ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମନ୍ଦିର ନିର୍ମାଣର ସମସ୍ତ ମାମଲାରେ ଇକବାଲ ଅନସାରୀଙ୍କ ସହଯୋଗ ଏହାର ସମାଧାନ କରିବାରେ ସଫଳ ହୋଇଛି । ଇକବାଲ ଅନସାରୀଙ୍କ ଘର ଅଯୋଧ୍ୟା ସହରରେ ପ୍ରବେଶ କରିବା ପରେ ପ୍ରଥମେ ପଡ଼ିଥାଏ । ରାମ ମନ୍ଦିର ପରିସର ନିକଟରେ ରହୁଥିବା ଇକବାଲ ପିଲାବେଳୁ ମନ୍ଦିର ଆନ୍ଦୋଳନର ପ୍ରତ୍ୟେକ କାର୍ଯ୍ୟକଳାପ ଦେଖିଆସିଛନ୍ତି । ଇକବାଲ ପିତା ହାମିଦ ଅନସାରୀଙ୍କଠାରୁ ଆଇନଗତ ଜଟିଳତା ମଧ୍ୟ ଶିଖିଛନ୍ତି । ପିତାଙ୍କ ଦେହାନ୍ତ ପରେ ସେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସପକ୍ଷରେ ଯିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ସର୍ବଦା ପ୍ରଶଂସା କରାଯାଇଛି ଏବଂ ପ୍ରଶଂସା ଜାରି ରହିବ ।
ଅଯୋଧ୍ୟା ଜମି ବିବାଦ ମାମଲାରେ ଇକବାଲ ଅନସାରୀ ଅନ୍ୟତମ ପକ୍ଷଭୁକ୍ତ ଥିଲେ । ତାଙ୍କ ବାପା ହାସିମ ଅନସାରୀ ଜମି ବିବାଦ ମାମଲାରେ ସବୁଠାରୁ ବୟସ୍କ ପକ୍ଷବାଦୀ ଥିଲେ । ୨୦୧୬ରେ ୯୫ ବର୍ଷ ବୟସରେ ହାସିମ ଅନସାରୀଙ୍କ ମୃତ୍ୟୁ ହୋଇଥିଲା, ଯାହା ପରେ ଇକବାଲ କୋର୍ଟରେ ମାମଲା ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ବିବାଦର ବିଚାର କୋର୍ଟ ବାହାରେ ହୋଇପାରିବ ବୋଲି ଇକବାଲ ଅନସାରୀ, ହାଜି ମେହବୁବ ଓ ମହମ୍ମଦ ଉମର ଅସ୍ୱୀକାର କରିଥିଲେ । ଏ ନେଇ ଅଯୋଧ୍ୟାରେ ସ୍ଥାନୀୟ ମୁସଲମାନମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ମୁସଲମାନମାନେ ମସଜିଦକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବେ ନାହିଁ ବୋଲି ଏକ ସଂକଳ୍ପ ପାରିତ କରିଥିଲେ । ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଏକ ସରକାରୀ ଟ୍ରଷ୍ଟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲେ । ଅଯୋଧ୍ୟାରେ ମସଜିଦ ପାଇଁ ହିନ୍ଦୁ ପକ୍ଷ ମୁସଲମାନ ପକ୍ଷକୁ ୫ ଏକର ଜମି ଦେବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି । ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ମାମଲାମାମଲାର ପୂର୍ବତନ ପକ୍ଷବାଦୀ ଇକବାଲ ଅନସାରୀଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଇଛି । ଇକବାଲ ଅନସାରୀ ବାବ୍ରୀ ମସଜିଦ୍ର ପ୍ରମୁଖ ସମର୍ଥକ ଥିଲେ । ୫ ଅଗଷ୍ଟ, ୨୦୨୦ରେ ଅନୁଷ୍ଠିତ ରାମ ମନ୍ଦିରର ଭୂମି ପୂଜନ ସମାରୋହରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଥିଲା । ଡିସେମ୍ବର ୩୦ ରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଅନସାରୀ ମଧ୍ୟ ଥିଲେ । ଉତ୍ତରପ୍ରଦେଶରେ ଏକ ପୁନଃବିକଶିତ ରେଳ ଷ୍ଟେସନ ଏବଂ ନବନିର୍ମିତ ବିମାନବନ୍ଦରର ଉଦ୍ଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୋଦି ।
ଏକ ଭିଡିଓରେ ଇକବାଲ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଛି । ମନ୍ଦିର ସହରରେ ରୋଡ୍ ସୋ’ବେଳେ ପାଞ୍ଜିଟୋଲା ଅଞ୍ଚଳ ଦେଇ ମୋଦିଙ୍କ କାଫିଲା ଅତିକ୍ରମ କରିବା ପରେ ଇକବାଲ କହିଥିଲେ, ସେ (ମୋଦୀ) ଆମ ଘରକୁ ଆସିଛନ୍ତି । ସେ ଆମର ଅତିଥି ଏବଂ ଆମର ପ୍ରଧାନମନ୍ତ୍ରୀ । ଜମି ବିବାଦ ମାମଲାର ସବୁଠାରୁ ବୟସ୍କ ପକ୍ଷକାର ଇକବାଲଙ୍କ ବାପା ହାସିମ ଅନସାରୀ୨୦୧୬ରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସ୫ମାରୋହ ପାଇଁ ଅଯୋଧ୍ୟାକୁ ସଜ୍ଜିତ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଯେଉଁଠାରେ ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।