ରାୟବରେଲି ଆସନ ଛାଡ଼ିବେ କି ସୋନିଆ ଗାନ୍ଧି ?

Must read

ମେଡ଼କ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧିଙ୍କୁ ନେଇ ଏକ ସଂକଳ୍ପ ପାରିତ କରିଛି । ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନେଇ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି । ଏହାପରେ ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୋନିଆ ଗାନ୍ଧି ତେଲେଙ୍ଗାନାର ମେଡ଼କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଛନ୍ତି । କଂଗ୍ରେସ ନେତ୍ରୀ ମଧୁୟାକ୍ଷୀ ଗୌଡ଼ କହିଛନ୍ତି ଯେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ଆମେ ସଂକଳ୍ପ ପାରିତ କରିଛୁ । ତାଙ୍କ ଲଢ଼େଇ ସମଗ୍ର ଦକ୍ଷିଣ ଭାରତରେ ଦଳପାଇଁ ଲାଭଦାୟକ ହେବ ।

ରାୟବରେଲି ଆସନରୁ କେତେଥର ଜିତିଛନ୍ତି ସୋନିଆ ?

ସୋନିଆ ଗାନ୍ଧି ବର୍ତ୍ତମାନ ରାୟବରେଲିରୁ ସାଂସଦ ଅଛନ୍ତି । ରାୟବରେଲି ଆସନ କଂଗ୍ରେସର ଗଡ଼ ପାଲଟିଛି । ଗତ ୪ଟି ନିର୍ବାଚନରେ ସୋନିଆ ଏଠାରୁ ବିଜୟୀ ହୋଇଛନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି । ଏହି ଆସନ ଐତିହାସିକଭାବେ କଂଗ୍ରେସ ହାତରେ ରହିଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ହୋଇଥିବା ୧୭ଟି ଲୋକସଭା ନିର୍ବାଚନ ମଧ୍ୟରୁ ୩ଟି ନିର୍ବାଚନକୁ ବାଦ୍ ଦେଲେ ଏହି ଆସନ ପ୍ରତିଥର କଂଗ୍ରେସ ପାଖରେ ରହିଛି । ଦେଶର ୭୨ ବର୍ଷର ନିର୍ବାଚନୀ ଇତିହାସରେ ଉତ୍ତରପ୍ରଦେଶର ରାଏବରେଲି ଆସନ ୬୬ ବର୍ଷ ଧରି କଂଗ୍ରେସ ସହିତ ରହିଛି ।

ରାୟବରେଲିରୁ କିଏ ଲଢିବ ?

ତେଲେଙ୍ଗାନା କଂଗ୍ରେସର ଏହି ପ୍ରସ୍ତାବକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରଶ୍ନ ଉଠୁଛି ଯଦି ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିବେ ତେବେ ଏଠାରୁ କିଏ ନିର୍ବାଚନ ମଇଦାନକୁ ଓହ୍ଲାଇବ ? ଏହି ଆସନ ଗାନ୍ଧୀ ପରିବାରର ଗଡ଼ ହୋଇଥିବାରୁ ଏଠାରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article