ସର୍ଭେରେ କାହାକୁ ମିଳିବ କେତେ ସିଟ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ସହ ଇଣ୍ଡି ମେଣ୍ଟ ମୁଖ୍ୟ ମୁକାବିଲାରେ ରହିଛି । ଇତିମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜନମତ ସର୍ବେକ୍ଷଣର ଫଳାଫଳ ଆସିଛି । ସି-ଭୋଟରର ଓପିନିୟନ ପୋଲ ସର୍ଭେରେ ଦକ୍ଷିଣ ଭାରତ ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଜଣାପଡ଼ିଛି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଦକ୍ଷିଣରେ ନିରାଶ ହୋଇଥିଲା । ଏଭଳି ସ୍ଥିତିରେ ସର୍ଭେରେ କାହାକୁ କେତେ ସିଟ୍ ମିଳିବ ତାହା ଦେଖିବାକୁ ବାକି ରହିଲା ।
ତେଲେଙ୍ଗାନାରେ କଂଗ୍ରେସ, କର୍ଣ୍ଣାଟକରେ ବିଜେପି
ସର୍ଭେ ଅନୁଯାୟୀ, ତେଲେଙ୍ଗାନାରେ ଲୋକସଭା ନିର୍ବାଚନରେ କଂଗ୍ରେସ ସ୍ଥିତି ସୁଦୃଢ଼ ଥିବା ଜଣାପଡ଼ିଛି । ସେହିପରି କର୍ଣ୍ଣାଟକରେ ବିଜେପି କଂଗ୍ରେସକୁ ପଛରେ ପକାଇ ଦେଉଥିବା ଜଣାପଡ଼ିଛି । ତେଲେଙ୍ଗାନାରେ କଂଗ୍ରେସ ବିଧାନସଭା ନିର୍ବାଚନ ପ୍ରଦର୍ଶନର ପୁନରାବୃତ୍ତି କରୁଥିବା ଜଣାପଡ଼ିଛି। ତେଲେଙ୍ଗାନାରେ କଂଗ୍ରେସକୁ ୩୮ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି ବିଜେପିକୁ ୨୧ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଛି ।
କର୍ଣ୍ଣାଟକ, ମୋଟ ଆସନ- ୨୮
- ଦଳୀୟ ସ୍ଥିତି
- ବିଜେପି- ୨୨-୨୪
- କଂଗ୍ରେସ- ୪-୬
- ଅନ୍ୟ- ୦
ସି ଭୋଟର ସର୍ଭେରେ ବିଜେପି କର୍ଣ୍ଣାଟକରେ କଂଗ୍ରେସକୁ ପଛରେ ପକାଇଥିବା ଜଣାପଡ଼ିଛି । ଦଳ ୨୦୧୯ ପ୍ରଦର୍ଶନର ପୁନରାବୃତ୍ତି କରୁଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଦୁଇଟି ରାଜ୍ୟର ୪୫ଟି ଆସନ ଅନୁଯାୟୀ ବିଜେପିର ସ୍ଥିତି କଂଗ୍ରେସଠାରୁ ଭଲ ଥିବା ଦେଖାଯାଉଛି । ତେବେ ଗତଥର କଂଗ୍ରେସ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଥିବା ଜଣାପଡ଼ିଛି ।
ତେଲେଙ୍ଗାନା, ମୋଟ ଆସନ-୧୭
- ଦଳୀୟ ଆସନ
- ବିଜେପି-୧-୩
- କଂଗ୍ରେସ-୯-୧୧
- ବିଆରଏସ-୩-୫
- ଅନ୍ୟମାନେ- ୧-୨
ଓପିନିଅନ ପୋଲ ସର୍ଭେ ସମ୍ପର୍କରେ ଯୁବ କଂଗ୍ରେସ ନେତା ଶ୍ରୀନିବାସ ବିଭି କହିଛନ୍ତି ଯେ ତେଲେଙ୍ଗାନାରେ ବିଜେପିକୁ ଗୋଟିଏ ବି ଆସନ ମିଳିବ ନାହିଁ । କର୍ଣ୍ଣାଟକରେ କଂଗ୍ରେସ ୨୦ରୁ ଅଧିକ ଆସନ ଜିତିବ ବୋଲି ସେ କହିଛନ୍ତି । ସର୍ଭେ ଅନୁଯାୟୀ, ଏଥର କର୍ଣ୍ଣାଟକରେ କଂଗ୍ରେସର ଭୋଟ୍ ପ୍ରତିଶତ ବଢ଼ିବାରେ ଲାଗିଛି । ୨୦୧୯ର ୩୨ ପ୍ରତିଶତ ଆସନ ତୁଳନାରେ ଏଥର କଂଗ୍ରେସକୁ ପ୍ରାୟ ୪୩ ପ୍ରତିଶତ ଆସନ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି ବିଜେପିର ଭୋଟ୍ ପ୍ରତିଶତ ୨୦୧୯ରେ ୫୧.୭୫ ପ୍ରତିଶତ ଥିବାବେଳେ ଏହା ୩୬ ପ୍ରତିଶତକୁ ହ୍ରାସ ପାଇବ
