ଆଞ୍ଚଳିକ ଦଳକୁ ୫୧% ନିର୍ବାଚନୀ ବଣ୍ଡ୍‌

Must read

ବିଜେଡି ସବୁଠାରୁ ଅଧିକ  ୧୮୬.୧୩ କୋଟି ଖର୍ଚ୍ଚ କରିଛି

ନୂଆଦିଲ୍ଲୀ : ଭାରତର ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କ ଆୟର ଅର୍ଦ୍ଧାଧିକ ନିର୍ବାଚନୀ ବଣ୍ଡ୍‌ ଦ୍ବାରା ପାଣ୍ଠି ଆକାରରେ ପାଇଛନ୍ତି। ଏଡିଆର୍‌ (ଆସୋସିଏସନ ଫର୍‌ ଡିମୋକ୍ରାଟିକ୍ ରିଫର୍ମ‌୍‌ସ) ନୂଆ ରିପୋର୍ଟରୁ ଏହା ଜଣାପଡ଼ିଛି। ୪୨ଟି ଆଞ୍ଚଳିକ ଦଳରୁ ୧୪ ଟି ଦଳ ନିର୍ବାଚନୀ ବଣ୍ଡ୍‌ ଦ୍ବାରା ୪୪୭.୪୯୮ କୋଟି ସଂଗ୍ରହ କରିଛନ୍ତି। ଏହା ସେମାନଙ୍କ ରୋଜଗାରର ୫୦.୯୭ ପ୍ରତିଶତ।

ଏହି ୧୪ଟି ଦଳ ହେଉଛି ଟିଆରଏସ୍‌, ଟିଡିପି, ୱାଇଏସ୍‌ଆର-ସି, ଡିଏମ୍‌କେ , ଶିବସେନା , ଆପ, ଜେଡିୟୁ , ସପା, ଜେଡିଏସ୍‌, ଶିରୋମଣୀ ଅକାଳୀ ଦଳ, ଏଆଇଏଡିଏମ୍‌କେ, ଆର୍‌ଜେଡି, ଜେଏମ୍‌ଏମ୍‌। ତେବେ ୨୦୧୯-୨୦ ବର୍ଷ‌ରେ ୪୨ ଆଞ୍ଚଳିକ ଦଳର ମୋଟ୍‌ ରୋଜଗାର ୮୭୭.୯୫୭ କୋଟି। ୭ ରାଜନୈତିକ ଦଳର ମୋଟ୍‌ ରୋଜଗାରର ୬୨ ପ୍ରତିଶତ ନିର୍ବାଚନୀ ବଣ୍ଡ ଦ୍ବାରା ଆସିଛି। ଟିଆରଏସ୍‌, ଶିବସେନା, ୱାଇଏସ୍‌ଆରସି, ଟିଡିପି ଏବଂ ବିଜେଡିର ରୋଜଗାର ଅଧିକ ରହିଛି।

୧୩୦.୪୬ କୋଟି ସହ ଟିଆରଏସ୍‌ର ରୋଜଗାର ସବୁଠୁ ଅଧିକ।

୧୩୦.୪୬ କୋଟି ସହ ଟିଆରଏସ୍‌ର ରୋଜଗାର ସବୁଠୁ ଅଧିକ। ଟିଆର୍‌ଏସ ଏହାର ମୋଟ୍‌ ରୋଜଗାରର ୬୮.୩୪ ପ୍ରତିଶତ ତଥା ପ୍ରାୟ ୮୯.୧୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍‌ ଦ୍ବାରା ସଂଗ୍ରହ କରିଛି। ଟିଆରଏସ୍‌ ପରେ ଟିଡିପି ନିର୍ବାଚନୀ ବଣ୍ଡ୍‌ ଦ୍ବାରା ୮୧.୬୦ କୋଟି ସଂଗ୍ରହ କରିଥିବା ଘୋଷଣା କରିଛି। ସେହିପରି ୱାଇଏସ୍‌ଆର-ସି ନିର୍ବାଚନୀ ବଣ୍ଡ୍‌ ଦ୍ବାରା ୭୪.୩୫ କୋଟି ଟଙ୍କା ସଂଗ୍ରହ କରିଛି। ଏହାର ୱାଇଏସ୍‌-ଆରସି ଦଳର ମୋଟ୍‌ ରୋଜଗାରର ୮୦.୧୭୧ ପ୍ରତିଶତ।

ଏହି ଆଞ୍ଚଳିକ ଦଳ ଗୁଡ଼ିକ ୨୦୧୯-୨୦ ବର୍ଷରେ ମୋଟ୍‌ ୭୨୪.୫୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଜେଡି ସବୁଠାରୁ ଅଧିକ ତଥା ୧୮୬.୧୩ କୋଟି ଖର୍ଚ୍ଚ କରିଥିବାବେଳେ ଟିଡିପି ଏବଂ ଶିବସେନା ଯଥାକ୍ରମେ ୧୦୮.୮୪ ଏବଂ ୯୮.୩୭୯ କୋଟି ଖର୍ଚ୍ଚ କରିଛନ୍ତି। ତେବେ ୧୨ଟି ଆଞ୍ଚଳିକ ଦଳ ସେମାନଙ୍କ ମୋଟ୍‌ ରୋଜଗାରର ୬୫ ପ୍ରତିଶତ କେବଳ ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ କରିଛନ୍ତି। ବିଜେଡି ୧୭୮.୬୮ କୋଟି ଖର୍ଚ୍ଚ କରିଛି। ୨୦୧୯-୨୦ ବର୍ଷରେ ବିଜେଡିର ରୋଜଗାର ୯୦.୩୫ କୋଟି ଥିବାବେଳେ ଏହା ରୋଜଗାରଠାରୁ ଢେର ଅଧିକ ଖର୍ଚ୍ଚ କରିଛି। ବିଜେଡି ପରେ ଶିବସେନା ଏବଂ ଟିଡିପି ନିର୍ବାଚନ ପ୍ରଚାର ପାଇଁ ଯଥାକ୍ରମେ ୭୭.୫୯ ଏବଂ ୭୨.୨୮ କୋଟି ଖର୍ଚ୍ଚ କରିଛନ୍ତି।

More articles

LEAVE A REPLY

Please enter your comment!
Please enter your name here

Latest article