ସଂସଦ ସ୍ୱତନ୍ତ୍ର ଅଧିବେଶନରେ ୟୁନିଫର୍ମ କୋଡ୍, ସିଙ୍ଗଲ୍ ପୋଲ୍, ମହିଳା ସଂରକ୍ଷଣ: ସୂତ୍ର

Must read

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଡକାଯାଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ୟୁନିଫର୍ମ ସିଭିଲ କୋଡ୍ ଏବଂ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ୍ ଆଗତ କରିପାରନ୍ତି ।

ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ମୋଦି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏଥିରେ ୫ଟି ବୈଠକ ଅନୁଷ୍ଠିତ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ (ସପ୍ତଦଶ ଲୋକସଭାର ୧୩ତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ତମ ଅଧିବେଶନ) ଡକାଯାଇଛି । ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ବିଷୟରେ ଆନୁଷ୍ଠାନିକଭାବେ କିଛି କୁହାଯାଇନାହିଁ । ତେବେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜାତୀୟ ରାଜଧାନୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀର କିଛି ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳ ମଧ୍ୟରେ ହେବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ସେ ଆଶା ରଖିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ବିବେଚନା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଅଧିବେଶନରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବ । ଏହି କାରଣରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

ତେବେ ଏହି ଘୋଷଣା ପରେ ଏହାକୁ ନେଇ ଅନେକ ପ୍ରକାର କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି । ନିକଟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ମଣିପୁର ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା ।

ଏହି ଅଧିବେଶନ ଶେଷ ହେବାର ଅଧିକ ଦିନ ବିତିନାହିଁ ଏବଂ ଏହାପରେ ଶୀତ ଅଧିବେଶନ ହେବ । ଏଭଳି ପରିସ୍ଥିତିରେ ସରକାର କାହିଁକି ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଲେ ? ଏହି ଅଧିବେଶନ ଡକାଯିବାର ସମୟକୁ ନେଇ ମଧ୍ୟ ଆଲୋଚନା ଚାଲିଛି । ଅନ୍ୟପକ୍ଷରେ ବିରୋଧୀ ମେଣ୍ଟ ଆଇଏନଡିଆଇଏର ବୈଠକ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି । ନିର୍ବାଚନରେ ମୋଦିଙ୍କୁ ଘେରିବା ପାଇଁ ବିରୋଧୀ ଦଳମାନେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article