯୋଗେ କରାଯିବ ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ପହଞ୍ଚିପାରିବେ । ଯାତ୍ରାର କିଛି ଛୋଟ ଅଂଶ ଚାଲିବାକୁ ପଡ଼ିବ ।
ରାହୁଲ ଗାନ୍ଧି ଯେଉଁ ୧୪ଟି ରାଜ୍ୟଗସ୍ତ କରିବେ, ସେହି ୧୪ଟି ରାଜ୍ୟର ମୋଟ ୩୫୫ଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସର ମାତ୍ର ୧୫ ଜଣ ସାଂସଦ ଅଛନ୍ତି । ରାଜନୈତିକ ବିଶେଷଜ୍ଞଙ୍କ କହିବା ନୁସାରେ, ଏହି ସଂଖ୍ୟା ୨୦୨୪ରେ ୧୫ରୁ ୨୦ବୃଦ୍ଧି ହୋଇପାରେ କିମ୍ବା ୧୦କୁ ହ୍ରାସ ପାଇପାରେ, କିନ୍ତୁ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଉନାହିଁ । ଏହାର ଦୁଇଟି କାରଣ ରହିଛି, ହାହା ହେଲା-
ସେହି ଯାତ୍ରା ସଫଳ ହୋଇଥାଏ, ଯାହା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମିତ । ଯେଉଁଠି ମାନସିକ ସମସ୍ୟା ରହିଛି । ୨୦୦୪ରେ ରାଜଶେଖର ରେଡ୍ଡୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ ଏବଂ ୧୯୮୨ରେ ଏନ୍ ଟି ରାମା ରାଓଙ୍କ ଚୈତନ୍ୟ ଯାତ୍ରା ଏହାର ଉଦାହରଣ । କ୍ଷୁଦ୍ର ଯାତ୍ରା ତୁଳନାରେ ଜାତୀୟ ସ୍ତରରେ ଭ୍ରମଣର ଲାଭ କମ୍ ଥାଏ ।
ସାମ୍ନାରେ ଏବେ ଲୋକସଭା ନିର୍ବାଚନ ଅଛି । ଏଭଳି ସ୍ଥିତିରେ ରାହୁଲଙ୍କ ନ୍ୟାୟ ଯାତ୍ରା କଂଗ୍ରେସର ସମ୍ବଳକୁ ନିଜ ଆଡ଼କୁ ଟାଣି ନେବ । କଂଗ୍ରେସର ଧ୍ୟାନ ଓ ସମ୍ବଳ ବିଭାଜିତ ହେବ । ଏଭଳି ସ୍ଥିତିରେ ବିଜେପି ସହ ସିଧାସଳଖ ମୁକାବିଲାରେ ଜିତିବା କଂଗ୍ରେସ ପାଇଁ କଷ୍ଟକର ହେବ ।
ଯେଉଁସବୁ ରାଜ୍ୟ ଦେଇ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଯିବ ସେଥିମଧ୍ୟରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ପରାଜୟ ବରଣ କରିଛି । ୨୦୨୪ରେ ଓଡ଼ିଶା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉଭୟ ରାଜ୍ୟରେ କଂଗ୍ରେସ କୌଣସି ବଡ଼ ଧରଣର ପରିବର୍ତ୍ତନ କରୁଥିବା ଦେଖାଯାଉନାହିଁ ।
ନ୍ୟାୟଯାତ୍ରା ହୋଇଥିବା ୧୪ଟି ରାଜ୍ୟମଧ୍ୟରୁ ୬ଟିରାଜ୍ୟରେ କଂଗ୍ରେସକୁ ୩୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି, ୨୦୨୪ରେ ଯାତ୍ରାରେ ଭୋଟ ପ୍ରତିଶତ ବଢ଼ିବ କି ?
ଭାରତ ଜୋଡ଼ୋ ଯାତ୍ରା ପରେ କଂଗ୍ରେସ କେବଳ କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ରାଜନୈତିକ ବିଶେଷଜ୍ଞଙ୍କ କହିବା ନୁଯାୟୀ, ସ୍ଥାନୀୟ ପ୍ରସଙ୍ଗ, ସ୍ଥାନୀୟ ସ୍ତରରେ ଦଳୀୟ ସଂଗଠନ, ଜନମନୋଭାବ ଓ ଦୃଢ଼ ବ୍ରାଣ୍ଡ ରହିଲେ ହିଁ ଭୋଟ ପ୍ରତିଶତ ବୃଦ୍ଧି ପାଇଥାଏ ।
୬ ଜାନୁଆରୀ ୧୯୮୩ରୁ ଆରମ୍ଭ ହୋଇଥିବା ଚନ୍ଦ୍ରଶେଖରଙ୍କ ଭାରତ ଗସ୍ତରୁ ମଧ୍ୟ ଏହା ବୁଝିହେବ । ଜୁନ୍ ୧୯୮୪ରେ ଦିଲ୍ଲୀର ରାଜଘାଟରେ ଚନ୍ଦ୍ରଶେଖରଙ୍କ ଯାତ୍ରା ଶେଷ ହେବା ପରେ ତାଙ୍କ ସପକ୍ଷରେ ବାତାବରଣ ସୃଷ୍ଟି ହେଉଥିଲା । ଯାତ୍ରା ଶେଷ ହେବାର ୪ ମାସ ପରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହାପରେ କଂଗ୍ରେସ ପୁଣି ଥରେ ସାନ୍ତ୍ୱନା ଭୋଟରେ ବିଜୟୀ ହୋଇଥିଲା । ନ୍ୟାୟଯାତ୍ରା କେତେ ଫଳପ୍ରଦ ହେବ ତାହା ରାମ ମନ୍ଦିର କିମ୍ବା ସେହି ସମୟରେ ଦେଶରେ ଚାଲିଥିବା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ ହୋଇଛି ।
୨୦୧୪ ପରେ କଂଗ୍ରେସ ଉତ୍ତର-ପୂର୍ବାଞ୍ଚଳରେ ନିର୍ବାଚନ ହାରିବାରେ ଲାଗିଛି । ଆସାମରେ ହିମନ୍ତ ବିଶ୍ୱ ଶର୍ମା, ମଣିପୁରରେ ଏନ୍ ବିରେନ ସିଂହ, ତ୍ରିପୁରାରେ ମାଣିକ ସାହାଙ୍କ ଭଳି ବଡ଼ ବଡ଼ ନେତାଙ୍କ ବିଦାୟ ପରେ କେବଳ ଜାତୀୟ ସ୍ତରର ନେତା ନୁହଁନ୍ତି, ଏଠାରେ ଦଳୀୟ ସଂଗଠନ ମଧ୍ୟ ଦୁର୍ବଳ ହୋଇଛି । ତେଣୁ ରାହୁଲଙ୍କ ନ୍ୟାୟଯାତ୍ରା ଉତ୍ତର-ପୂର୍ବ କିମ୍ବା ବିହାର ଭଳି ରାଜ୍ୟର ସଂଗଠନରେ କୌଣସି ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା ନାହିଁ ।
୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ କରିବା କଥା କହୁଥିବାବେଳେ ନ୍ୟାୟ ଯାତ୍ରା ଘୋଷଣା କରାଯାଇଛି । ସେପଟେ କଂଗ୍ରେସର ନାଗପୁର ରାଲିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲଙ୍କୁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।