ଜାପାନର ବୈଜ୍ଞାନିକମାନେ ପୂର୍ବାନୁମାନ : ମହାମାରୀ ରୂପ ନେବ ହୃଦଘାତ

Must read

ଭବିଷ୍ୟତରେ କରୋନା ଭାଇରସର ପ୍ରଭାବ ବିଶ୍ୱରେ ‘ହୃଦଘାତ ମହାମାରୀ’ର ଆଶଙ୍କା ବଢ଼ାଇପାରେ ବୋଲି ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ‘ରିକେନ୍’ର ବୈଜ୍ଞାନିକମାନେ ଏକ ରିପୋର୍ଟରେ ଚେତାବନୀ ଦେଇଛନ୍ତି ।

ନୂଆଦିଲ୍ଲୀ: ୨୦୨୦ରେ କରୋନା ଭୂତାଣୁ ଆସିବା ପରେ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆସିଛି । ଏହି ଭୂତାଣୁ ପୁଣିଥରେ ସମ୍ପୂର୍ଣ୍ଣଭାବେ ପାଦ ବିସ୍ତାର କରିବା ଆରମ୍ଭ କରିଛି । ସେବେଠାରୁ କୋଭିଡର ଅନେକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସିଛି । ଏହା ଦର୍ଶାଉଛି ଯେ ଭବିଷ୍ୟତରେ ଆମକୁ ଏପରି ରୋଗର ସମ୍ମୁଖୀନ ହେବାକୁ ପଡ଼ିପାରେ ଯାହା ଆମ ଚିନ୍ତାଧାରାଠାରୁ ମଧ୍ୟ ଆଗରେ ରହିବ । ଯାହା ସମ୍ମୁଖରେ ଆମେ ଅସହାୟ ହୋଇପଡ଼ିବୁ । ଏଥିର ମଣିଷର ମୃତ୍ୟୁ ଘଟିବ । ସେପଟେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି ଯେ କରୋନା ଭାଇରସ ପ୍ରଭାବରେ ବିଶ୍ୱରେ ହୃଦଘାତ ମହାମାରୀର ଆଶଙ୍କା ବଢ଼ିପାରେ ।

ଜାପାନର ସର୍ବୋଚ୍ଚ ଗବେଷଣା ପ୍ରତିଷ୍ଠାନ ଜାରି କଲା ଚେତାବନୀ

ଜାପାନର ସର୍ବୋଚ୍ଚ ଗବେଷଣା ପ୍ରତିଷ୍ଠାନ ରିକେନ୍‍ର ବୈଜ୍ଞାନିକମାନେ ଏହି ଚେତାବନୀ ଦେଇଛନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ କରୋନା ଭାଇରସ ମାନବ କୋଷରେ ଏସିଇ୨ ରିସେପ୍ଟର୍ସ ସହିତ ଯୋଡ଼ି ହୋଇଥାଏ, ଯାହା ହୃଦୟରେ ‘ବହୁତ ସାଧାରଣ’ ଅଟେ । ଏହି ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍-୧୯ ପରେ କିଛି ଲୋକଙ୍କର ହୃଦ ଜନିତ ସମସ୍ୟା ହୋଇପାରେ ଏବଂ ସେମାନେ ଠିକ୍ ଭାବରେ କାର୍ଯ୍ୟ କରିପାରନ୍ତି ନାହିଁ । ଏହା ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କିନ୍ତୁ ଏହା ସୂଚାଉଛି ଯେ ଭବିଷ୍ୟତରେ ଆମେ ହୃଦରୋଗର ମାମଲା ଦେଖିବାକୁ ମିଳିବ ।

ହୃଦଘାତ ର ଆଶଙ୍କା ବଢ଼ାଇପାରେ

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସାର୍ସ-କୋଭ୍-୨ ର ବାରମ୍ବାର ସଂକ୍ରମଣ ଭବିଷ୍ୟତରେ ହୃଦଘାତର ଆଶଙ୍କା ବଢ଼ାଇପାରେ । ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କ୍ଲିନିକାଲ ତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ନାହିଁ । କିନ୍ତୁ କରୋନା ଭୂତାଣୁର ଏହି ଗବେଷଣାକୁ ତ୍ରିମୁଖୀ ମାନବ ହୃଦରୋଗ ଟିସୁ ମଡେଲ ମାଧ୍ୟମରେ ବିଶ୍ୱସ୍ତରରେ ସ୍ୱୀକୃତି ମିଳିବା ଦରକାର । ଏହି ମଡେଲ ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଏକ ବିପଦ କାରକ ଭାବରେ କାର୍ଯ୍ୟ କରିବ ।

ରିକେନ୍ ରିସର୍ଚ୍ଚ ଲିଡର ହିଡେଟୋସି ମାସୁମୋଟୋ କହିଛନ୍ତି ଯେ, କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ହୃଦୟରେ ଲଗାତାର ଭୂତାଣୁ ସଂକ୍ରମଣ ହୋଇପାରେ । ‘ହାର୍ଟ ଫେଲ୍ୟୁର ମହାମାରୀ’ ପାଇଁ ଏକ ପରୀକ୍ଷା ବ୍ୟବସ୍ଥା ଏବଂ ଚିକିତ୍ସାର ବ୍ୟବସ୍ଥା କରାଯିବା ଉଚିତ, ଯାହାଦ୍ୱାରା ଆମେ ଦେଖିପାରିବା ଯେ ହୃଦଘାତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article