ଛତିଶଗଡ଼ରେ ବିଜେପି
ଛତିଶଗଡ଼ରେ ବିଜେପି ବିଧାନସଭା ନିର୍ବାଚନର ପ୍ରଦର୍ଶନର ପୁନରାବୃତ୍ତି କରିପାରେ । ସର୍ଭେରେ ବିଜେପିକୁ ୧୧ଟି ଆସନରୁ ୯ରୁ ୧୧ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।
ଛତିଶଗଡ଼ରେ ବିଜେପିକୁ ୫୫% ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି କଂଗ୍ରେସର ୩୭ ପ୍ରତିଶତ ଭୋଟ୍ କଂଗ୍ରେସ ଖାତାକୁ ଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଅନ୍ୟମାନଙ୍କୁ ୮ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି ।
ଛତିଶଗଡ଼, ମୋଟ ଆସନ- ୧୧
- ଦଳୀୟ ଆସନ
- ବିଜେପି- ୯-୧୧
- କଂଗ୍ରେସ-୦-୨
- ଅନ୍ୟ- ୦
ରାଜସ୍ଥାନରେ ବିଜେପିର ଯାଦୁ
ରାଜସ୍ଥାନରେ ବିଜେପି ଲୋକସଭା ନିର୍ବାଚନରେ ଯାଦୁ କରିବ ବୋଲି ଆଶା କରାଯାଉଛି । ସି-ଭୋଟର ସର୍ଭେ ଅନୁଯାୟୀ, ଦଳ ଏଠାରେ ଲୋକସଭା ନିର୍ବାଚନରେ ବିଧାନସଭା ନିର୍ବାଚନର ପ୍ରଦର୍ଶନର ପୁନରାବୃତ୍ତି କରୁଥିବା ଜଣାପଡ଼ିଛି । ଏଠାରେ ଲୋକସଭାରେ ବିଜେପିକୁ ୫୭ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି କଂଗ୍ରେସକୁ ୩୪ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଦୁଇଦଳ ମଧ୍ୟରେ ଭୋଟ ପ୍ରତିଶତରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳୁଛି । ଯଦି ଏହି ସର୍ଭେ ଠିକ୍ ହୁଏ ତେବେ ରାଜସ୍ଥାନରେ ବିଜେପିର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୦୦ ହେବ ।
ରାଜସ୍ଥାନ, ମୋଟ ଆସନ- ୨୫
- ଦଳୀୟ ଆସନ
- ବିଜେପି- ୨୩-୨୫
- କଂଗ୍ରେସ-୦-୨
- ଅନ୍ୟ-୦
ମଧ୍ୟପ୍ରଦେଶରେ ପୁଣି ବିଜେପି
ମଧ୍ୟପ୍ରଦେଶରେ ପୁଣିଥରେ ଲୋକସଭା ନିର୍ବାଚନରେ ବିଜେପି ଚମକିବ ବୋଲି ଅନୁମାନ କରାଯାଉଛି । ସି-ଭୋଟର ସର୍ଭେରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରଦର୍ଶନର ପୁନରାବୃତ୍ତି ବିଜେପି କରୁଥିବା ଦେଖିବାକୁ ମିଳିଛି । ଏଠାରେ ବିଜେପିକୁ ୫୮ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି ଲୋକସଭା ନିର୍ବାଚନରେ କଂଗ୍ରେସକୁ ୩୬ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ।
ମଧ୍ୟପ୍ରଦେଶ, ମୋଟ ଆସନ-୨୯
- ଦଳୀୟ ଆସନ
- ବିଜେପି-୨୭-୨୯
- କଂଗ୍ରେସ-୦-୨
- ଅନ୍ୟ-୦