ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍-୨୦୨୩ ଏବଂ ଜମ୍ମୁ-କଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍-୨୦୨୩ ଉପରେ ଲୋକସଭାରେ ହୋଇଥିବା ବିତର୍କର ଉତ୍ତର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହା ସହ ସେ ରାଜ୍ୟରେ ସୀମା ନିର୍ଦ୍ଧାରଣ ପରେ ବିଧାନସଭା ଆସନ ମଧ୍ୟ ଘୋଷଣା କରିଛନ୍ତି । ଶାହା କହିଛନ୍ତି ଯେ ୭୦ ବର୍ଷ ଧରି ଯେଉଁମାନଙ୍କୁ ଅନ୍ୟାୟ, ଅପମାନିତ ଏବଂ ଅଣଦେଖା କରାଯାଇଥିଲା ସେମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ବିଲ ଆସିଛି । ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀର ବିଧାନସଭାରେ ୧୦୭ଟି ଆସନ ଥିଲା, ଯାହା ସୀମା ନିର୍ଦ୍ଧାରଣରେ ୧୧୪କୁ ବୃଦ୍ଧି ପାଇଛି ।
ସୀମା ନିର୍ଦ୍ଧାରଣରେ କ’ଣ ପରିବର୍ତ୍ତନ ଆସିଲା
ଏହି ସଂଶୋଧନକୁ ପ୍ରତ୍ୟେକ କାଶ୍ମୀରୀ ମନେରଖିବେ, ଯିଏ ନିର୍ଯ୍ୟାତିତ, ପଛୁଆ ଥିବା ପ୍ରତ୍ୟେକ କାଶ୍ମୀରୀ ଆଗାମୀ ଦିନରେ ଏହାକୁ ମନେରଖିବେ ବୋଲି ଶାହା କହିଛନ୍ତି । ସେ କହିଛନ୍ତି ଯେ ୭୦-୭୦ ବର୍ଷ ଧରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନିଜ ଭାଇ ଭଉଣୀଙ୍କୁ ନ୍ୟାୟ ଦେବା ପାଇଁ ମୋଦି ସରକାର ଦୁଇଟି ଆସନ ସଂରକ୍ଷଣ ଦେଇଛନ୍ତି । ଯେଉଁମାନେ ନିଜ ଦେଶ ପିଓକେ ଛାଡ଼ି ଏଠାରେ ଶରଣାର୍ଥୀ ହୋଇଥିଲେ ସେମାନଙ୍କୁ ସଂରକ୍ଷଣ ଦିଆଯାଇଛି । ଦୁର୍ବଳ ଲୋକଙ୍କୁ ସେ ସାମ୍ବିଧାନିକ ଶବ୍ଦ ‘ପଛୁଆ ବର୍ଗ’ ଦିଆଯାଇଛି ।
ଅଞ୍ଚଳ | ପ୍ରଥମ ସିଟ୍ | ଏବେ ସିଟ୍ |
ଜମ୍ମୁ | ୩୭ | ୪୩ |
କାଶ୍ମୀର | ୪୬ | ୪୭ |
ପିଓକେ (ରିଜର୍ଭ) | – | ୨୪ |
ଏସଟି | – | ୯ |
କାଶ୍ମୀର ପ୍ରବାସୀ | – | ୨ |
ପିଓକେରୁ ବିସ୍ଥାପିତ | – | ୧ |
ମନୋନୀତ | ୨ | ୫ |
କେତେ ଆସନ ହେଲା
ସୀମା ନିର୍ଦ୍ଧାରଣ ସମ୍ପର୍କରେ ଶାହ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ସୁପାରିସକୁ ଆଇନଗତ ରୂପରେ ରଖି ଆଜି ସଂସଦରେ ଉପସ୍ଥାପନ କରାଯାଇଛି । କାଶ୍ମୀର ପ୍ରବାସୀଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି । ପିଓକେର ବିସ୍ଥାପିତଙ୍କୁ ଗୋଟିଏ ସିଟ ଦିଆଯିବ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ହେବା ଦରକାର । ଏସଟିଙ୍କ ପାଇଁ ୯ଟି ଆସନ ସଂରକ୍ଷିତ ରଖାଯାଇଛି । ଏସସିଙ୍କ ପାଇଁ ମଧ୍ୟ ସିଟ ସଂରକ୍ଷିତ ରଖାଯାଇଛି । ସୀମା ନିର୍ଦ୍ଧାରଣ ଆୟୋଗଙ୍କ ସୁପାରିସ ପୂର୍ବରୁ ଜମ୍ମୁରେ ୩୭ଟି ଆସନ ଥିବାବେଳେ ଏବେ ଏହାକୁ ୪୩କୁ ବୃଦ୍ଧି କରାଯାଇଛି । ପୂର୍ବରୁ କାଶ୍ମୀରରେ ୪୬ଟି ଆସନ ଥିବାବେଳେ ଏବେ ଏହା ୪୭ରେ ପହଞ୍ଚିଛି । ଆମେ ପିଓକେର ୨୪ଟି ଆସନ ସଂରକ୍ଷିତ ରଖିଛୁ କାରଣ ସେହି ଅଂଶ ଆମର । ଜମ୍ମୁ-କଶ୍ମୀର ବିଧାନସଭାରେ ୧୦୭ଟି ଆସନ ଥିବାବେଳେ ଏବେ ତାହା ୧୧୪କୁ ବୃଦ୍ଧି ପାଇଛି । ପୂର୍ବରୁ ୨ ଜଣ ମନୋନୀତ ସଦସ୍ୟ ଥିବାବେଳେ ଏବେ ୫ ଜଣ ସଦସ୍ୟ ରହିବେ । କାଶ୍ମୀରର ଆଇନ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ଦୁଇଜଣ ମହିଳାଙ୍କୁ ମନୋନୀତ କରାଯାଏ । ଏହା ଧାରା ୧୫ ଅନୁଯାୟୀ କରାଯାଇଛି । ଏବେ ଏଥିରେ ଜଣେ ମହିଳା ଓ ପିଓକେର ଜଣେ ମହିଳାଙ୍କ ସମେତ ୨ ଜଣ କାଶ୍ମୀର ପ୍ରବାସୀ ସାମିଲ ହେବେ ।