ନୂଆଦିଲ୍ଲୀ: ରାଜସ୍ଥାନର ଭୋଟରମାନେ ପରିବର୍ତ୍ତନ ସପକ୍ଷରେ ଭୋଟ୍ ଦେଇଛନ୍ତି । ଏକଜିଟ୍ ପୋଲ ଅନୁଯାୟୀ, ଡିସେମ୍ବର ୩ ପରେ ରାଜ୍ୟର କ୍ଷମତା ବଦଳିବାକୁ ଯାଉଛି । ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନଭେମ୍ବର ୨୫ରେ ୭୫.୪୫ ପ୍ରତିଶତ ମତଦାନ ହୋଇଥିଲା । ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲରେ ବିଜେପି ହାରାହାରି ୧୨୦ଟି ଆସନରେ ବିଜୟୀ ହେଉଛି । ଇଣ୍ଡିଆ ଟୁଡେ-ମାଇ ଆକ୍ସିସର ଏକଜିଟ୍ ପୋଲରେ ଦଳକୁ ୧୪୦ରୁ ୧୬୦ ଟି ଆସନ ମିଳିଛି, ଯାହା କି ସଂଖ୍ୟାଗରିଷ୍ଠତାଠାରୁ ୪୪ ଟି ଆସନ ଅଧିକ । କଂଗ୍ରେସକୁ ୬୮ରୁ ୯୦ ଟି ଆସନ ମିଳୁଛି । ଅନ୍ୟମାନଙ୍କ ଖାତାକୁ ୫ଟି ସିଟ୍ ଯାଉଥିବା ଦେଖାଉଛନ୍ତି । ଏବିପି-ସି ଭୋଟର ସର୍ଭେରେ ବିଜେପିକୁ ୧୧୩ରୁ ୧୩୭ଟି ଆସନ ମିଳିବ ବୋଲି ଦାବି କରାଯାଇଛି । ଏହି ସର୍ଭେରେ କଂଗ୍ରେସ ପଛରେ ପଡ଼ିଥିବା ଜଣାପଡିଛି । ଟାଇମ୍ସ ନାଓ ନବଭାରତ ଏକଜିଟ୍ ପୋଲରେ ରାଜସ୍ଥାନରେ ବିଜେପିକୁ କ୍ଷମତାର ଦୃଢ଼ ଦାବିଦାରଭାବେ ଦର୍ଶାଯାଇଛି । ଟାଇମ୍ସ ନାଓର ଏକଜିଟ୍ ପୋଲରେ ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳଭାବେ ଉଭା ହୋଇଛି । ସର୍ଭେ ଅନୁଯାୟୀ ବିଜେପିକୁ ୧୦୯ରୁ ୧୨୫ ଓ କଂଗ୍ରେସକୁ ୧୦୫ରୁ ୧୧୭ ଆସନ ମିଳିବ ବୋଲି ଆକଳନ କରାଯାଇଛି ।
ରାଜସ୍ଥାନରେ କଂଗ୍ରେସକୁ ପ୍ରବଳ ଗୋଷ୍ଠୀକନ୍ଦଳର ସମ୍ମୁଖୀନ ହେବାକୁ ପଡ଼ିପାରେ
ଗତ ବିଧାନସଭା ନିର୍ବାଚନରେ ସଚିନ ପାଇଲଟ ବସୁନ୍ଧରା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଫଳରେ କଂଗ୍ରେସ ୨୧ ଆସନରୁ ୧୦୦ ରେ ପହଞ୍ଚିଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ହାତ ମିଳାଇଥିଲେ ମଧ୍ୟ ହୃଦୟରେ ସାମିଲ ହୋଇପାରିନଥିଲେ । ପାଇଲଟ ଓ ଗେହଲଟଙ୍କ ମଧ୍ୟରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିଭାଜନର ପ୍ରଭାବ ଏକଜିଟ୍ ପୋଲ ଫଳାଫଳରେ ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷରେ ବିଜେପି ଦୁଇ ଦଶନ୍ଧି ଧରି ଚାଲିଥିବା ଗୋଷ୍ଠୀକନ୍ଦଳର ଅନ୍ତ ଘଟାଇଛି । ନିର୍ବାଚନ ପୂର୍ବରୁ ଗୁଲାବ ସିଂହ କଟାରିଆଙ୍କୁ ଆସାମର ରାଜ୍ୟପାଳ କରାଯାଇଥିଲା । ନୂଆ ନେତୃତ୍ୱର ସଙ୍କେତ ଦେଇ ସେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ ଲଢ଼ାଯାଇଥିଲା । ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ ବାବା ବାଲକନାଥଙ୍କ ଭଳି ଚେହେରାଙ୍କୁ ପ୍ରାର୍ଥୀ କରି ବସୁନ୍ଧରା ରାଜେ ଦେଖାଇ ଦେଇଛନ୍ତି ଯେ ବସୁନ୍ଧରା ରାଜେ ଆଉ ରାଜସ୍ଥାନର ଏକମାତ୍ର ନେତା ନୁହଁନ୍ତି । ୧୯୮୯ ପରଠାରୁ ଏହା ହେଉଛି ପ୍ରଥମ ନିର୍ବାଚନ, ଯେଉଁଥିରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ବିନା ମଇଦାନକୁ ଓହ୍ଲାଇଛି । ଗତ ୩୫ ବର୍ଷ ମଧ୍ୟରେ ରାଜସ୍ଥାନରେ ଭୈରୋ ସିଂହ ଶେଖାୱତ ଓ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି କ୍ଷମତା ଖେଳରେ ରହିଛି ।
ଜାଣନ୍ତୁ କେଉଁ ଅଞ୍ଚଳରେ ହୋଇଥିଲା କଂଗ୍ରେସକୁ ଝଟକା
ନିର୍ବାଚନ ଦୃଷ୍ଟିକୋଣରୁ ରାଜସ୍ଥାନରେ ୫ଟି ଅଞ୍ଚଳ ରହିଛି । ଶେଖାବତୀ, ମାରୱାର, ମେୱାର, ହାଡୋତି ଓ ଧୁନ୍ଧର । ଏକଜିଟ୍ ପୋଲ ଅନୁଯାୟୀ ଶେଖାଓ୍ଵାଟି, ମାରଓ୍ଵାର ଓ ମେଓ୍ଵାରରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ରହିଛି । ହାଡୋତି ଓ ଧୁନ୍ଧର ଅଞ୍ଚଳରେ ବିଜେପି ପୁଣିଥରେ କଂଗ୍ରେସକୁ ପଛରେ ପକାଇଛି । ସଚିନ ପାଇଲଟଙ୍କ ଅଞ୍ଚଳରେ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିପାରେ । ୨୦୧୮ ନିର୍ବାଚନରେ ଗୁଜ୍ଜର ସମ୍ପ୍ରଦାୟ କଂଗ୍ରେସକୁ ଏକତରଫାଭାବେ ଭୋଟ୍ ଦେଇଥିଲା ଏବଂ କଂଗ୍ରେସ ବଣିଆ, ରାଜପୁତ, ବ୍ରାହ୍ମଣ ଏବଂ ଏସସି, ଏସଟି, ଗୁର୍ଜର ଅଧ୍ୟୁଷିତ ଧୁନ୍ଧର ଅଞ୍ଚଳରେ ସଫଳତା ପାଇଥିଲା । ଧୁନ୍ଧରରେ ମୋଟ ୩୨ଟି ବିଧାନସଭା ଆସନ ଥିବାବେଳେ ଗତ ନିର୍ବାଚନରେ କଂଗ୍ରେସ ଏହି ଅଞ୍ଚଳରୁ ୨୦ଟି ଆସନ ପାଇଥିଲା । ବିଜେପିକୁ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଗୁଜ୍ଜରମାନଙ୍କ ଅସନ୍ତୋଷ ଯୋଗୁଁ ୨୦୨୩ ନିର୍ବାଚନରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି । ଏକଜିଟ୍ ପୋଲରେ ବିଜେପିକୁ ୨୫ଟି ଆସନ ଦିଆଯାଇଛି । ଏକଜିଟ୍ ପୋଲ ଅନୁଯାୟୀ ହାଡୋତି ଅଞ୍ଚଳର ମତଦାମାନେ ପୁଣିଥରେ ବିଜେପି ପ୍ରତି ଦୟାଳୁ ହୋଇଛନ୍ତି । ବସୁନ୍ଧରା ରାଜେ ୧୭ଟି ବିଧାନସଭା ଆସନ ସହ ହାଡୋତି ଅଞ୍ଚଳରେ ନିଜର ଦୁର୍ଗ ବଜାୟ ରଖିଛନ୍ତି । ଗତ ବିଧାନସଭା ନିର୍ବାଚନରେ ବୁନ୍ଦି, ବାରାନ, ଝାଲାୱାର ଓ କୋଟା ଅଞ୍ଚଳରେ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିଲା । ଏହି ଅଞ୍ଚଳରୁ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ ବିଜେପି ଏହି ଦୁର୍ଗକୁ ଆହୁରି ମଜବୁତ କରିଛି ଏବଂ କଂଗ୍ରେସ ଆସନ ହ୍ରାସ ପାଇପାରେ ।