ଜି-୨୦ ଶିଖର ସମ୍ମିଳନୀ: କେଉଁ ବିଶ୍ୱ ନେତା ଯୋଗଦେବେ, କିଏ ଆସିବେ ନାହିଁ

Must read

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଖାଦ୍ୟ ନିରାପତ୍ତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରି ସମାଧାନ ଖୋଜିବେ ।

ନୂଆଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବିଶ୍ୱ ନେତାଙ୍କ ତାଲିକା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେପ୍ଟେମ୍ବର ୭ରେ ଭାରତ ଗସ୍ତରେ ଆସିବେ । ଦୁଇଦିନିଆ ଶିଖର ସମ୍ମିଳନୀ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ହ୍ୱାଇଟ୍ ହାଉସ୍ ଘୋଷଣା କରିଛି ।

ଶନିବାର ଏବଂ ରବିବାର ଦିନ ରାଷ୍ଟ୍ରପତି ବାଇଡେନ୍ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ଏବଂ ଅନ୍ୟ ଜି-୨୦ ସହଯୋଗୀମାନେ ରୁଷିଆ-ୟୁକ୍ରେନ ଯୁଦ୍ଧର ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ ଏବଂ ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡିକର କ୍ଷମତା ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ଚୀନ ବୈଦେଶିକ ଲି କିଆଙ୍ଗ

ଜି-୨୦ ଶିଖର ସମ୍ମିଳନୀରେ ଚୀନର ବୈଦେଶିକ ମନ୍ତ୍ରୀ ଲି କିଆଙ୍ଗ ଦେଶର ପ୍ରତିନିଧି ଦଳର ନେତୃତ୍ୱ ନେବେ । ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗ ଦେବେ ନାହିଁ ବୋଲି ମଧ୍ୟ ନିଶ୍ଚିତ ହୋଇଛି । ୨୦୦୮ରେ ପ୍ରଥମ ସଂସ୍କରଣ ଆୟୋଜନ ହେବା ପରେ ପ୍ରଥମ ଥର ପାଇଁ କୌଣସି ଚୀନ ରାଷ୍ଟ୍ରପତି ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରୁ ଅନୁପସ୍ଥିତ ରହିଛନ୍ତି ।

୨୦୨୦ ଓ ୨୦୨୧ରେ କୋଭିଡ୍-୧୯ ମହାମାରୀ ସମୟରେ ସି ଜିନପିଙ୍ଗ୍ ଭର୍ଚୁଆଲ୍ ମାଧ୍ୟମରେ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପ୍ରଥମ ସରକାରୀ ଭାରତ ଗସ୍ତରେ ଆସି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍ ବ୍ୟକ୍ତିଗତଭାବେ ଉପସ୍ଥିତ ରହିବା ନିଶ୍ଚିତ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏକ ତିନି ଦେଶ ଗସ୍ତର ଏକ ଅଂଶ ହେବ ଯେଉଁଥିରେ ସେ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଗସ୍ତ କରିବେ । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆଲବାନାନ୍ ଭାରତ ପ୍ରଶାନ୍ତ ମହାସାଗର ପ୍ରତି ଅଷ୍ଟ୍ରେଲିଆର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଅଭିବୃଦ୍ଧି ଏବଂ ସମୃଦ୍ଧି, ସ୍ଥିରତା ଏବଂ ସାର୍ବଭୌମତ୍ୱ ଏବଂ ସ୍ଥାୟୀ ଶାନ୍ତି ପ୍ରତି ସମ୍ମାନ ବୃଦ୍ଧି କରିବ ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଶନିବାର ଓ ରବିବାର ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ।

