ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ସୋନିଆ-ଖଡଗେ

Must read

ରାଜନୈତିକ ଫାଇଦା ପାଇଁ ବିଜେପି ଓ ଆରଏସଏସ ଏହି କାର୍ଯ୍ୟକ୍ରମ କରିଛନ୍ତି

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛି କଂଗ୍ରେସ । ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ରାଜନୈତିକ ଫାଇଦା ପାଇଁ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କଂଗ୍ରେସ କହିଛି ।

କଂଗ୍ରେସ ସୋସିଆଲ ମିଡ଼ିଆରେ ଏକ ଚିଠି ସେୟାର କରିଛି, ଯେଉଁଥିରେ ରାମ ମନ୍ଦିର ଉଦ୍‍ଘାଟନକୁ ନ ଯିବାର କାରଣ ଦର୍ଶାଯାଇଛି । ଏଥିରେ କଂଗ୍ରେସ ଲେଖିଛି ଯେ ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ, କିନ୍ତୁ ବିଜେପି/ଆରଏସଏସ ମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି ।

ବିଜେପି ନେତା ନଳିନ କୋହଲି କହିଛନ୍ତି ଯେ ଗତ କିଛିଦଶନ୍ଧି ମଧ୍ୟରେ କଂଗ୍ରେସ ରାମ ମନ୍ଦିର ପାଇଁ କୌଣସି ପଦକ୍ଷେପ ନେଇନାହିଁ । ସେ ଭଗବାନ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ ଏବଂ ସୁପ୍ରିମକୋର୍ଟରେ ଶୁଣାଣି ବିଳମ୍ବ କରିଥିଲେ । ତେଣୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାନରେ ଭାଗ ନେବ ନାହିଁ ବୋଲି କଂଗ୍ରେସ ଦଳର ଆନୁଷ୍ଠାନିକ ବୟାନରେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ ।

କଂଗ୍ରେସର ସମ୍ପୂର୍ଣ୍ଣ ବୟାନ

ଗତ ମାସରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ରାମ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଭଗବାନ ରାମଙ୍କୁ ଆମ ଦେଶର କୋଟି କୋଟି ଲୋକ ସମ୍ମାନ କରନ୍ତି । ଧର୍ମ ଏକ ବ୍ୟକ୍ତିଗତ ବିଷୟ । କିନ୍ତୁ ବିଜେପି/ଆରଏସଏସ ଅଯୋଧ୍ୟା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛନ୍ତି । ନିର୍ବାଚନରେ ଫାଇଦା ଉଠାଇବା ପାଇଁ ଏହି ଅସମ୍ପୂର୍ଣ୍ଣ ମନ୍ଦିରକୁ ବିଜେପି ଓ ଆରଏସଏସ ନେତାମାନେ ଉଦ୍‍ଘାଟନ କରୁଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ୨୦୧୯ ରାୟ ପରେ ଏବଂ ସେହି କୋଟି କୋଟି ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ଏହି ବିଜେପି/ଆରଏସଏସ କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୫ ଲକ୍ଷ ଲୋକ ଯୋଗଦେବେ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୪ ହଜାର ସାଧୁ ସନ୍ଥ ଓ ପ୍ରାୟ ୨୨୦୦ ଅତିଥିଙ୍କ ସମେତ ୬ ହଜାର ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏହି ସମୟରେ ୬ଟି ଦର୍ଶନର ଶଙ୍କରାଚାର୍ଯ୍ୟ ଏବଂ ପ୍ରାୟ ୧୫୦ ଜଣ ସାଧୁସନ୍ଥ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୫ ଲକ୍ଷ ଲୋକ ଯୋଗ ଦେଇପାରିବେ ।

ଏହି ସମାରୋହ ୭ଦିନ ଧରି ଚାଲିବ

  • ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ । ମନ୍ଦିର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜାନୁଆରି ୧୬ତାରିଖରୁ ଏହି ପୂଜା ଉତ୍ସବ ଆରମ୍ଭ ହୋଇ ୭ ଦିନ ଧରି ଚାଲିବ ।
  • ଜାନୁଆରୀ ୧୬: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରଦ୍ୱାରା ନିଯୁକ୍ତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାୟଶ୍ଚିତ ସମାରୋହ ଆରମ୍ଭ ହେବ । ସରଯୁ ନଦୀ କୂଳରେ ଦଶବିଧା ସ୍ନାନ, ବିଷ୍ଣୁ ପୂଜା ଓ ଗାଈଙ୍କୁ ପ୍ରସାଦ ଅର୍ପଣ କରାଯିବ ।
  • ଜାନୁଆରୀ ୧୭: ୫ ବର୍ଷ ପୁରୁଣା ରାମଲଲାଙ୍କ ପ୍ରତିମୂର୍ତ୍ତି ନେଇ ଏକ ଗାଡ଼ି ଅଯୋଧ୍ୟାରେ ପହଞ୍ଚିବ । ମଙ୍ଗଳ କଳସରେ ସରଯୁ ନଦୀର ଜଳ ନେଇ ଭକ୍ତମାନେ ରାମ ଜନ୍ମଭୂମି ମନ୍ଦିରକୁ ଆସିବେ ।
  • ଜାନୁଆରୀ ୧୮: ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁପୂଜା ସହିତ ଆନୁଷ୍ଠାନିକ ରୀତିନୀତି ଆରମ୍ଭ ହେବ ।
  • ଜାନୁଆରୀ ୧୯: ପବିତ୍ର ଅଗ୍ନି ପ୍ରଜ୍ୱଳନ କରାଯିବ । ଏହାପରେ ନବଗ୍ରହ ଓ ଅଗ୍ନିଙ୍କୁ ପ୍ରତିଷ୍ଠା କରାଯିବ ।
  • ଜାନୁଆରୀ ୨୦: ରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହକୁ ସରଯୁ ଜଳରେ ଧୋଇ ଦିଆଯିବ, ଏହାପରେ ବାସ୍ତୁ ଶାନ୍ତି ଏବଂ ‘ଅଧିବାସ’ ରୀତିନୀତି ଅନୁଷ୍ଠିତ ହେବ ।
  • ଜାନୁଆରୀ ୨୧: ରାମଲାଲାଙ୍କ ମୂର୍ତ୍ତିକୁ ୧୨୫ଟି କଳସରୁ ଜଳରେ ସ୍ନାନ କରାଯିବ ।
  • ଜାନୁଆରୀ ୨୨: ସକାଳ ପୂଜା ପରେ ଅପରାହ୍ନରେ ରାମଲଲାଙ୍କ ମୂର୍ତ୍ତିକୁ ‘ମୃଗଶିରା ନକ୍ଷତ୍ର’ରେ ଅଭିଷେକ କରାଯିବ ।

More articles

LEAVE A REPLY

Please enter your comment!
Please enter your name here

Latest article