- ଟିଏମସିକୁ ପ୍ରଥମ ଥର ପାଇଁ ସମର୍ଥନ ମିଳିଛି
- କ’ଣ କାର୍ଯ୍ୟାନୁଷ୍ଠାନ ହେବ କହିଲେ ନୈତିକତା କମିଟି ଅଧ୍ୟକ୍ଷ
ନୂଆଦିଲ୍ଲୀ: ଲୋକସଭାର ନୈତିକ କମିଟିର ତୃତୀୟ ବୈଠକ ପୂର୍ବରୁ ଟିଏମସି ରାଷ୍ଟ୍ରୀୟ ସମ୍ପାଦକ ଅଭିଷେକ ବାନାର୍ଜୀ ପ୍ରଥମ ଥର ପାଇଁ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଖୋଲାଖୋଲି ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଭାବୁଛି ମହୁଆ ମୋଇତ୍ରା ନିଜ ଲଢ଼େଇ ଲଢ଼ିବାକୁ ସକ୍ଷମ ।’
ସଂସଦରେ ବିଜେପି ସାଂସଦ ରମେଶ ବିଧୁରୀ କିପରି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ତାହା ଆପଣ ଦେଖିଛନ୍ତି । ଆଦାନିଙ୍କ ବିରୋଧରେ ପ୍ରଶ୍ନ ପଚାରିଥିବା ସାଂସଦମାନଙ୍କୁ ସଂସଦରୁ ହଟାଇବାକୁ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପର୍ଯ୍ୟନ୍ତ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଖୋଲାଖୋଲି କିଛି କହିନାହାଁନ୍ତି ।
ଅର୍ଥ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗର ସମ୍ମୁଖୀନ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ନୈତିକତା କମିଟି ଆଜି (ନଭେମ୍ବର ୦୯) ଏହାର ଡ୍ରାଫ୍ଟ ରିପୋର୍ଟଚୂଡ଼ାନ୍ତ କରିବାକୁ ଯାଉଛି । ଏଥିସହ କମିଟି ଲୋକସଭା ସଚିବାଳୟକୁ ରିପୋର୍ଟ ପ୍ରଦାନ କରିବ ।
ଏହି ଡ୍ରାଫ୍ଟରେ ମୋଇତ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ କମିଟି ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିପାରେ । ସମ୍ଭବତଃ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇପାରେ ।
ନୈତିକତା କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି, ଟିଏମସି ସାଂସଦଙ୍କ ବିରୋଧରେ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଏବଂ ହିରାନନ୍ଦାନୀ ସତ୍ୟପାଠ ଦାଖଲ କରିଥିଲେ ।
ଲୋକସଭା ବାଚସ୍ପତିଙ୍କ ନିକଟକୁ ଡ୍ରାଫ୍ଟ ପଠାଯିବ: ନୈତିକତା କମିଟି ଅଧ୍ୟକ୍ଷ
ଗତ ଦୁଇଟି ବୈଠକରେ ଆମେ ଅଭିଯୋଗର ଯାଞ୍ଚ କରିଥିଲୁ ଏବଂ ମହୁଲ ମୋଇତ୍ରାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏସବୁ ପରେ ଆଜି ନୈତିକତା କମିଟି ବୈଠକ ବସିଛି, ଆମେ ସମସ୍ତ ପ୍ରସଙ୍ଗଉପରେ ଆଲୋଚନା କରି ଡ୍ରାଫ୍ଟ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବୁ । କମିଟି ସମସ୍ତ ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେଇ ଲୋକସଭା ବାଚସ୍ପତିଙ୍କ ନିକଟକୁ ପ୍ରସ୍ତାବ ପଠାଇବ ।
ମହୁଆ ମୋଇତ୍ରାଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?
ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଲାଞ୍ଚ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଲୋକସଭାରେ ପ୍ରଶ୍ନ ପଚାରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଲୋକସଭା ମେଲ ଆଇଡିର ଲଗଇନ୍ ହିରାନନ୍ଦାନୀଙ୍କୁ ଦେଇଥିଲେ ଏବଂ ସେ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରୁ ପ୍ରଶ୍ନ ଅପଲୋଡ଼ କରୁଥିଲେ ।
ଅନ୍ୟପକ୍ଷରେ ମହୁଆ ମଧ୍ୟ ସ୍ୱୀକାର କରିଛନ୍ତି ଯେ ହିରାନନ୍ଦାନୀ ତାଙ୍କ ଲଗଇନ୍ ବ୍ୟବହାର କରିଥିଲେ, କିନ୍ତୁ ଟିଏମସି ସାଂସଦ କହିଛନ୍ତି ଯେ ଲାଞ୍ଚ ପାଇବା ପାଇଁ କିମ୍ବା କୌଣସି ଉପହାର ପାଇବା ପାଇଁ ସେ ଏପରି କରିନଥିଲେ ।