ନୂଆଦିଲ୍ଲୀ: ଗତ କିଛିଦିନ ହେବ କୋଭିଡର ନୂଆ ଭାରିଏଣ୍ଟ ବେଶ୍ ସଂକ୍ରାମକ ହୋଇଛି । ପ୍ରାୟ ସବୁ ରାଜ୍ୟରେ ଏହାର ମାମଲା ବଢ଼ିବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଉଛି ଦେଶର ରାଜଧାନୀରେ ମଧ୍ୟ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି । ଯାହାର ସୂଚନା ଏକ ନ୍ୟୁଜ୍ ଏଜେନ୍ସି ଦେଇଛି । ଏହାପରେ ଏମ୍ସର ବଡ଼ ବଡ଼ ଡାକ୍ତରମାନେ ତୁରନ୍ତ ଏକ ବୈଠକ କରି ନୂଆ ଭାରିଆଣ୍ଟ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇଥିଲେ ।
ରିପୋର୍ଟ ଅନୁଯାୟୀ, ଏମ୍ସ ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ଥିବା ରୋଗୀଙ୍କ ପରୀକ୍ଷା ବୃଦ୍ଧି କରିଛି । ସେହିପରି ଗୁରୁତର ସଂକ୍ରମିତଙ୍କ ପାଇଁ ନୂଆ ଘରୋଇ ୱାର୍ଡ ପ୍ରସ୍ତୁତ କରାଯାଇଛି । ସରକାରୀ ଗାଇଡଲାଇନରେ ଓମିକ୍ରୋନ ଜେଏନ-୧ ଭାରିଆଣ୍ଟର ବିଶେଷ ଲକ୍ଷଣ ମଧ୍ୟ ଉଲ୍ଲେଖ କରାଯାଇଛି ।
ଏହି ଲକ୍ଷଣଗୁଡ଼ିକ ଉପରେ ନଜର ରଖନ୍ତୁ
ରିପୋର୍ଟ ଅନୁଯାୟୀ, ଏମ୍ସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ଓମିକ୍ରନ୍ ଜେଏନ-୧ର ବିଶେଷ ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ଗତ ୧୦ ଦିନ ମଧ୍ୟରେ ୩୮ ଡିଗ୍ରୀ ସେଲସିୟସ (୧୦୦.୪ ଡିଗ୍ରୀ ଫାରେନହାଇଟ୍) ତାପମାତ୍ରା ସହିତ ଲଗାତାର ଉଚ୍ଚ ଜ୍ୱର ଏବଂ କାଶ ହେଉଛି, ତେବେ ଆପଣଙ୍କୁ ଏକ ନୂତନ ସଂକ୍ରମଣ ହୋଇପାରେ । ଏହି ଲକ୍ଷଣ ଥିବା ରୋଗୀମାନେ ତୁରନ୍ତ କୋଭିଡ ପରୀକ୍ଷା କରାଇବା ଉଚିତ ।
ତିନିଟି ନମୁନା ମଧ୍ୟରୁ ଗୋଟିଏ ବାହାରୁଛି ଜେଏନ-୧
ଜିନୋମ ସିକ୍ୱେନ୍ସିଂ ପାଇଁ ଦିଲ୍ଲୀରୁ ୩ଟି ନମୁନା ପଠାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଓମିକ୍ରୋନ୍ ସବ୍ ଭାରିଆଣ୍ଟ ଜେଏନ-୧କୁ ନିଶ୍ଚିତ କରିଛି । ଲୋକଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ଭିଓଆଇକୁ ଚିହ୍ନିଲା ଡବ୍ଲୁଏଚ୍ଓ
ସମଗ୍ର ବିଶ୍ୱରେ ବଢ଼ୁଥିବା କୋରୋନା ସଂକ୍ରମଣ ଉପରେ ନଜର ରଖିଛି ଡବ୍ଲୁଏଚଓ । ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହି ଭାରିଏଣ୍ଟକୁ ସଂକ୍ରମିତ ତାଲିକାରେ ରଖାଯାଇଛି । ତଥାପି ସଂଗଠନ ଏହି ଭାରିଆଣ୍ଟକୁ କମ୍ ବିପଜ୍ଜନକ ଓ ଗମ୍ଭୀର ବୋଲି ବିବେଚନା କରିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛି ।
ସାରା ଦେଶରେ ୧୦୦ରୁ ଅଧିକ ମାମଲା
ଡିସେମ୍ବର ୮ରେ ଦେଶରେ ଏହି ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହେବା ପରେ ସେମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଛି । ନୂଆବର୍ଷ ପାଳନକୁ ଦୃଷ୍ଟିରେ ରଖି ହାତ ସଫା କରିବା ଓ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କରିବା ନିଷେଧ କରାଯାଇଛି ।