ଶଙ୍କରାଚାର୍ଯ୍ୟ ରାମଲଲାଙ୍କ ପୂଜାକୁ ଯିବାକୁ ମନା କଲେ ?
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସେପଟେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏଭଳି କଥା କହିଛନ୍ତି ଯେ ହଇଚଇ ସୃଷ୍ଟି ହୋଇଛି । ଜଗନ୍ନାଥପୁରୀ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ତାଙ୍କ ପଦର ଏକ ସୀମା ରହିଛି । ଯଦି ମୋଦୀଜୀ ଏହାକୁ ଲୋକାର୍ପଣ କରି ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତି, ତେବେ ମୁଁ ସେଠାରେ ତାଳି ବଜାଇ ଉତ୍ସାହିତ କରିବି କି ? ମୁଁ ମୋ ପଦର ମର୍ଯ୍ୟାଦା ବିଷୟରେ ଚିନ୍ତା କରୁଛି, ତେଣୁ ମୁଁ ସେଠାକୁ ଯିବି ନାହିଁ ।
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ସହ ଆସିବାକୁ ଚାହୁଁଛନ୍ତି, ତେବେ ସେ ଆସିପାରିବେ ବୋଲି ମୋ ପାଖରେ ସୂଚନା ଅଛି, କିନ୍ତୁ ଯଦି ସେ ୧୦୦ ଜଣଙ୍କ ସହିତ ଆସିବାକୁ ଚିଠି ଲେଖିଥାନ୍ତେ, ତେବେ ମୁଁ ଯାଇନଥାନ୍ତି ବୋଲି ସେ କହିଛନ୍ତି । ମୁଁ ଜଣେ ନୀତିନିଷ୍ଠ ବ୍ୟକ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ମୋଦୀ ଜୀ ଲୋକାର୍ପଣ କରିବେ, ଯଦି ସେ ମୂର୍ତ୍ତିକୁ ସ୍ପର୍ଶ କରିବେ, ତେବେ ମୁଁ ସେଠାରେ ତାଳି ବଜାଇ ଜୟ ଜୟକାର କରିବି କି ଏବଂ ଏହାକୁ ପ୍ରଶଂସା କରିବି କି ? ଶଙ୍କରାଚାର୍ଯ୍ୟ କହିଲେ ଯେ ମୋତେ ସର୍ବୋଚ୍ଚ ପଦ ମିଳିଛି, କିନ୍ତୁ ଧର୍ମ କ’ଣ ସେ ବିଷୟରେ ଆପଣ ଟିକେ ଚିନ୍ତା କରନ୍ତୁ ।
ମୋଦିଜୀ ମଧ୍ୟ ଯୋଗୀ ହୋଇଯାଇଛନ୍ତି । ସେ ଯୋଗାସନ ଶିକ୍ଷା ଦିଅନ୍ତି । ସେ ଧାର୍ମିକ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି। ଶଙ୍କରାଚାର୍ଯ୍ୟ ସେଠାକୁ ଗଲେ ତାଳି ମାରିବେ କି ? ମୋଦି ଜୀ ମୁଣ୍ଡ ନୁଆଁଇବେ । ଏପରିକି ସେ ସାଧୁସନ୍ଥମାନଙ୍କୁ ମଧ୍ୟ ଦେଖନ୍ତି ନାହିଁ । ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ମୁଁ ମୋ ପଦର ମର୍ଯ୍ୟାଦାକୁ ନେଇ ଗର୍ବିତ ନୁହେଁ । ମୁଁ ମୋ ପଦର ମର୍ଯ୍ୟାଦା ବିଷୟରେ ସଚେତନ, ତେଣୁ ମୁଁ ଅଯୋଧ୍ୟା ଯିବି ନାହିଁ । ତେବେ ସେ ଅଯୋଧ୍ୟା ସହ ତାଙ୍କ ସମ୍ପର୍କକୁ ଅତୁଟ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଅଯୋଧ୍ୟାରେ ମୋର କୌଣସି ଆପତ୍ତି ନାହିଁ । ରାମଜୀ ମୋ ହୃଦୟରେ ଅଛନ୍ତି । ଅଯୋଧ୍ୟା ସହ ମୋର ସମ୍ପର୍କ ଭାଙ୍ଗିବ ନାହିଁ । ଏହି ଅବସରରେ ଯିବା ମୋ ପାଇଁ ଠିକ୍ ନୁହେଁ ।