ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିବା ଏବଂ ସମଲିଙ୍ଗୀ ବିବାହକୁ ବୈଧତା ଦେବାକୁ ମନା କରିବା ସମେତ ୨୦୨୩ରେ ସୁପ୍ରିମକୋର୍ଟ ୫୨,୧୯୧ଟି ମାମଲାର ସମାଧାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ଷକ ମଧ୍ୟରେ ଏହାର ରେଜିଷ୍ଟ୍ରିରେ ଦାଖଲ ହୋଇଥିବା ୪୯,୧୯୧ ଟି ମାମଲାରୁ ଫଇସଲା ମାମଲା ସଂଖ୍ୟା ୩,୦୦୦ରୁ ଅଧିକ ହୋଇଛି ।
ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୪୯,୧୯୧ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ମୋଟ ୫୨,୧୯୧ଟି ମାମଲାର ସମାଧାନ କରିଥିଲେ । ଗତବର୍ଷ ସୁପ୍ରିମକୋର୍ଟରେ ୩୬,୫୬୫ଟି ମାମଲା ରୁଜୁ ହୋଇଥିବାବେଳେ ୩୯,୮୦୦ଟି ମାମଲାର ସମାଧାନ ହୋଇଥିଲା । ତେବେ ମାମଲାର ସମାଧାନ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ବିଚାରାଧୀନ ମାମଲା ଏବେବି ପ୍ରଧାନ ବିଚାରପତି ଓ କୋର୍ଟ ରେଜିଷ୍ଟ୍ରି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ବର୍ଷ ବର୍ଷ ଧରି ସୁପ୍ରିମକୋର୍ଟରେ ପ୍ରାୟ ୮୦ ହଜାର ମାମଲା ବିଚାରାଧୀନ ରହିଛି ।
ଅନ୍ୟ ଏକ ସଫଳତାସ୍ୱରୂପ ୨୦୨୩ ଜାନୁଆରୀ ପହିଲାରୁ ୨୦୨୩ ଡିସେମ୍ବର ୧୫ ମଧ୍ୟରେ ୫୨,୧୯୧ଟି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସେଥିମଧ୍ୟରୁ ୪୫,୬୪୨ଟି ବିବିଧ ମାମଲା ଏବଂ ପ୍ରାୟ ୬,୫୪୯ଟି ନିୟମିତ ମାମଲା ରହିଛି ।
୨୦୨୩ ମସିହାରେ ମୋଟ ୪୯,୧୯୧ଟି ମାମଲା ରୁଜୁ ହୋଇଥିବାବେଳେ ୫୨,୧୯୧ଟି ମାମଲାର ଫଇସଲା ହୋଇଛି । ଏହା ଦର୍ଶାଉଛି ଯେ ୨୦୨୩ ତୁଳନାରେ ଚଳିତ ବର୍ଷ ସୁପ୍ରିମକୋର୍ଟ ଅଧିକ ମାମଲାର ସମାଧାନ କରିଛନ୍ତି ।
୨୦୧୭ରେ ଆଇସିଏମ୍ଆଇଏସ୍ (ଇଣ୍ଟିଗ୍ରେଟେଡ୍ କେସ୍ ମ୍ୟାନେଜମେଣ୍ଟ ଇନଫର୍ମେସନ୍ ସିଷ୍ଟମ୍) କାର୍ଯ୍ୟକାରୀ ହେବା ପରଠାରୁ ୨୦୨୩ରେ ସର୍ବାଧିକ ମାମଲାର ଫଇସଲା ହୋଇଛି ।
ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମାମଲା ଦାଏର ଏବଂ ତାଲିକାଭୁକ୍ତ କରିବା ପାଇଁ ଆବଶ୍ୟକ ସମୟ ସୀମାକୁ ସଂଶୋଧନ କରିଛନ୍ତି ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମାମଲା ତାଲିକାଭୁକ୍ତ କରିବା ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ମାମଲାର ଯାଞ୍ଚ ପରେ ତାଲିକା ଓ ଫାଇଲିଂ ସମୟ ୧୦ ଦିନରୁ ୭ଦିନ ପୁଣି ୫ ଦିନକୁ ହ୍ରାସ କରାଯାଇଛି ।
ଏହାବ୍ୟତୀତ ବହୁସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆଇନଗତ ବିବାଦର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି । ନିର୍ଦ୍ଦିଷ୍ଟ ବର୍ଗର ମାମଲାର ସମାଧାନ ପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇ ଅଧିକ ସ୍ୱତନ୍ତ୍ର ଓ ଦକ୍ଷ ନ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଏହାବ୍ୟତୀତ ବହୁ ସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆଇନଗତ ବିବାଦର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି । ନିର୍ଦ୍ଦିଷ୍ଟ ବର୍ଗର ମାମଲାର ସମାଧାନ ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇ ଅଧିକ ସ୍ୱତନ୍ତ୍ର ଓ ଦକ୍ଷ ନ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।