୨୦୨୫ ଅକ୍ଟୋବର ପହିଲାରୁ ସମସ୍ତ ଟ୍ରକରେ ଏସି କ୍ୟାବିନ୍ ବାଧ୍ୟତାମୂଳକ

Must read

 ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଦେଶରେ ଟ୍ରକର ଖରାପ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ ସରକାର ସମସ୍ତ ଟ୍ରକରେ ଏସି କେବିନ୍ ବାଧ୍ୟତାମୂଳକ କରିଛନ୍ତି ।  ସଡ଼କ ପରିବହନ ମନ୍ତ୍ରାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ୨୦୨୫ ଅକ୍ଟୋବରରୁ ପହିଲାରୁ ସମସ୍ତ ନୂଆ ଟ୍ରକରେ ଡ୍ରାଇଭରଙ୍କ ପାଇଁ ଫ୍ୟାକ୍ଟ୍ରି ଫିଟ୍ ଏସି କେବିନ୍ ରହିବା ବାଧ୍ୟତାମୂଳକ ହେବ । ଗତ ପାଞ୍ଚବର୍ଷ ମଧ୍ୟରେ ଅନେକ ଅଭ୍ୟାସ ପରେ ଶେଷରେ ସରକାର କାର୍ଯ୍ୟକାରୀ ତାରିଖ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତିରେ କହିଛି ଯେ ୧ ଅକ୍ଟୋବର ୨୦୨୫ କିମ୍ବା ତା’ପରେ ନିର୍ମିତ ସମସ୍ତ ଏନ୍-୨ ଏବଂ ଏନ୍-୩ ବର୍ଗର ଟ୍ରକଗୁଡ଼ିକରେ କ୍ୟାବିନ୍ ପାଇଁ ଏୟାର କଣ୍ଡିସନିଂ ବ୍ୟବସ୍ଥା ରହିବ ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଏୟାର କଣ୍ଡିସନିଂ ସିଷ୍ଟମରେ ସଜ୍ଜିତ କ୍ୟାବିନଗୁଡ଼ିକୁ ବିଜ୍ଞାପିତ ଅଟୋମୋଟିଭ୍ ମାନକ ଅନୁଯାୟୀ ପରୀକ୍ଷା କରାଯିବ । ଏଥିରେ ଏନ୍-୨ ଓ ଏନ୍-୩ ବର୍ଗରେ ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ହେବ ।

ଏହି ମାନକ ଟ୍ରକ୍ ନିର୍ମାତାମାନଙ୍କ ପାଇଁ ଏସି ସିଷ୍ଟମ ଥିବା କେବିନ୍ ସହିତ ଚେସିସ୍ ବିକ୍ରି କରିବାକୁ ବାଟ ଖୋଲିବ । ବର୍ତ୍ତମାନ ଟ୍ରକର ବଡ଼ି ବିଲଡରମାନେ ପ୍ରସ୍ତୁତ କରୁଛନ୍ତି । ତେଣୁ ଟ୍ରକର ଡ୍ୟାସବୋର୍ଡ ସମେତ ଏସି କ୍ୟାବିନରେ ସଂଶୋଧନ ଆବଶ୍ୟକ ହେବ, ତେଣୁ ଟ୍ରକ ନିର୍ମାତାମାନେ ନିଜେ ଲଗାଇବାକୁ ପଡ଼ିବ । ଏହାଦ୍ୱାରା କ୍ୟାବିନ୍ ଫିଟ୍ ହେବା ପାଇଁ ଗାଡ଼ି ବଡି ବିଲଡର୍ସଙ୍କ ଆବଶ୍ୟକତା ଦୂର ହୋଇଯିବ । ୨୦୨୦ରେ ୧୦ଟି ରାଜ୍ୟରେ ଟ୍ରକ ଚାଳକଙ୍କ ଉପରେ କରାଯାଇଥିବା ଏକ ସର୍ଭେରେ ଅଧାରୁ ଅଧିକ ଟ୍ରକ ଚାଳକ ଥକ୍କା କିମ୍ବା ନିଦ୍ରା ଅନୁଭବ କରି ଗାଡ଼ି ଚଳାଉଥିବା ସ୍ୱୀକାର କରିଥିଲେ ।

ଏନ୨ ବର୍ଗରେ ଭାରୀ ମାଲବାହୀ ଯାନ ଅନ୍ତର୍ଭୁକ୍ତ ଯାହାର ମୋଟ ଓଜନ ୩.୫ ଟନରୁ ଅଧିକ ଏବଂ ୧୨ ଟନରୁ କମ୍ । ଏନ୍ ୩ ବର୍ଗରେ ଭାରୀ ମାଲବାହୀ ଯାନ ଅନ୍ତର୍ଭୁକ୍ତ, ଯାହାର ମୋଟ ଓଜନ ୧୨ ଟନରୁ ଅଧିକ ।

More articles

LEAVE A REPLY

Please enter your comment!
Please enter your name here

Latest article