ନୈତିକତା କମିଟିର ୬ ଜଣ ସଦସ୍ୟ ସୁପାରିସ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୪ ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତି
ନୂଆଦିଲ୍ଲୀ: ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ନଭେମ୍ବର ୯ (ଗୁରୁବାର) ତାରିଖରେ ଏ ନେଇ ନୈତିକତା କମିଟି ବୈଠକ ବସିଥିଲା । କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ଭୋଟ୍ ଦେଇଥିଲେ । ୪ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ । ଏହି ରିପୋର୍ଟ ନଭେମ୍ବର ୧୦ ତାରିଖ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ ।
ମହୁଆଙ୍କ ବହିଷ୍କାରକୁ ବିରୋଧ କରିଥିବା କମିଟିର ୪ ଜଣ ସଦସ୍ୟ ଏହି ରିପୋର୍ଟକୁ ପକ୍ଷପାତିତାପୂର୍ଣ୍ଣ ଏବଂ ଭୁଲ ବୋଲି କହିଛନ୍ତି ।