ଜି-୨୦ ବୈଠକ: ଚୀନ୍, ରୁଷିଆ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ଡ୍ରାଗନ୍ ଉପରେ ଆମେରିକାର ଆକ୍ରମଣ

Must read

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ମୋର୍ଚ୍ଚା ସମ୍ଭାଳିଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କୂଟନୈତିକ କାର୍ଯ୍ୟକ୍ରମ ୧୦୦ ଘଣ୍ଟା ମଧ୍ୟରେ ଶେଷ ହେବାକୁ ଯାଉଛି । ଶେଷ ମୁହୂର୍ତ୍ତରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଜି-୨୦ ଗ୍ରୁପକୁ ସମ୍ମିଳିତ କରିବା ପାଇଁ ପ୍ରୟାସ ଚାଲିଥିବାବେଳେ ନୂଆ ବିଶ୍ୱ ବ୍ୟବସ୍ଥାରେ ଏହି ଦୁଇ ଦିନିଆ ସମ୍ମିଳନୀ ଜି-୧୭ ବନାମ ଜି-୨ରେ ପରିଣତ ହୋଇଛି । ଗୋଟିଏ ପଟେ ଏହି ଗୋଷ୍ଠୀର ଦୁଇ ଦେଶ ଚୀନ  ଓ ରୁଷିଆ ଏଥିରେ ଅସହଯୋଗ କରୁଛନ୍ତି । ଅପରପକ୍ଷରେ ଆମେରିକା ଓ ୟୁରୋପୀୟ ଦେଶ ମଧ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ କୂଟନୈତିକ ସନ୍ତୁଳନ ସ୍ଥାପନ କରିବାକୁ ଭାରତ ଜୋରଦାର ଉଦ୍ୟମ ଚଳାଇଛି ।

ବଦଳିଲା ଜି-୧୭ ବନାମ ଜି-୨ ବ୍ଲକ

ଜି-୨୦ ଗ୍ରୁପରେ ବ୍ରାଜିଲ୍, ସାଉଦି ଆରବ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ମଧ୍ୟ ଅଛନ୍ତି ଯେଉଁମାନେ କୌଣସି ଗୋଷ୍ଠୀ ସହ ସମ୍ପୂର୍ଣ୍ଣ ମେଣ୍ଟ କରିବାକୁ ଚାହୁଁନାହାନ୍ତି, କିନ୍ତୁ ସହମତିକୁ ଅବରୋଧ କରିବା ସପକ୍ଷରେ ମଧ୍ୟ ନାହାନ୍ତି । ଏଭଳି ସ୍ଥିତିରେ ସମଗ୍ର ସମ୍ମିଳନୀ ଜି-୧୭ ବନାମ ଜି-୨ରେ ପରିଣତ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଉଭୟ ରୁଷିଆ ଓ ଚୀନର ରାଷ୍ଟ୍ରମୁଖ୍ୟ ଆସୁନାହାନ୍ତି । ଅଧିକାଂଶ ଦେଶ ବିଶ୍ୱାସ କରନ୍ତି ଯେ ଯଦି ଭାରତ ପରିବର୍ତ୍ତେ ଅନ୍ୟ ଏକ ଦେଶ ଥାଆନ୍ତା, ତେବେ ଏଥର ଜି-୨୦ରେ ଅଧିକ ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ବିଶ୍ୱ ଶୀତଳ ଯୁଦ୍ଧ ୨.୦ର କ୍ଲାଇମେକ୍ସ ଦଳ ଭିତରେ ଯେଭଳି ଦୃଶ୍ୟମାନ ହେଉଛି, ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତ ସାମ୍ନାରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି ।

ପରସ୍ପର ବିରୁଦ୍ଧରେ ସମାଲୋଚନା

ପ୍ରଥମ ଥର ପାଇଁ ଉଭୟ ଗୋଷ୍ଠୀର ନେତାମାନେ ପରସ୍ପର ବିରୋଧରେ ଖୋଲାଖୋଲିଭାବେ ମୁହଁ ଖୋଲିଛନ୍ତି । ଏଥିସହିତ ସେମାନେ ପରସ୍ପରର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ସମ୍ମିଳନୀ ପୂର୍ବରୁ ରୁଷର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯଦି ଆମେରିକା ୟୁକ୍ରେନର ଏଜେଣ୍ଡା ଲାଗୁ କରିବାକୁ ଚେଷ୍ଟା କରେ, ତେବେ ରୁଷିଆ ସହମତି ସମ୍ଭାବନାକୁ ଅବରୋଧ କରିବ । ରୁଷିଆର ବିପଦ ଯୋଗୁଁ ବାକି ଦେଶମାନେ ନିଜର ଆଭିମୁଖ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ନ କରିବା ମୁଡ଼ରେ ଅଛନ୍ତି । ପରିସ୍ଥିତିକୁ ଆହୁରି ଖରାପ ହେବାକୁ ରୋକିବାରେ ଭାରତ ଏପର୍ଯ୍ୟନ୍ତ କ୍ରମାଗତଭାବେ ସଫଳ ହୋଇଛି । ଉଲ୍ଲେଖଯୋଗ୍ୟ, ଗତବର୍ଷ ଇଣ୍ଡୋନେସିଆରେ ଅନୁଷ୍ଠିତ ଶିଖର ସମ୍ମିଳନୀ ପରେ ରୁଷିଆକୁ ଜି-୨୦ରୁ ବାହାର କରିବା ପାଇଁ ଅଭିଯାନ ଚାଲିଥିଲା, କିନ୍ତୁ ଭାରତ ଏହି ଗୋଷ୍ଠୀକୁ ଏକଜୁଟ ରଖିବାରେ ସଫଳ ହୋଇଥିଲା ।

ମୋର୍ଚ୍ଚା ସମ୍ଭାଳିଲା ଭାରତ

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମଗ୍ର ସମ୍ମିଳନୀ କେବଳ ରୁଷିଆ-ୟୁକ୍ରେନ କିମ୍ବା ଏହାକୁ ନେଇ କୂଟନୈତିକତା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ପରିବେଶ, ମୁଦ୍ରାସ୍ଫୀତି, ଜଗତୀକରଣ, ଶିକ୍ଷା କ୍ଷେତ୍ର ଭଳି ସମସ୍ତ ପ୍ରସଙ୍ଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ। କୋଳାହଳ ଭିତରେ ଏହି ବଡ଼ ନିଷ୍ପତ୍ତି ଓ ସହମତିରୁ ଧ୍ୟାନ ହଟାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article