ମଣିପୁର : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ସୋମବାର କହିଛନ୍ତି ଯେ ତାଙ୍କ ସରକାର ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସଭାପତି ଏବଂ ତିନି ଜଣ ସଦସ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ଏବଂ ସେମାନେ ରାଜ୍ୟରେ ଆହୁରି ସଂଘର୍ଷ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।
ମଣିପୁରରେ ଜାତିଗତ ହିଂସାକୁ ନେଇ ଗଣମାଧ୍ୟମର ରିପୋର୍ଟ ଏକ ତରଫା ବୋଲି ଏଡିଟର୍ସ ଗିଲ୍ଡ ନିକଟରେ ଦାବି କରିଛି ଏବଂ ରାଜ୍ୟ ନେତୃତ୍ୱ ପକ୍ଷପାତିତା କରୁଥିବା ଅଭିଯୋଗ କରିଛି ।
ମଣିପୁର ରାଜ୍ୟରେ ଅଧିକ ସଂଘର୍ଷ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଏଡିଟର୍ସ ଗିଲ୍ଡର ସଦସ୍ୟଙ୍କ ବିରୋଧରେ ରାଜ୍ୟ ସରକାର ଏତଲା ଦାୟର କରିଛନ୍ତି ।
ଏଡିଟର୍ସ ଗିଲ୍ଡର ସଭାପତି ସୀମା ମୁସ୍ତାଫା ଏବଂ ତିନି ଜଣ ସଦସ୍ୟ ସୀମା ଗୁହା, ଭାରତ ଭୂଷଣ ଏବଂ ସଞ୍ଜୟ କପୁରଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଗୁହା, ଭୂଷଣ ଏବଂ କପୁର ଗତ ମାସରେ ରାଜ୍ୟ ଗସ୍ତ କରି ଜାତିଗତ ହିଂସାର ଗଣମାଧ୍ୟମ ରିପୋର୍ଟ ଅନୁଧ୍ୟାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ସେମାନେ କେବଳ କିଛି ବର୍ଗ ନୁହେଁ ବରଂ “ସମସ୍ତ ସମ୍ପ୍ରଦାୟ”ର ପ୍ରତିନିଧିଙ୍କୁ ଭେଟିବା ଉଚିତ ଥିଲା ।