ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ଯାଦବ ନେତା ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିଛି । ଦଳର ଏହି ପଦକ୍ଷେପକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ନିକଟରେ ପହଞ୍ଚିବା ଭଳି ଦେଖାଯାଉଛି । ଓବିସି ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମୁଦାୟ । ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଦଳର ୪ ଜଣ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଓ ଇନ୍ଦ୍ରଜିତ୍ ସିଂହ, ନିତ୍ୟାନନ୍ଦ ରାୟ ଏବଂ ଅନ୍ନପୂର୍ଣ୍ଣା ଦେବୀ ଯାଦବ ସମ୍ପ୍ରଦାୟର ଅଛନ୍ତି ।
ସୁଧା ଓ ହଂସରାଜ ମଧ୍ୟ ଯାଦବ ସମ୍ପ୍ରଦାୟର
ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସଂସଦୀୟ ବୋର୍ଡରେ ସୁଧା ଯାଦବ ଏବଂ ହଂସରାଜ ଗଙ୍ଗାରାମ ଅହିର ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି । ଭୂପେନ୍ଦ୍ର ଯାଦବ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ସମସ୍ତ ଯାଦବ ନେତାମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବାବେଳେ ରାଓ ଇନ୍ଦ୍ରଜିତ୍ ସିଂହ ହରିୟାଣାରୁ, ନିତ୍ୟାନ୍ଦ ରାୟ ବିହାରରୁ ଏବଂ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡରୁ ଅଛନ୍ତି । ସେହିପରି ସୁଧା ଯାଦବ ହରିୟାଣାର ଓ ହଂସରାଜ ଗଙ୍ଗାରାମ ଅହିର ମହାରାଷ୍ଟ୍ରର ମୂଳ ବାସିନ୍ଧା ।
ଏହି ରାଜ୍ୟଗୁଡ଼ିକରେ ଯାଦବଙ୍କ ସଂଖ୍ୟା ଅଧିକ ରହିଛି
ହିନ୍ଧୀ ହାର୍ଟଲ୍ୟାଣ୍ଡ ସମସ୍ତ ରାଜ୍ୟରେ ଯାଦବମାନେ ପ୍ରାୟ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ଏଥିରେ ହରିୟାଣା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରହିଛି । ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ସେମାନେ ଭଲ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ତେବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ଦୁଇ ରାଜ୍ୟରେ ଯାଦବମାନେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି ।
ଯାଦବ ଭୋଟରଙ୍କ ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ
ଏବେ ୪ ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ପଦାଧିକାରୀଙ୍କୁ ନେଇ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସମ୍ପ୍ରଦାୟ ନିକଟରେ ପହଞ୍ଚିଛି । ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସମେତ ଦକ୍ଷିଣ ରାଜ୍ୟ ଏବଂ ବଙ୍ଗଳାରେ ଯାଦବମାନେ ଉପସ୍ଥିତ ଅଛନ୍ତି । ଯାଦବ ପାରମ୍ପରିକ ଭାବରେ ହିନ୍ଦୁ ଧର୍ମ ଏବଂ ଏହାର ପ୍ରଥାରେ ଦୃଢ଼ ବିଶ୍ୱାସ ରଖିଛନ୍ତି ଏବଂ ଦଳ ତାଙ୍କୁ ନିଜର ପ୍ରଥମ ପସନ୍ଦ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
ଓଡ଼ିଶାରେ ୨୦%ରୁ ଅଧିକ ଯାଦବ ମତଦାତା, କିନ୍ତୁ ବିଜେପିର ଅଣଦେଖା
ଓଡ଼ିଶାରେ ଓବିସିର ମୁଖ୍ୟ ଜନସଂଖ୍ୟା ଯାଦବ ଜାତିର ଅଛନ୍ତି । ଏହି ଜାତିର ନେତାମାନେ ନିଜର ଦାବି ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି । ଫଳରେ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟାର ଭୋଟରଙ୍କ ମଧ୍ୟରୁ ନେତା ବାଛିବାରେ ପଛଘୁଞ୍ଚା ଦେଉଛନ୍ତି ।