ନିର୍ବାଚନ ପର୍ଯ୍ୟନ୍ତ ବିରୋଧୀ ମେଣ୍ଟ ଏକଜୁଟ ରହିପାରିବ କି ?

Must read

ଜନମତ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ-୨୦୨୪ ପାଇଁ ସବୁ ଛୋଟ ବଡ଼ ରାଜନୈତିକ ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ମଧ୍ୟ ବାରମ୍ବାର ବୈଠକ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି । ତେବେ ଅନେକ ପ୍ରସଙ୍ଗରେ ଇଣ୍ଡି ମେଣ୍ଟରେ ଏକ ମତ ପ୍ରକାଶ ପାଉନାହି଼ଁ । ନିର୍ବାଚନ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ସ୍ଥିତି କ’ଣ ରହିବ ? ଏହାକୁ ନେଇ ଏବିପି ନ୍ୟୁଜ୍ ୫୪୩ ଲୋକସଭା ଆସନକୁ ନେଇ ୨୦୨୪ର ଜନମତ ସର୍ଭେ କରିଛି ।

ଏବିପି ନ୍ୟୁଜର ଏହି ଜନମତ ସର୍ଭେରେ ୧୩ ହଜାର ୧୧୫ ଜଣଙ୍କ ମତାମତ ଉପରେ ଆକଳନ ହୋଇଛି । ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତ୍ରୁଟିର ମାର୍ଜିନ ମାଇନସ୍ ୩ରୁ ଅଧିକ ମାଇନସ୍ ୫ ପ୍ରତିଶତ ରହିଛି । ସି ଭୋଟର ପୋଲ ସର୍ଭେରେ ପ୍ରଶ୍ନ ଉଠୁଥିଲା, ବିରୋଧୀ ମେଣ୍ଟ ନିର୍ବାଚନ ପର୍ଯ୍ୟନ୍ତ ଏକଜୁଟ ରହିପାରିବ କି ? ଏହି ସର୍ଭେରେ ୩୭% ଲୋକ ‘ହଁ’ କହିଥିଲେ । ୫୦ ପ୍ରତିଶତ ଲୋକ ‘ନା’ ଉତ୍ତର ଦେଇଛନ୍ତି । ୧୩ ପ୍ରତିଶତ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । 

୫୦ ପ୍ରତିଶତ ଲୋକ ଇଣ୍ଡି ମେଣ୍ଟରେ ବିଶ୍ୱାସ କରନ୍ତି ନାହିଁ   

ସି ଭୋଟର ଓପନୟନ ପୋଲର ଫଳାଫଳରୁ ଅନୁମାନ କରାଯାଇପାରେ ଯେ, ଦେଶର ଜନତା ଇଣ୍ଡି ମେଣ୍ଟର ଏକତା ଉପରେ ବିଶ୍ୱାସ କରନ୍ତି ନାହିଁ । ଅଧା ଉତ୍ତରଦାତା (୫୦ ପ୍ରତିଶତ) ନିର୍ବାଚନ ପର୍ଯ୍ୟନ୍ତ ଦଳର ଏକତା ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ସର୍ବେକ୍ଷଣ ତଥ୍ୟ ଏବଂ ଇଣ୍ଡି ମେଣ୍ଟର ଚିନ୍ତା ବଢ଼ାଇପାରେ ।

‘ମେଣ୍ଟ ଚେହେରାଭାବେ ରାହୁଲ ଗାନ୍ଧି ପ୍ରଥମ ପସନ୍ଦ’

୨୦୨୪ର ପ୍ରଥମ ଜନମତ ସର୍ଭେରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ? ଏହି ପ୍ରଶ୍ନ ମଧ୍ୟ ପଚରାଯାଇଛି, ଯେଉଁଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି । ଏହି ସର୍ଭେରେ ରାହୁଲ ଗାନ୍ଧିଙ୍କୁ ସର୍ବାଧିକ ଅର୍ଥାତ୍ ୩୪ ପ୍ରତିଶତ ଲୋକ ବିରୋଧୀ ମେଣ୍ଟର ଚେହେରା କରିଛନ୍ତି । ସେତିକି ପ୍ରତିଶତ ଲୋକ ‘ଜାଣନ୍ତି ନାହିଁ’ ବୋଲି ଉତ୍ତର ଦେଇଛନ୍ତି । ତେବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ମେଣ୍ଟର ଚେହେରା ବୋଲି ମାତ୍ର ୧୩ ପ୍ରତିଶତ ଲୋକ କହିଛନ୍ତି । ତୃତୀୟ ସ୍ଥାନରେ ନୀତୀଶ କୁମାରଙ୍କୁ ଅଧିକ ଚମତ୍କାର ଚେହେରା କରିବାକୁ ୧୦ ପ୍ରତିଶତ ଲୋକ ରାଜି ହୋଇଛନ୍ତି । ମାତ୍ର ୯ ପ୍ରତିଶତ ଲୋକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମେଣ୍ଟ ଚେହେରାଭାବେ ଦେଖୁଛନ୍ତି । 

More articles

LEAVE A REPLY

Please enter your comment!
Please enter your name here

Latest article