କିଏ କହୁଛି ଭାରତ ଗରିବ ଦେଶ- ପ୍ରତି ମିନଟରେ ୯ଟି କାର ବିକ୍ରି

Must read

ଭୁବନେଶ୍ୱର: ସମସ୍ତଙ୍କ ମନରେ ଧାରଣ ରହିଛି ଯେ ଭାରତ ଗୋଟିଏ ଗରିବ ଲୋକମାନଙ୍କର ଦେଶ । କିନ୍ତୁ କାର ବିକ୍ରି ତତ୍ୟକୁ ଅନୁଧ୍ୟାନ କଲେ ଭୁଲ ବୋଲି ପ୍ରମାଣିତ ହୋଇଛି । ଚଳିତ ବର୍ଷ ଓନମରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଦୀପାବଳୀରେ ଶେଷ ହୋଇଛି । ଏଥର ପର୍ବପର୍ବାଣୀ ଋତୁରେ ଭାରତୀୟମାନେ ରେକର୍ଡ ସଂଖ୍ୟକ କାର କିଣିଛନ୍ତି । ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ସୂଚନା ଅନୁଯାୟୀ, ପାର୍ବଣ ଋତୁରେ ହାରାହାରି ୧ ମିନିଟରେ ୯ଟି କାର ବିକ୍ରି ହୋଇଛି । ଚଳିତ ବର୍ଷ ୯୦ ଦିନିଆ ପାର୍ବଣ ଋତୁରେ ଭାରତରେ ମୋଟ ୧୧.୪ ଲକ୍ଷ କାର ବିକ୍ରି ହୋଇଛି । ଯଦି ଶିଳ୍ପର ରାଜସ୍ୱ ବିଷୟରେ କହିବା ତେବେ ଅଟୋମୋବାଇଲ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରିରୁ ୧.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରିଛି ।

ଚଳିତ ବର୍ଷର ପାର୍ବଣ ଋତୁରେ ପ୍ରିମିୟମ ଓ ହାଇ-ଏଣ୍ଡ କାର ବିକ୍ରି ଅଧିକ ହୋଇଥିବାରୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ବୃଦ୍ଧି ରହିଛି । ଚଳିତ ବର୍ଷର ପର୍ବପର୍ବାଣୀ ଋତୁରେ ଲୋକଙ୍କ ମଧ୍ୟରେ ସ୍ପୋର୍ଟସ ୟୁଟିଲିଟି ଯାନକୁ ନେଇ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି । ଯଦି ଆମେ ୯୦ ଦିନର ପାର୍ବଣ ଋତୁ ବିଷୟରେ କହିବା ତେବେ ଦୈନିକ ପ୍ରାୟ ୧୩୦୦୦ ୟୁନିଟ୍ କାର ବିକ୍ରି ହେଉଛି ।

କରୋନା ସଙ୍କଟ ସମୟରେ କାର ଉତ୍ପାଦନ ଉପରେ ପ୍ରଭାବ ଏବଂ ଏହା ପରେ ଗ୍ରାହକଙ୍କ ଦୃଢ଼ ଚାହିଦା ଯୋଗୁଁ ଚଳିତ ବର୍ଷ ପାର୍ବଣ ଋତୁରେ କାର ବିକ୍ରି ସଂଖ୍ୟା ୧୧.୪ ଲକ୍ଷ ଅତିକ୍ରମ କରିଛି ।

ନୂଆ ଫିଚର ଓ ଆଧୁନିକ ଫିଚର ଥିବା କାରର ଚାହିଦା ଭାରତର ଯୁବପୀଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି । ଯଦି ଆମେ ଭାରତରେ ପର୍ବପର୍ବାଣୀ ଋତୁରେ ବିକ୍ରି ହେଉଥିବା କାରର ହାରାହାରି ମୂଲ୍ୟ ବିଷୟରେ କହିବା ତେବେ ଗତବର୍ଷ କାର ପିଛା ୧୦.୫ ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ୧୧.୫ ଲକ୍ଷ ଟଙ୍କା ହୋଇଛି ।

ତେବେ ଆଗାମୀ ଦିନରେ କାରର ଚାହିଦା ବୃଦ୍ଧି ହାର ଦୁର୍ବଳ ହେବାର ସମ୍ଭାବନାକୁ ନେଇ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି । ୨୦୧୬ ପାର୍ବଣ ଋତୁରେ ୭୭ ଦିନରେ ୭.୬ ଲକ୍ଷ କାର ବିକ୍ରି ହୋଇଥିବା ବେଳେ ୨୦୧୭ରେ ପାର୍ବଣ ଋତୁର ୬୬ ଦିନରେ ୭ ଲକ୍ଷ କାର ବିକ୍ରି ହୋଇଥିଲା ।

୨୦୧୮ରେ ପାର୍ବଣ ଋତୁ ୮୫ ଦିନ ଥିଲା ଏବଂ ଏଥିରେ ୮.୩ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୧୯ର ପର୍ବ ଋତୁରେ ୭୪ ଦିନ ଥିଲା ଏବଂ ଏହି ସମୟରେ ୬.୮ ଲକ୍ଷ କାର ବିକ୍ରି ହୋଇଥିଲା । ୨୦୨୦ରେ ପାର୍ବଣ ଋତୁ ୯୨ ଦିନ ଥିଲା ଏବଂ ୯.୩ ଲକ୍ଷ କାର ବିକ୍ରି ହୋଇଥିବାବେଳେ ୨୦୨୧ରେ ପାର୍ବଣ ଋତୁ ୮୨ ଦିନ ଥିଲା ଏବଂ ୭.୫ ଲକ୍ଷ କାର ବିକ୍ରି ହୋଇଥିଲା ।

ଗତ ବର୍ଷ ପାର୍ବଣ ଋତୁରେ ଅଟୋମୋବାଇଲ କମ୍ପାନୀ ୮୫,୭୦୦ କୋଟି ଟଙ୍କାର କାର ବିକ୍ରି କରିଥିଲା । ଗତ ୨ ବର୍ଷ ହେଲା ଭାରତରେ ପର୍ବପର୍ବାଣୀ ଋତୁରେ କାର ପ୍ରଚୁର ପରିମାଣରେ ବିକ୍ରି ହେଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article