ଜ୍ଞାନବାପି ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା

Must read

  • ଆହ୍ଲାବାଦ ହାଇକୋର୍ଟ ଖାରଜ କଲେ ୫ଟି ଆବେଦନ
  • ୬ ମାସ ମଧ୍ୟରେ ଶୁଣାଣି ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଜ୍ଞାନବାପି ମସଜିଦ ମାମଲା ଏବେବି ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ଏଏସଆଇ ପକ୍ଷରୁ ଜ୍ଞାନବାପିର ବୈଜ୍ଞାନିକ ସର୍ଭେ ରିପୋର୍ଟ ଜିଲ୍ଲା ଜଜ୍ ଡାକ୍ତର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତରେ ଦାଖଲ କରାଯାଇଛି । ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ ହେବ । ସେପଟେ ମଙ୍ଗଳବାର ସମସ୍ତଙ୍କ ନଜର ଏବେ ଆହ୍ଲାବାଦ ହାଇକୋର୍ଟ ଉପରେ ରହିଥିଲା । ସୂଚନାଯୋଗ୍ୟ, ଜ୍ଞାନବାପି ସମ୍ପର୍କିତ ୫ଟି ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଛି । ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଡିସେମ୍ବର ୮ରେ ସମସ୍ତ ୫ଟି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ମଙ୍ଗଳବାର ସକାଳେ ଜଷ୍ଟିସ ଅଗ୍ରୱାଲ ଏହି ୫ଟି ମାମଲାରେ ରାୟ ଶୁଣାଇଛନ୍ତି । ମୁସଲମାନ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ୫ଟି ଆବେଦନ ମଧ୍ୟରୁ ୩ଟି ୧୯୯୧ମସିହାରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାରଯୋଗ୍ୟତା ସହ ଜଡ଼ିତ ଥିଲା । ଏଏସଆଇ ସର୍ଭେ ବିରୋଧରେ ଆଉ ଦୁଇଟି ପିଟିସନ ଦାଖଲ ହୋଇଥିଲା । ଏବେ ଏହି ୫ଟି ଆବେଦନ ଖାରଜ ହୋଇଯାଇଛି ।

ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ ଝଟକା

ଆହ୍ଲାବାଦ ହାଇକୋର୍ଟ ମୁସଲମାନ ପକ୍ଷକୁ ବଡ଼ ଝଟକା ଦେଇଛନ୍ତି । ବାରାଣସୀର ଜ୍ଞାନବାପି ଓ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ଶୁଣାଇଛନ୍ତି । ମୁସଲମାନ ପକ୍ଷର ସମସ୍ତ ୫ଟି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ୧୯୯୧ମସିହାରେ ହିନ୍ଦୁ ପକ୍ଷଦ୍ୱାରା ଦାୟର ମାମଲାର ରାୟ ପ୍ରକାଶ ପାଇଛି । ୧୯୯୧ରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର ଯୋଗ୍ୟତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଏଏସଆଇ ସର୍ଭେକୁ ନେଇ ଦାୟର ହୋଇଥିବା ମାମଲା ଖାରଜ ହେବା ପରେ ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ହେବ ।

୧୯୯୧ ଆଇନର କାର୍ଯ୍ୟକାରିତା ନେଇ ନିଷ୍ପତ୍ତି

୧୯୯୧ ମସିହାରେ ଭଗବାନ ଆଦି ବିଶ୍ୱେଶ୍ୱର ବିରାଜମାନଙ୍କ ଭକ୍ତମାନେ ବାରଣାସୀ ଜିଲ୍ଲା ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ ଜ୍ଞାନବାପି ମସଜିଦ ଉପରେ ହିନ୍ଦୁ ପକ୍ଷଦ୍ୱାରା ଦାବି କରାଯାଇଥିଲା । ବିବାଦୀୟ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା । ସେଠାରେ ପୂଜା ଅଧିକାର ଲୋଡ଼ାଯାଇଥିଲା । କୋର୍ଟରେ ଏହି ମାମଲା ଚାଲିଥିବା ନେଇ ଲଗାତାର ପ୍ରଶ୍ନ ଉଠିଛି । ଏବେ ବାରଣାସୀ କୋର୍ଟ ଏହି ମାମଲାର ଶୁଣାଣି କରିପାରିବେ କି ନାହିଁ ତାହା ହାଇକୋର୍ଟ ଆଜିର ରାୟରେ ନିଷ୍ପତ୍ତି ନେବେ । ଏହି ମାମଲାର ବିଚାରଯୋଗ୍ୟତାକୁ ନେଇ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଛନ୍ତି । ବାସ୍ତବରେ ମୁସଲମାନ ପକ୍ଷ ୧୯୯୧ର ପୂଜାସ୍ଥଳୀ ଆଇନକୁ ଉଦାହରଣ ଦେଇ ଆଦି ବିଶ୍ୱେଶ୍ୱର ମହାଦେବଙ୍କ ଆବେଦନର ଶୁଣାଣି ହୋଇନାହିଁ ବୋଲି ଦାବି କରୁଛନ୍ତି ।

ମୁସଲମାନ ପକ୍ଷ ପକ୍ଷରୁ ଜ୍ଞାନବାପି ମସଜିଦର ଇନ୍ତେଜାମିଆ କମିଟି ପକ୍ଷରୁ ୩ଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପକ୍ଷରୁ ୨ଟି ପିଟିସନ ଦାଖଲ କରାଯାଇଥିଲା । ଶୁଣାଣି ପରେ ଡିସେମ୍ବର ୮ତାରିଖରେ ଚତୁର୍ଥ ଥର ପାଇଁ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ମଙ୍ଗଳବାର କୋର୍ଟ ଏହାର ରାୟ ଶୁଣାଇଛନ୍ତି । ସେହିପରି ଏଏସଆଇ ଅଧୀକ୍ଷକ ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ବାରଣାସୀ ଜିଲ୍ଲା କୋର୍ଟରେ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article