କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ ?

Must read

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି । କେରଳରେ ଏହାର ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସେହିପରି କେରଳରେ ସୋମବାର ୧୧୧ ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି ।

କରୋନାର ଜେଏନ୍-୧ ଭାରିଏଣ୍ଟ କ’ଣ ?

ଜେଏନ୍-୧ ଭାରିଆଣ୍ଟ ହେଉଛି ଓମିକ୍ରୋନ୍ ଭାରିଆଣ୍ଟର ଏକ ସବ୍ ଭାରିଆଣ୍ଟ୍‍ । ଏହା କୋଭିଡର ନୂଆ ଭାରିଏଣ୍ଟ୍‍ ନୁହେଁ । ଡିସେମ୍ବର ୨୦୨୨ରେ ଲକଜମବର୍ଗରେ ପ୍ରଥମେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ସେବେଠାରୁ ଏହା ବିଶ୍ୱର ୪୦ରୁ ଅଧିକ ଦେଶକୁ ବ୍ୟାପିସାରିଛି । ଜେଏନ୍-୧ ସେହି ପିରୋଲୋ ଭାରିଏଣ୍ଟ୍‍ରୁ ଆସିଛି, ଯାହା ନିଜେ ଓମିକ୍ରୋନ୍ ଭାରିଏଣ୍ଟ୍‍ରୁ ବାହାରିଥିଲା ।

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ କ’ଣ ?

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ ଅନ୍ୟ ଓମିକ୍ରୋନ୍ ସବ୍-ଭାରିଏଣ୍ଟ୍ ସହ ସମାନ । ଏଥିରେ ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା, ଥକାପଣ, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଇତ୍ୟାଦି ଅନ୍ତର୍ଭୁକ୍ତ । କେତେକ କ୍ଷେତ୍ରରେ, ଜେଏନ.୧ ଭାରିଏଣ୍ଟ୍‍ ଥିବା ଲୋକମାନଙ୍କର ସ୍ୱାଦ କିମ୍ବା ଗନ୍ଧ ହଜିବା, ବାନ୍ତି କିମ୍ବା ଡାଇରିଆ ଭଳି ଲକ୍ଷଣ ମଧ୍ୟ ହୋଇପାରେ ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ସଂକ୍ରାମକ ?

ଜେଏନ-୧ ଭାରିଆଣ୍ଟ୍‍ ଓମିକ୍ରୋନର ଅନ୍ୟ ଉପ-ଭାରିଆଣ୍ଟ୍‍ ତୁଳନାରେ ଅଧିକ ସଂକ୍ରାମକ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜେଏନ-୧ ଭାରିଆଣ୍ଟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଅନ୍ୟ ଓମିକ୍ରୋନ ସବ୍ ଭାରିଆଣ୍ଟ୍‍ ତୁଳନାରେ ସଂକ୍ରମିତ ହେବାର ସମ୍ଭାବନା ୧.୨ ଗୁଣ ଅଧିକ ଥିଲା ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ଗମ୍ଭୀର ରୋଗ ସୃଷ୍ଟି କରୁଛି ?

ଏହାଦ୍ୱାରା ହେଉଥିବା ରୋଗ ବିଷୟରେ ଏପର୍ଯ୍ୟନ୍ତ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁମାନେ ଏହି ଭାରିଆଣ୍ଟରେ ଅସୁସ୍ଥ ହୁଅନ୍ତି ସେମାନେ ଓମିକ୍ରୋନଠାରୁ ଅଧିକ ଗୁରୁତର ନୁହଁନ୍ତି । ତେବେ ବିଶେଷଜ୍ଞମାନେ ଏବେବି ଏହି ଭାରିଆଣ୍ଟ୍‍ ଉପରେ ଗବେଷଣା ଜାରି ରଖିଛନ୍ତି, ଯାହାଦ୍ୱାରା ଏହା ବିଷୟରେ ଅଧିକ ଜାଣିପାରିବେ ।

ଜେଏନ୍‍-୧ ଭାରିଆଣ୍ଟ୍‍କୁ ରୋକିବା ପାଇଁ କ’ଣ କରିବେ ?

ଜେଏନ୍-୧ ଭାରିଏଣ୍ଟ୍‍ରୁ ରକ୍ଷା ପାଇବା ପାଇଁ ଅନ୍ୟ ଓମିକ୍ରୋନ ଭଳି ସମାନ ପଦକ୍ଷେପ ନିଆଯାଇପାରେ । ଏଥିରେ ଟୀକା କରଣ ଓ ବୁଷ୍ଟର ଟୀକା ନେବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଅନ୍ତର୍ଭୁକ୍ତ ।

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ କ’ଣ କରାଯାଇପାରିବ ?

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ ସରକାର ଟୀକାକରଣ ଏବଂ ବୁଷ୍ଟର ଡୋଜ୍ ବୃଦ୍ଧି କରିପାରିବେ । ଏଥିସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାର ନିୟମ ଲାଗୁ କରିବା ସହିତ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇପାରିବ ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ବିପଜ୍ଜନକ

ବିଶେଷଜ୍ଞଙ୍କ ମତରେ ଜେଏନ୍-୧ର ଲକ୍ଷଣ ବର୍ତ୍ତମାନ ଅଧିକ ଗମ୍ଭୀର ନୁହେଁ ଏବଂ ଏଥିରୁ ବିଶେଷ ବିପଦ ନାହିଁ । କିନ୍ତୁ ଆଗାମୀ ଦିନରେ ଆହୁରି ମ୍ୟୁଟେସନ ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ମାମଲା ସାମ୍ନାକୁ ଆସିଛି । କୋଭିଡ୍ ମାମଲାର ଗତି ମଧ୍ୟ ଧୀରେ ଧୀରେ ଚାଲିଛି । ଏଥିସହିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ । ତେବେ ଭବିଷ୍ୟତ ନେଇ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇପାରୁନାହିଁ ।

ବଢ଼ୁଥିବା କରୋନା ମାମଲାରୁ କେତେ ବିପଦ ?

ଜେଏନ୍-୧ ଭାରିଆଣ୍ଟ୍‍ର ଗୋଟିଏ ମାମଲା ସାମ୍ନାକୁ ଆସିଛି, କିନ୍ତୁ ସମଗ୍ର ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇଛି । ତେବେ ସେମାନେ ଗୁରୁତର ନୁହଁନ୍ତି । ୯୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଘରେ ରହି ସୁସ୍ଥ ହେଉଛନ୍ତି । ରୋଗୀଙ୍କର ସାଧାରଣ ଲକ୍ଷଣ ଦେଖାଯାଏ ।

More articles

LEAVE A REPLY

Please enter your comment!
Please enter your name here

Latest article