ଜମିଦାରୀ ମାନସିକତା ଯୋଗୁଁ କଂଗ୍ରେସ ହାରିଲା

Must read

  • ୪ଟି ରାଜ୍ୟରେ ପରାଜୟ ଇଣ୍ଡି ମେଣ୍ଟକୁ ପ୍ରଭାବିତ କରିବ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତା’ର ମୁଖପତ୍ର ‘ଜାଗୋ ବଙ୍ଗଳା’ରେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଏନଏନଡିଆଇଏ)ର ସହଯୋଗୀ କଂଗ୍ରେସକୁ ଟାର୍ଗେଟ୍ କରିଛି । ୪ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ସମ୍ପର୍କରେ ମୁଖପତ୍ରର ସମ୍ପାଦକୀୟରେ ଲେଖାଯାଇଛି ଯେ, କଂଗ୍ରେସ ଜମିଦାର ମାନସିକତା ନେଇ ବିଜେପି ବିରୋଧରେ ଲଢ଼େଇ କରୁଛି, ତେଣୁ ହାରିଯାଇଛି ।

ମମତା ଦିଦି କଂଗ୍ରେସକୁ ପରାମର୍ଶ ଦେଇଥିଲେ, କିନ୍ତୁ କଂଗ୍ରେସ ରାଜି ହୋଇନଥିଲା : କୁନାଲ ଘୋଷ

ସେପଟେ ଟିଏମସି ନେତା କୁନାଲ ଘୋଷ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ କଂଗ୍ରେସ ଉପରେ ବିଷୋଦ୍‍ଗାର କରିଛନ୍ତି । ଏହା ବିଜେପିର ବିଜୟ ନୁହେଁ ବରଂ କଂଗ୍ରେସର ପରାଜୟ ବୋଲି ସେ କହିଛନ୍ତି । ଜମିଦାରୀ ମାନସିକତା ନେଇ ନିର୍ବାଚନ ଲଢ଼ୁଥିଲା କଂଗ୍ରେସ । ଇଣ୍ଡି ମେଣ୍ଟକୁ ଆଗେଇ ନେବା ପାଇଁ ମମତା ଦିଦି କଂଗ୍ରେସକୁ କିଛି ପରାମର୍ଶ ଦେଇଥିଲେ, ଯାହାକୁ ସେମାନେ ଗ୍ରହଣ କରିନଥିଲେ ।

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମରେ ପରାଜୟର କାରଣ ଉପରେ କଂଗ୍ରେସ ଚିନ୍ତା କରିବା ଉଚିତ ବୋଲି ଟିଏମସି ମୁଖପତ୍ରରେ କୁହାଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଯେଉଁ ତ୍ରୁଟି ଦେଖିବାକୁ ମିଳୁଛି ତାହାକୁ ସୁଧାରିବାକୁ ପଡ଼ିବ ।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ତ୍ରୁଟି ଦୂର କରିବା ଦରକାର

ଘୋଷ କହିଛନ୍ତି ଯେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲା, ଖରାପଭାବେ ହାରିଯାଇଛି । କିନ୍ତୁ ଏବେ ବି ସମୟ ଅଛି, ସେମାନେ ନିଜର ତ୍ରୁଟିକୁ ଦୂର କରି ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟକୁ ସୁଦୃଢ଼ କରନ୍ତୁ । ଯଦି ଏହା ନ ହୁଏ, ତେବେ ଏହା ମେଣ୍ଟକୁ କ୍ଷତି ପହଞ୍ଚାଇବ ।

ଡିସେମ୍ବର ୬ରେ ଭାରତ ମେଣ୍ଟ ବୈଠକରେ ଯୋଗ ଦେବେନି ମମତା ବାନାର୍ଜୀ

ଡିସେମ୍ବର ୬ତାରିଖରେ ଇଣ୍ଡି ମେଣ୍ଟ ବୈଠକ ବସିବ । ଏ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ମିଳିନଥିବାରୁ ସେ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ କରିଥିଲେ ବୋଲି ମମତା କହିଛନ୍ତି । ତେଣୁ ସେ ଇଣ୍ଡି ମେଣ୍ଟ ବୈଠକକୁ ଯାଇପାରିବେ ନାହିଁ । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯଦି ମୁଁ ମେଣ୍ଟ ବୈଠକ ବିଷୟରେ ଜାଣିଥାନ୍ତି, ତେବେ ମୁଁ ଏହାର ଆୟୋଜନ କରିନଥାନ୍ତି ।

କଂଗ୍ରେସ ହାରିଲା, ଲୋକ ନୁହେଁ : ମମତା

ଫଳାଫଳ ଆସିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିଛି, ଜନତାଙ୍କୁ ନୁହେଁ । ମୁଁ ସିଟ୍ ସେୟାର କରିବାକୁ ପ୍ରସ୍ତାବ ଦେଇଥିଲି, କିନ୍ତୁ କଂଗ୍ରେସ ଏଠାରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା, ଯାହାଫଳରେ ପରାଜିତ ହୋଇଛି । ଇଣ୍ଡି ମେଣ୍ଟର ଦଳଗୁଡ଼ିକ କଂଗ୍ରେସ ଭୋଟକୁ ଭାଗ ଭାଗ କରିଥିଲେ। ଭାରତୀୟ ଜନତା ପାର୍ଟି ଏହାର ଫାଇଦା ପାଇ ୩ଟି ରାଜ୍ୟରେ ବିଜୟୀ ହୋଇଛି ।

More articles

LEAVE A REPLY

Please enter your comment!
Please enter your name here

Latest article