କେରଳ ରାଜ୍ୟପାଳଙ୍କ ଅଭିଯୋଗ : ମୋ ଉପରେ ଆକ୍ରମଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଷଡ଼କ୍ଷନ୍ତ୍ର

Must read

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଅଭିଯୋଗ କରିଛନ୍ତି । ଏଥିପାଇଁ ସେମାନେ ଷଡ଼ଯନ୍ତ୍ର କରି ଲୋକଙ୍କୁ ପଠାଉଛନ୍ତି । ଆରିଫ ମହମ୍ମଦ ମଧ୍ୟ ରାଜ୍ୟ ସରକାରଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପରେ ପୋଲିସ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଆରିଫ ମହମ୍ମଦ ଖାନ୍ ଦିଲ୍ଲୀ ଯିବା ପାଇଁ ତିରୁବନନ୍ତପୁରମ୍ ବିମାନ ବନ୍ଦର ଅଭିମୁଖେ ବାହାରିଥିଲେ । ବିମାନବନ୍ଦରକୁ ଯିବା ବାଟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଶାସକ ସିପିଆଇ(ଏମ୍)ର ଛାତ୍ର ସଂଗଠନ ଏସ୍ ଏଫ୍ ଆଇ (ଷ୍ଟୁଡେଣ୍ଟ ୱିଙ୍ଗ ଅଫ୍ ଇଣ୍ଡିଆ)କୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି । ଏହି ଆକ୍ରମଣ ସମ୍ପର୍କରେ ରାଜ୍ୟପାଳ କହିଛନ୍ତି ଯେ ଆଜି ରାଜଧାନୀର ରାସ୍ତାଘାଟରେ ଗୁଣ୍ଡାମାନେ ଶାସନ କରୁଛନ୍ତି ।

ଆରିଫ ମହମ୍ମଦ କହିଲେ- ପୁଲିସ ସବୁକିଛି ଆଗୁଆ ଜାଣିଥିଲା

ଗଣମାଧ୍ୟମସହ କଥାବାର୍ତ୍ତା କରି ଆରିଫ ମହମ୍ମଦ କହିଛନ୍ତି ଯେ ଯେତେବେଳେ ମୁଁ ବିମାନବନ୍ଦରକୁ ଯାଉଥିଲି, ସେମାନେ ମୋ କାର ସାମ୍ନାକୁ ଆସିଥିଲେ । ସେମାନେ ମୋ କାରକୁ ଉଭୟ ପାର୍ଶ୍ୱରୁ ଧକ୍କା ଦେଇଥିଲେ । ମୁଁ ତଳକୁ ଓହ୍ଲାଇଲି । ଏଭଳି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର ନିକଟକୁ ଆସିବାକୁ ପୁଲିସ ଅନୁମତି ଦେଇଥାନ୍ତା କି ?

ପୋଲିସ ସବୁକିଛି ଆଗରୁ ଜାଣିଥିଲା, କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ପୋଲିସ କ’ଣ କରିବ ? ଯେତେବେଳେ ମୁଁ ମୋ କାରରୁ ଓହ୍ଲାଇଲି, ସେମାନେ ସମସ୍ତେ ନିଜ ଜିପରେ ଦ୍ରୁତ ଗତିରେ ଚାଲିଗଲେ । ରାଜ୍ୟରେ ସମ୍ବିଧାନକୁ ଅମାନ୍ୟ କରାଯାଉଛି । ସମ୍ବିଧାନକୁ ଆମେ ଏପରି ଭାଙ୍ଗିବାକୁ ଦେଇପାରିବୁ ନାହିଁ ।

ମୋତେ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି

ଆରିଫ ମହମ୍ମଦ କହିଛନ୍ତି ଯେ ଯେତେବେଳେ ମୁଁ ଗୁଣ୍ଡାମାନଙ୍କ ସାମ୍ନାରେ ମୋ କାରରୁ ଓହ୍ଲାଇଲି, ସେମାନେ କାହିଁକି ପଳାଇଗଲେ ? ସେମାନେ କାହିଁକି ମୋତେ ଟାର୍ଗେଟ କରୁଛନ୍ତି ? ଯେହେତୁ ମୁଁ ସେମାନଙ୍କ କାର୍ଯ୍ୟରେ ମୁଣ୍ଡ ନୁଆଁଇ ନାହିଁ, ତେଣୁ ସେମାନେ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଁ ସେଭଳି ବ୍ୟକ୍ତି ନୁହେଁ ଏହି ଘଟଣାକୁ ହାଲୁକା ଭାବରେ ଗ୍ରହଣ କରିବି ।

More articles

LEAVE A REPLY

Please enter your comment!
Please enter your name here

Latest article