ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ ହେତୁ ସରକାର ଗୋଟିଏ ବର୍ଷରେ ୧.୪ ଲକ୍ଷ କୋଟି ହରାଇବେ

Must read

ଏକ୍ସାଇଜ୍ ଡ୍ୟୁଟିରେ ଏହା ସବୁଠୁ ବଡ଼ ହ୍ରାସ । ଗତ ବର୍ଷ ମେ ମାସରେ ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା, ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ଯଥାକ୍ରମେ ୧୩ ଏବଂ ୧୬ ଟଙ୍କା ବୃଦ୍ଧି କରିଥିଲେ ।

ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛନ୍ତି । ଏହା ସହିତ ଅନେକ ରାଜ୍ୟ ସରକାର ମଧ୍ୟ ଭ୍ୟାଟ୍ ହ୍ରାସ କରିଛନ୍ତି । ଭାଟ୍ ହ୍ରାସ ପରେ ପେଟ୍ରୋଲ ୬ରୁ ୧୨ଟଙ୍କା ଏବଂ ଡିଜେଲ ୧୧ ରୁ ୧୭ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଟିକସ ହ୍ରାସ ପରେ ସରକାର ବର୍ଷକୁ ପ୍ରାୟ ୧.୪ ଲକ୍ଷ କୋଟି କ୍ଷତି ସହିପାରନ୍ତି । ଏଥିସହ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ସରକାର ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।

ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପାଇବା ପରେ ସରକାରଙ୍କପାଇଁ ମାସିକ ରାଜସ୍ୱ ଆୟ ପ୍ରାୟ ୮୭୦୦କୋଟି ଟଙ୍କା ହ୍ରାସ ହୋଇପାରେ । ଯେତେବେଳେ କି ଗୋଟିଏ ବର୍ଷରେ ଏହି କ୍ଷତି ପ୍ରାୟ ୧ ଲକ୍ଷ କୋଟି ଅତିକ୍ରମ କରିପାରିବ । ଏଥି ସହିତ, ଚଳିତ ଆର୍ଥିକ ବର୍ଷରେ ମଧ୍ୟ ୪୫ ହଜାର କୋଟି ଟିକସ ସଂଗ୍ରହରେ ଅଭାବ ଦେଖାଦେଇପାରେ ।

ଉଲ୍ଲେଖନୀୟ କଥା ହେଉଛି, ଆଜି ପର୍ଯ୍ୟନ୍ତ ଏକ୍ସାଇଜ୍ ଡ୍ୟୁଟିରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ । ଗତ ବର୍ଷ ମେ ମାସରେ ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା, ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ଯଥାକ୍ରମେ ୧୩ ଏବଂ ୧୬ ଟଙ୍କା ବୃଦ୍ଧି କରିଥିଲେ । ବୃଦ୍ଧି ପରେ ପେଟ୍ରୋଲ ଉପରେ ଭ୍ୟାଟ୍ ୩୨.୯୮ ଟଙ୍କା ଏବଂ ଡିଜେଲରେ ଏହି ଭ୍ୟାଟ୍ ୩୧.୮୩ ଟଙ୍କା ଥିଲା । ତେବେ ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲରେ ୧୦ ଟଙ୍କା ହ୍ରାସ ପରେ ଭାଟ୍ ୨୭.୯ ଟଙ୍କା ଏବଂ ୨୧.୮ ଟଙ୍କାକୁ ହ୍ରାସ ପାଇଛି ।

ଉଲ୍ଲେଖନୀୟ କଥା ହେଉଛି, ଗୁଜୁରାଟ, କର୍ଣ୍ଣାଟକ, ଗୋଆ, ମଣିପୁର, ତ୍ରିପୁରାଦ୍ୱାରା କେନ୍ଦ୍ର ସରକାର ଭାଟ୍ ହ୍ରାସ କରିବା ପରେ ଉଭୟ ଇନ୍ଧନ ଉପରେ ସର୍ବାଧିକ ଭ୍ୟାଟ୍ ହ୍ରାସ କରାଯାଇଛି । ପେଟ୍ରୋଲ ଏବଂ ଡିଜେଲ ଉପରେ ଏହି ରାଜ୍ୟଗୁଡ଼ିକ ପ୍ରାୟ ୭-୭ ଟଙ୍କା ହ୍ରାସ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article