ଇକବାଲ ଅନସାରୀ ମସଜିଦ ନିର୍ମାଣକୁ ନେଇ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଉପରେ ଖପ୍ପା !

Must read

ନୂଆଦିଲ୍ଲୀ: ବାବ୍ରି ମସଜିଦର ପକ୍ଷକାର ଇକବାଲ ଅନସାରୀ ସୁନ୍ନି ଓ୍ଵାକଫ ବୋର୍ଡକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାରେ ବୋର୍ଡ ବିଫଳ ହୋଇଛି । ଅନସାରୀ ୱାକଫକୁ ଟାର୍ଗେଟ କରି କହିଛନ୍ତି ଯେ କେବଳ ମସଜିଦର ମାନଚିତ୍ର ଦେଖାଇବା କାମ କରିବ ନାହିଁ । ୪ ବର୍ଷ ବିତିଗଲାଣି ଏବଂ ବୋର୍ଡ ଯାହା କରିବାକୁ କହିଛି ତାହା କରିବା ଉଚିତ । ବାବ୍ରି ବିବାଦ ମାମଲା ଶେଷ ହୋଇଛି । ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛୁ ଏବଂ ବର୍ତ୍ତମାନ କୌଣସି ବିବାଦ ନାହିଁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଆମେ ଖୁସି ।

ଇକବାଲ ଅନସାରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଆସିବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପ୍ରସ୍ତାବିତ ମସଜିଦର ମାନଚିତ୍ର ଦେଖାଇବା ବ୍ୟତୀତ ଆଉ କିଛି କରିପାରିଲା ନାହିଁ । ଏହା ଧର୍ମ ବିରୋଧୀ । ଅଦାଲତ ଯାହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାହା ସେମାନେ କରିବା ଉଚିତ । କେବଳ ଡିଜାଇନ ଦେଖାଇଲେ କିଛି ଲାଭ ହେବ ନାହିଁ । ଅଯୋଧ୍ୟା ବିବାଦ ପ୍ରସଙ୍ଗକୁ ଏବେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି ବୋଲି ଅନସାରୀ କହିଛନ୍ତି । ଏହି ମାମଲା ଶେଷ ହୋଇଛି । ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛୁ ଏବଂ ବର୍ତ୍ତମାନ କୌଣସି ବିବାଦ ନାହିଁ ।

ରାମ ମନ୍ଦିର ନିର୍ମାଣରେ ଆମେ ଖୁସି ବୋଲି ଅନସାରୀ କହିଛନ୍ତି । ନିକଟରେ ଇକବାଲ ଅନସାରୀ ଅଯୋଧ୍ୟା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୁଲ ବର୍ଷା କରୁଥିବାର ଦେଖିବାକୁ ମିଳିଥିଲା । ରାମ ମନ୍ଦିରର ଉଦ୍‍ଘାଟନ ପାଇଁ ଅନସାରୀଙ୍କୁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ତାଙ୍କ ପିତା ହାସିମ ଅନସାରୀ ବାବ୍ରୀ ମସଜିଦର ଅନ୍ୟତମ ପୁରାତନ ପକ୍ଷବାଦୀ ଥିଲେ । ୨୦୧୬ରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା, ଯାହା ପରେ ଇକବାଲ ଅନସାରୀ ଏହି ମାମଲାରେ ଯୁକ୍ତି କରୁଥିଲେ । ୨୦୧୯ମସିହାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବାଟ ସଫା ହୋଇଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article