ବିଜେପି ଶେଷ ନିର୍ବାଚନ ଭଳି ଲଢୁଛି:ଚିଦାମ୍ବରମ

Must read

  • ୨୦୨୪ ବିଜେପି ଆଡ଼କୁ ଜନମତ
  • କଂଗ୍ରେସ ନେତୃତ୍ୱ ନିଜର ଦୁର୍ବଳତା ଦୂର କରନ୍ତୁ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନର ପବନ ବିଜେପି ଆଡ଼କୁ ବହୁଛି ବୋଲି କଂଗ୍ରେସ ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କହିଛନ୍ତି । କେବେବି ନିର୍ବାଚନକୁ ହାଲୁକାଭାବେ ବିଜେପି ନେତୃତ୍ୱ ନେଉନାହାନ୍ତି। ବିଜେପି ଏମିତି ନିର୍ବାଚନ ଲଢୁଛି ଯେମିତି ଏହା ହେଉଛି ଶେଷ ଲଢ଼େଇ । ଯଦିଓ ପବନ ଦିଗ ବଦଳାଇୁ ଦିଆଯାଇପାରେ, ତଥାପି ବିରୋଧୀ ଦଳଗୁଡ଼ିକ ବିଜେପିର ସାମର୍ଥ୍ୟକୁ ଅନୁଭବ କରିବା ଉଚିତ ।

ଚିଦାମ୍ବରମ ଏକ ସାକ୍ଷାତ୍‍କାରରେ କହିଛନ୍ତି ଯେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ବିଜେପିକୁ ସାହସ ଦେଇଛି । ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ପରାଜୟ ଆଶା କରାଯାଉନଥିଲା । ଯାହାର ଫଳାଫଳ ଚିନ୍ତାଜନକ ରହିଛି । ଦଳୀୟ ନେତୃତ୍ୱ ଦୁର୍ବଳତା ଦୂର କରିବେ ବୋଲି ମୋର ବିଶ୍ୱାସ ରହିଛି ।

ବିରୋଧୀଙ୍କ ପ୍ରଥମ କାମ ହେଉଛି ଲୋକସଭା ନିର୍ବାଚନ ଜିତିବା

ଲୋକସଭା ନିର୍ବାଚନ ପାଇଁ ମେଣ୍ଟର ପ୍ରସ୍ତୁତି ସମ୍ପର୍କରେ ଚିଦାମ୍ବରମ କହିଛନ୍ତି ଯେ ଇଣ୍ଡିମେଣ୍ଟର ନେତାମାନଙ୍କୁ ଅତି କମରେ ୪୦୦-୪୨୫ ଆସନରେ ବିଜେପିକୁ ଟକ୍କର ଦେବାକୁ ଥିବା ପ୍ରାର୍ଥୀଙ୍କୁ ଚିହ୍ନଟ କରିବାକୁ ପଡ଼ିବ ।

ମେଣ୍ଟର ନେତାଙ୍କ ପ୍ରତି ଲୋକଙ୍କ ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀଙ୍କ ଚେହେରା ଖୋଜିବାରେ ସହାୟକ ହେବ । ବର୍ତ୍ତମାନ ଇଣ୍ଡି ମେଣ୍ଟ ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଲୋକସଭା ନିର୍ବାଚନ ଜିତିବା । ଇଣ୍ଡି ମେଣ୍ଟ ବୈଠକରେ ହୋଇଥିବା ଆଲୋଚନା ବିଷୟରେ ମୁଁ ଅବଗତ ନାହିଁ । ମୁଁ ନିଶ୍ଚିତ ଯେ ସେମାନେ ଅନୁଭବ କରିବେ ଯେ ନିର୍ବାଚନକୁ ଆଉ ମାତ୍ର ତିନିମାସ ବାକି ଅଛି ।

ବିଜେପିର ମୁସଲମାନ-ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାରକୁ ନେଇ ଚିନ୍ତିତ

ବିଜେପିର ଧ୍ରୁବୀକରଣ, ମୁସଲମାନ-ଖ୍ରୀଷ୍ଟିଆନ ବିରୋଧୀ ଏବଂ ଉଗ୍ର ଜାତୀୟତାବାଦ ପ୍ରଚାରକୁ ନେଇ ମୁଁ ଅଧିକ ଚିନ୍ତିତ । କଂଗ୍ରେସକୁ ଏଥିରୁ ବିରତି ନେବାକୁ ପଡ଼ିବ । ବିଜେପି ଏକ ଶକ୍ତିଶାଳୀ ଦଳ ।

ନିର୍ବାଚନରେ କଂଗ୍ରେସ ଜାତିଗତ ଜନଗଣନାକୁ ନିର୍ବାଚନୀ ଏଜେଣ୍ଡା କରିବା ପ୍ରସଙ୍ଗରେ ଚିଦାମ୍ବରମ କହିଛନ୍ତି- ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କିନ୍ତୁ ବେକାରୀ ଏବଂ ମୁଦ୍ରାସ୍ଫୀତି ଅଧିକ ଗମ୍ଭୀର ପ୍ରସଙ୍ଗ । ଏହି ଦୁଇଟି ପ୍ରସଙ୍ଗ ଲୋକଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଥାଏ ।

୨୦୨୪ରେ ବଢ଼ିପାରେ କଂଗ୍ରେସର ଭୋଟ ପ୍ରତିଶତ

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ୪୦% ରହିଛି ବୋଲି ଚିଦାମ୍ବରମ କହିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଦଳର ଭୋଟ୍ ପ୍ରତିଶତ ୪୫ ପ୍ରତିଶତକୁ ବୃଦ୍ଧି ପାଇପାରେ । ଏଥିପାଇଁ କଂଗ୍ରେସକୁ ନିର୍ବାଚନରେ ପ୍ରଚାର, ବୁଥ୍ ପରିଚାଳନା ଓ ନିଷ୍କ୍ରିୟ ଭୋଟରଙ୍କୁ ପୋଲିଂ ବୁଥକୁ ଆଣିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

ଡିସେମ୍ବର ୩ ତାରିଖରେ ଏହି ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବିଜୟୀ ହୋଇଛି । ରାଜସ୍ଥାନରେ ବିଜେପିକୁ ୧୧୫, କଂଗ୍ରେସକୁ ୬୯ ଆସନ ମିଳିଛି। ମଧ୍ୟପ୍ରଦେଶରେ ବିଜେପି ୧୬୩ ଓ କଂଗ୍ରେସ ୬୬ ଆସନରେ ବିଜୟୀ ହୋଇଛି ।

ଛତିଶଗଡ଼ରେ ବିଜେପି ୫୪ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୫ଟି ଆସନରେ ବିଜୟୀ ହୋଇଛି । ତେଲେଙ୍ଗାନାରେ କଂଗ୍ରେସକୁ ୬୪, ଭାରତ ରାଷ୍ଟ୍ର ସମିତିକୁ ୩୯, ବିଜେପିକୁ ୮ ଓ ଏଆଇଏମଆଇଏମକୁ ୭ ଆସନ ମିଳିଛି ।

More articles

LEAVE A REPLY

Please enter your comment!
Please enter your name here

Latest article