ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

Must read

ନୂଆଦିଲ୍ଲୀ: ଗୁଜରାଟର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତୀୟ ସମାଜରେ ବିବାହ ଅନୁଷ୍ଠାନରେ ଗର୍ଭଧାରଣ ଏକ ଦମ୍ପତି ଏବଂ ସମାଜ ପାଇଁ ଖୁସିର ଉତ୍ସ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ତେବେ ଯେତେବେଳେ ଜଣେ ମହିଳା ତାଙ୍କ ଇଚ୍ଛା ବିନା ଗର୍ଭବତୀ ହୁଅନ୍ତି ତେବେ ଏହା ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟକୁ ବିଚାରକୁ ନେଇ ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟ ଗର୍ଭପାତ ଆବେଦନକୁ ଖାରଜ କରିବା ଠିକ ନୁହେଁ ।

ଗୁଜରାଟ ହାଇକୋର୍ଟଙ୍କ ରାୟକୁ ବିରୋଧ କଲେ ସୁପ୍ରିମକୋର୍ଟ

ଏହା ପୂର୍ବରୁ ଅଗଷ୍ଟ ୧୯ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିବା ସହ ମେଡ଼ିକାଲ ବୋର୍ଡଠାରୁ ନୂଆ ରିପୋର୍ଟ ମାଗିଥିଲେ । କୋର୍ଟ କହିଥିଲେ ଯେ ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି ରେ ବହୁତ ସମୟ ବିତାଇଛନ୍ତି ।

ଗୁଜରାଟ ହାଇକୋର୍ଟ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇଥିଲେ

ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବୟସ ୨୫ ବର୍ଷ ହୋଇଥିବାରୁ ସେ ସୁପ୍ରିମକୋର୍ଟରେ ଗର୍ଭପାତ ପାଇଁ ଆବେଦନ କରିଥିଲେ । ଗୁଜୁରାଟ ହାଇକୋର୍ଟ ସରକାରୀ ନୀତି ଏବଂ ଡାକ୍ତରୀ ବିପଦ କାରଣ ଦର୍ଶାଇ ପୀଡ଼ିତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଗୁଜରାଟ ହାଇକୋର୍ଟଙ୍କ ଏହି ଆଦେଶକୁ ପୀଡ଼ିତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା ।

ଗୁଜରାଟ ହାଇକୋର୍ଟଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଶନିବାର ଗୁଜରାଟ ହାଇକୋର୍ଟ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିରୋଧ କରିଥିଲେ । ଗୁଜରାଟ ହାଇକୋର୍ଟ କ’ଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗୁଜରାଟ ହାଇକୋର୍ଟରେ କ’ଣ ଘଟୁଛି ? ହାଇକୋର୍ଟଙ୍କ ଆଦେଶ ବିରୋଧରେ ଭାରତର କୌଣସି ଅଦାଲତ ଆଦେଶ ଦେଇପାରିବେ ନାହିଁ । ଏହା ସମ୍ବିଧାନ ବିରୋଧୀ ।

ଶନିବାର ହାଇକୋର୍ଟ କାହିଁକି ଏହି ରାୟ ଦେଇଛନ୍ତି ତାହା ତୁଷାର ମେହେଟ୍ଟା ସ୍ପଷ୍ଟ କରିଛନ୍ତି

ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କ୍ଲରିକାଲ ତ୍ରୁଟିକୁ ସୁଧାରିବା ପାଇଁ ଶନିବାର ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଆଦେଶରେ କ୍ଲରିକାଲ ତ୍ରୁଟି ଥିଲା ଏବଂ ଶନିବାର ଏହାକୁ ସଂଶୋଧନ କରାଯାଇଥିଲା । ଏହା ଏକ ଭୁଲ ବୁଝାମଣା ଥିଲା । ରାଜ୍ୟ ସରକାର ହିସାବରେ ଆମେ ବିଚାରପତିଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବୁ ।

More articles

LEAVE A REPLY

Please enter your comment!
Please enter your name here

Latest article