ପଶ୍ଚିମବଙ୍ଗରେ ବିଜେପିକୁ ହରାଇ ପାରିବେ କି ମମତା ବାନାର୍ଜୀ ?

Must read

ଆସିଲା ସର୍ଭେ ରିପୋର୍ଟ, ୨୦୨୪ ଲୋକସଭା ନିର୍ବାଚନ କିଏ କେତେ ଆସନ ଜିତିବ ?

ନୂଆଦିଲ୍ଲୀ: ଅର୍ଥ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ସାଂସଦ ବରଖାସ୍ତ ହୋଇଛନ୍ତି । ସେବେଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଆକ୍ରମଣାତ୍ମକ ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କ’ଣ ଚିତ୍ର ସାମ୍ନାକୁ ଆସିପାରେ ? ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ଏକ ସର୍ଭେ କରାଯାଇଛି । ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ଉପରେ ପୂର୍ବାନୁମାନ କରାଯାଇଛି । ଏବେ ନିର୍ବାଚନ ହେଲେ ପଶ୍ଚିମବଙ୍ଗରେ କେଉଁ ଦଳକୁ କେତେ ଆସନ ଓ କେତେ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲା । ଦଳ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଥିଲା ।

କିଏ ପାଇବ କେତେ ଆସନ ?

ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ତା’ର ସଦ୍ୟତମ ସର୍ଭେରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଲୋକସଭା ନିର୍ବାଚନରେ ୨୦ରୁ ୨୪ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି । ସର୍ଭେରେ ବିଜେପିକୁ ୧୭ରୁ ୧୯ ଓ ସିପିଆଇଏମକୁ ୧ରୁ ୨ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି କଂଗ୍ରେସକୁ ୧ରୁ ୨ଟି ଆସନ ମିଳିପାରେ । ଏଭଳି ପରିସ୍ଥିତିରେ ଏନଡିଏକୁ ମୋଟ ୧୭ରୁ ୧୯ ଟି ଆସନ ମିଳିବାର ସମ୍ଭାବନା ରହିଛି ଏବଂ ଇଣ୍ଡି ମେଣ୍ଟକୁ ୨୨ରୁ ୨୬ ଟି ଆସନ ମିଳିବାର ସମ୍ଭାବନା ରହିଛି ।

୨୦୧୯ରେ କିଏ କେତେ ପ୍ରତିଶତ ଭୋଟ ପାଇଥିଲା ?

୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ଏକ ଅପ୍ରତ୍ୟାଶିତ ସଫଳତା ମିଳିଥିଲା । ଦଳ ୨ଟି ଲୋକସଭା ଆସନରୁ ସିଧାସଳଖ ୧୮ଟିଆସନରେ ବିଜୟୀ ହୋଇଥିଲା । ଏହାର କ୍ଷତି ସହିଥିଲା ତୃଣମୂଳ କଂଗ୍ରେସ । ଟିଏମସି ୩୪ ଲୋକସଭା ଆସନରୁ ୨୨କୁ ଖସି ଆସିଛି । ଟାଇମ୍ସ ନାଓ ଇଟିଜି ରିସର୍ଚ୍ଚ ସର୍ଭେରେ ୨୦୧୯ ବେଳର ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି । ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୪୩.୩ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦.୭ ପ୍ରତିଶତ ଭୋଟ୍ ମିଳିଥିଲା । ଲୋକସଭା ନିର୍ବାଚନରେ କଂଗ୍ରେସକୁ ୫.୬୭ ପ୍ରତିଶତ ଓ ସିପିଆଇଏମକୁ ୬.୩୩ ପ୍ରତିଶତ ଭୋଟ୍ ମିଳିଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article