ଗୋଟିଏ ଦିନରେ ମୁମ୍ବାଇରେ ଆଇଏନଡିଆଇଏ ଓ ଏନଡିଏ ବୈଠକ

Must read

ବିରୋଧୀଙ୍କ ସହ ରହିବେ ଶରଦ ପାୱାର; ବିଜେପି-ଶିବସେନା ସିନ୍ଦେ ଗୋଷ୍ଠୀ ସହ ବୈଠକ କରିବେ ଅଜିତ

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହାୟାତ ହୋଟେଲରେ ଅନୁଷ୍ଠିତ ହେବ ।

ସେପଟେ ଏନଡିଏର ମହାରାଷ୍ଟ୍ର ୟୁନିଟ ମଧ୍ୟ ସେହି ଦିନ ଅର୍ଥାତ ସେପ୍ଟେମ୍ବର ପହିଲାରେ ବୈଠକ କରିବାକୁ ଘୋଷଣା କରିଛି । ତେବେ ଏଥିରେ ମହାରାଷ୍ଟ୍ର ସରକାରରେ ଥିବା ଏକନାଥ ସିନ୍ଦେ ଗୋଷ୍ଠୀ, ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ସାମିଲ ହେବେ ।

ଶରଦ ପାୱାର ବିରୋଧୀ ମେଣ୍ଟ ବୈଠକରେ ଯୋଗ ଦେବେ ଏବଂ ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୋଷ୍ଠୀ ଶାସକ ଦଳ ସହ ବୈଠକ କରିବେ । ଏନସିପି ଅଜିତ ପାୱାର ବିଧାୟକ ସୁନୀଲ ତଟକରେ ମଙ୍ଗଳବାର (ଅଗଷ୍ଟ ୨୯) ଏହି ସୂଚନା ଦେଇଛନ୍ତି ।

ସେହି ଦିନ କାହିଁକି ?

ଅଗଷ୍ଟ ୩୧ରେ ମୁମ୍ବାଇରେ ଏକାଠି ହେବେ ବିରୋଧୀ ମେଣ୍ଟ ବିଜେପି ନେତା । ଏହି ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମେଣ୍ଟର ନେତାମାନଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିବେ । ପରଦିନ ପୂର୍ବାହ୍ନ ୧୧ଟାରେ ବୈଠକ ଆରମ୍ଭ ହେବ । ଏଥିରେ ୨୬ଟି ଦଳ ସାମିଲ ହେବେ । ସେହିପରି ଜୁଲାଇ ୧୮ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ସାମିଲ ହୋଇଥିବା ଉତ୍ତର-ପୂର୍ବର କିଛି ଦଳ ମଧ୍ୟ ବିରୋଧୀ ମେଣ୍ଟ ଆଇଏନଡିଆଇଏର ବୈଠକରେ ଯୋଗ ଦେବେ ବୋଲି କଂଗ୍ରେସ ଦାବି କରିଛି ।

ଏଠାରେ ସୁନୀଲ ତଟକରେଙ୍କୁ ପଚରାଯାଇଥିଲା ଯେ ସେପ୍ଟେମ୍ବର ୧ରେ ଏନଡିଏ ବୈଠକ କାହିଁକି ହେଉଛି । ଗତ ମୌସୁମୀ ଅଧିବେଶନ ପୂର୍ବରୁ ଆମର ବୈଠକ ସ୍ଥିର ହୋଇଥିଲା, ତେଣୁ ବୈଠକର ସମୟକୁ ନେଇ ପ୍ରଶ୍ନ ଉଠିବା ଉଚିତ ନୁହେଁ । ଏହା ପୂର୍ବରୁ ଜୁଲାଇ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏନଡିଏ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୮ଟି ଟିମ୍ ସାମିଲ ହୋଇଥିଲେ । ବିରୋଧୀ ମେଣ୍ଟ ଆଇଏନଡିଆଇଏର ବୈଠକର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

କ’ଣ କହିଲା କଂଗ୍ରେସ

କଂଗ୍ରେସ ନେତା ଅଶୋକ ଚୌହାନ ଗଣମାଧ୍ୟମକୁ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଂକେତ ଦେଇଛନ୍ତି ଯେ ଏହି ବୈଠକରେ କିଛି ଆଞ୍ଚଳିକ ଦଳ ମଧ୍ୟ ଯୋଗ ଦେଇପାରନ୍ତି । ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଚୌହ୍ୱାନ କହିଛନ୍ତି ଯେ ଲୋକସଭା ନିର୍ବାଚନ ଜିତିବା ପରେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

More articles

LEAVE A REPLY

Please enter your comment!
Please enter your name here

Latest article