ଜର୍ମାନ ଚାନସେଲର ଓଲାଫ୍ ସ୍କୋଲଜ

ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜର୍ମାନଚାନସେଲର ଓଲାଫ୍ ସ୍କୋଲଜ ଉପସ୍ଥିତ ରହିବାକୁ ନିଶ୍ଚିତ କରିଛନ୍ତି । ଭାରତ ଗସ୍ତ ପୂର୍ବରୁ ସ୍କୋଲଜ ଜର୍ମାନୀର ରେଡିଓ ଷ୍ଟେସନ ଡଏଚଲାଣ୍ଡଫଙ୍କକୁ ଦେଇଥିବା ଏକ ସାକ୍ଷାତ୍‍କାରରେ କହିଛନ୍ତି ଯେ ଋଷ ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତି ସତ୍ତ୍ୱେ ଜି-୨୦ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ୟୁକ୍ରେନ ଯୁଦ୍ଧକୁ ନେଇ ସେ ରୁଷିଆକୁ ସମାଲୋଚନା କରିବାରେ ନେତୃତ୍ୱ ନେବାର ସମ୍ଭାବନା ରହିଛି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍-ୟେଓ

ୟୁନ୍ ସୁକ୍-ୟେଓ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ନିଜର ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି । ଉତ୍ତର କୋରିଆର କ୍ରମାଗତ ବଢ଼ୁଥିବା କ୍ଷେପଣାସ୍ତ୍ର ଉତ୍ତେଜନା ଏବଂ ପରମାଣୁ ବିପଦକୁ ସେ ବିଶ୍ୱ ନେତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍

ଇମାନୁଏଲ ମାକ୍ରୋନ୍ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

ମହମ୍ମଦ ବିନ୍ ସଲମାନ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ଅଛି କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ନିଶ୍ଚିତତାକୁ ଅପେକ୍ଷା କରାଯାଇଛି ।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା

ସିରିଲ୍ ରାମାଫୋସା ଭାରତର ଜି-୨୦ ସଭାପତିତ୍ୱକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗ ଦେବାର ସମ୍ଭାବନା ରହିଛି । ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିବା ପାଇଁ ଭାରତଦ୍ୱାରା ନିମନ୍ତ୍ରିତ ଦେଶମାନଙ୍କ ମଧ୍ୟରୁ ବାଂଲାଦେଶ ଅନ୍ୟତମ ।

ତୁର୍କୀ ରାଷ୍ଟ୍ରପତି ତୈୟପ ଏର୍ଦୋଗାନ

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତୈୟପ ଏର୍ଦୋଗାନ ଭାରତ ଗସ୍ତରେ ଆସିବେ, ଯେଉଁଠାରେ ସେ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ।

ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍

ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ନିଜର ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି ।

ନାଇଜେରିଆର ରାଷ୍ଟ୍ରପତି ବୋଲା ତିନୁବୁ

ନାଇଜେରିଆରେ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଏବଂ ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱ ପୁଞ୍ଜି ସଂଗ୍ରହ କରିବା ଉଦ୍ଦେଶ୍ୟରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ।

ଯେଉଁ ନେତାମାନେ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉନାହାନ୍ତି

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀକୁ ମିସ୍ କରିବେ । ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗ ଆଣିଥିବା ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛି, ଯାହାକୁ କ୍ରେମଲିନ୍ ଦୃଢ଼ଭାବେ ଅସ୍ୱୀକାର କରିଛି । ଅର୍ଥାତ୍ ବିଦେଶ ଯାତ୍ରାବେଳେ ସେ ଗିରଫ ହେବାର ଆଶଙ୍କା ରହିଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀରେ ରୁଷ୍‍ର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଦେଶର ପ୍ରତିନିଧିତ୍ୱ କରିବେ ।

ୟୁରୋପୀୟ ସଂଘର ନେତାମାନେ

ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଚାର୍ଲସ୍ ମିସେଲ ଏପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ନେଇ ନିଶ୍ଚିତ କରିନାହାନ୍ତି ।

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।

ଯେଉଁ ନେତାମାନେ ସେମାନଙ୍କ ଉପସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି

ଜି-୨୦ ଶିଖର ସମ୍ମିଳନୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଉପସ୍ଥିତି ଅନିଶ୍ଚିତ ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ

ଅନ୍ୟ ଜଣେ ଜି-୨୦ ନେତା ଯିଏ ଶିଖର ସମ୍ମିଳନୀରେ ନିଜର ଉପସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି ସେ ହେଉଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ।

More articles

LEAVE A REPLY

Please enter your comment!
Please enter your name here

Latest article