ଲୋକସଭା ନିର୍ବାଚନ ପୂର୍ବରୁ ୧ କୋଟି ଲୋକଙ୍କୁ ରାମ ମନ୍ଦିର ଦର୍ଶନ କରାଇବ ବିଜେପି

Must read

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପରେ ସ୍ୱତନ୍ତ୍ର ଦର୍ଶନ ଅଭିଯାନ ଆରମ୍ଭ କରିବ ବିଜେପି । ଏହି ଅଭିଯାନ ଜାନୁଆରି ୨୪ରୁ ଆରମ୍ଭ ହୋଇ ୩ ମାସ ଧରି ଚାଲିବ । ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ବିଜେପିର ଏହି ପ୍ରୟାସକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଶ୍ୱସ୍ତ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଯୋଡ଼ାଯାଉଛି ।

ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୫୦୦ରୁ ୩୦୦୦ ଭୋଟରଙ୍କୁ ଅଯୋଧ୍ୟା ନେବା ପାଇଁ ପ୍ରସ୍ତୁତି ଚାଲିଛି । ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରିବ ଦଳ । ବୁଥ୍ ସ୍ତରରୁ ପର୍ଯ୍ୟଟକଙ୍କ ତାଲିକା ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ଜିଲ୍ଲା ୟୁନିଟ ଏହି ତାଲିକା ରାଜ୍ୟ ୟୁନିଟକୁ ପଠାଇବ, ଏହାପରେ ଅଯୋଧ୍ୟା ଆସିବାଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯିବ । ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ୧୦୦ଦିନ ପର୍ଯ୍ୟନ୍ତ ସାରାଦେଶରୁ ପ୍ରାୟ ୧୦୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହି ଟ୍ରେନମାଧ୍ୟମରେ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକରାମଲାଲଙ୍କୁ ଦର୍ଶନ କରିବାକୁ ଯିବେ ।

ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ସାଧାରଣ ଜନତାଙ୍କୁ କହିବାକୁ ଚେଷ୍ଟା କରିବେ ଯେ ସେମାନଙ୍କ ଦଳ ସେହି କାମ କରିଛି ଯାହା ୫୦୦ ବର୍ଷ ମଧ୍ୟରେ ହୋଇପାରିନଥିଲା । ପୂର୍ବାନୁମାନ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ଦର୍ଶନ ପାଇଁ ୫୦ ଲକ୍ଷରୁ ୧ କୋଟି ଲୋକଙ୍କୁ ନେବାକୁ ଯୋଜନା କରିଛି ।

More articles

LEAVE A REPLY

Please enter your comment!
Please enter your name here

Latest article