ଜି-୨୦ ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ? ମନ୍ତ୍ରୀମାନଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲେ ପ୍ରଧାନମନ୍ତ୍ରୀ ମୋଦି

Must read

ନୂଆଦିଲ୍ଲୀ: ଜି-୨୦କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି । ଜି-୨୦ ସମୟରେ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ମନ୍ତ୍ରୀମାନେ ଡ୍ୟୁଟିରେ ଅଛନ୍ତି ସେମାନେ ସମୟର ବିଶେଷ ଯତ୍ନ ନେବା ଉଚିତ । ଭିଭିଆଇପି ସଂସ୍କୃତିଠାରୁ ଦୂରେଇ ରହିବାକୁ ମୋଦି ମନ୍ତ୍ରୀମାନଙ୍କୁ କହିଛନ୍ତି । ଯଦି କୌଣସି ମନ୍ତ୍ରୀ ଅନ୍ୟ ଦେଶର ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚନ୍ତି, ତେବେ ସେ ସମ୍ପୂର୍ଣ୍ଣ ସୂଚନା ନେଇ ପହଞ୍ଚନ୍ତୁ । ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ଠିକ୍ ସମୟରେ ନିଜ କର୍ତ୍ତବ୍ୟରେ ପହଞ୍ଚିବାକୁ କହିଥିଲେ । ଯାତ୍ରା ପାଇଁ ଶଟଲ୍ ବ୍ୟବହାର କରନ୍ତୁ । ଭାରତର ପ୍ରତିନିଧି ଭାବରେ ଆପଣ ରହିବେ ଏବଂ ଏଥିପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝିବାକୁ ପଡ଼ିବ । ଏହି ବୈଠକରେ ବୈଦେଶିକ ସଚିବ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଜି-୨୦ ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା । ବୈଦେଶିକ ସଚିବ ବିନୟ କ୍ୱାତ୍ରା ଓ ଅନ୍ୟ ଅଧିକାରୀମାନେ ଜି-୨୦ ଶିଖର ସମ୍ମିଳନୀ ସମ୍ପର୍କରେ ମନ୍ତ୍ରିପରିଷଦକୁ ଅବଗତ କରାଇଥିଲେ ।

ସେପ୍ଟେମ୍ବର ୯-୧୦ରେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ସରକାର ଜି-୨୦ ଇଣ୍ଡିଆ ଆପ୍ ଲଞ୍ଚ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମସ୍ତ ମନ୍ତ୍ରୀଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଆପ୍ ଜରିଆରେ ମନ୍ତ୍ରୀମାନେ ବିଦେଶୀ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିପାରିବେ ।

ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏବଂ ଅନ୍ୟ ଅଧିକାରୀମାନେ ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦକୁ ଏଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ବିଷୟରେ ଅବଗତ କରାଇଥିଲେ । କେନ୍ଦ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଅନୌପଚାରିକ ଆଲୋଚନାରେ ଏହି ସମ୍ମିଳନୀ ଭାରତ ଏବଂ ଏହାର ବିଶ୍ୱସ୍ତରୀୟ ଭାବମୂର୍ତ୍ତି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମନ୍ତ୍ରୀମାନଙ୍କୁ ଜଣାଇଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article